ଟ୍ରେନ୍‌କୁ ପଥରମାଡ଼: ଦୁଇବର୍ଷରେ ୨୮ଥର

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଟ୍ରେନ୍‌ ଉପରକୁ ବିଭିନ୍ନ ସମୟରେ ପଥର ମାଡ଼ ହେଉଛି। ଏଥିଯୋଗୁ ଟ୍ରେନ୍‌ କ୍ଷତିଗ୍ରସ୍ତ ହେଉଥିବାବେଳେ ଯାତ୍ରୀ ଆହତ ହେଉଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ପୂର୍ବତଟ ରେଳପଥରେ ଟ୍ରେନ୍‌ ଉପରକୁ ପ୍ରାୟ ୨୮ଥର ପଥର ମାଡ଼ ହୋଇଥିବା ଜଣାପଡିଛି। ଅଧିକାଂଶ ଘଟଣାରେ ଛୋଟପିଲା ଓ ଆଉ କିଛି ଘଟଣାରେ ଲୁଟେରା ବା ଅସାମାଜିକ ଲୋକେ ସମ୍ପୃକ୍ତ ଥିବା ଜଣାପଡିଛି। ଏହାକୁ ନେଇ ଏବେ ଚିନ୍ତା ବଢ଼ିଥିବାବେଳେ ରୋକିବାକୁ ବିକଳ୍ପ ପନ୍ଥା ଆପଣାଇଛି ରେଳପଥ ସୁରକ୍ଷା ବଳ (ଆର୍‌ପିଏଫ୍‌)। ବିଗତ ଦିନରେ ଯେଉଁ ସ୍ଥାନଗୁଡ଼ିକରେ ପଥର ମାଡ଼ ହୋଇଛି ସେଠାରେ ସଚେତନତା କାର୍ଯକ୍ରମ ଓ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ବିଶେଷକରି ବସ୍ତି ଅଞ୍ଚଳରେ ଏଭଳି ଘଟଣା ସର୍ବାଧିକ ଘଟିଥିବାରୁ ସେସବୁ ଅଞ୍ଚଳରେ ଆର୍‌ପିଏଫ୍‌ ପକ୍ଷରୁ ଚକୋଟେଲ, ବିସ୍କୁଟ ଆଦି ବଣ୍ଟନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି। ତଥାପି ପଥରମାଡ଼ ବନ୍ଦ ହେଉ ନ ଥିବାରୁ ନୂଆ ସଚେତନତା ବାର୍ତ୍ତା ‘ଟ୍ରେନ୍‌କୁ ଫୋପାଡୁଥିବା ପଥର ଆପଣଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଆହତ କରିପାରେ’ ଜାରି କରାଯାଇଛି। ଏହା ପଥର ଫିଙ୍ଗୁଥିବା ଛୋଟ ପିଲା ହେଉ ଅବା ବ୍ୟକ୍ତି ବିଶେଷଙ୍କ ମନ ଓ ହୃଦୟଙ୍କୁ ନିଶ୍ଚିତ ଆନ୍ଦୋଳିତ କରିବା ସହ ସଚେତନ କରିବ ବୋଲି କୁହାଯାଇଛି।
ରେଳପଥରୁ ମିଳିଥିବା ସୂଚନାନୁସାରେ, ଗତବର୍ଷ ଭୁବନେଶ୍ୱରରେ ୬ଥର, କଟକରେ ୨ ଓ ସମ୍ବଲପୁରରେ ୨ଥର ଟ୍ରେନକୁ ପଥର ମାଡ଼ ହୋଇଛି। ଚଳିତ ବର୍ଷ ପୂର୍ବତଟ ରେଳପଥରେ ଏଭଳି ୧୮ ମାମଲା ରିପୋର୍ଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଷ୍ଟେଶନରେ ସୁରକ୍ଷାକୁ କଡାକଡି କରାଯିବା ସହ ସୁରକ୍ଷା ବଳ ଏହା ଉପରେ ସ୍ବତନ୍ତ୍ର ନଜର ରଖିଛି। ପଥର ପିଙ୍ଗା ନେଇ କୌଣସି ସୂଚନା କିମ୍ବା ଅଭିଯୋଗ ଥିଲେ ହେଲପ୍‌ଲାଇନ ନମ୍ବର ୧୮୨କୁ ଫୋନ କରିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସାଧାରଣ ଲୋକଙ୍କୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri