ଟ୍ରେନ୍‌କୁ ପଥରମାଡ଼: ଦୁଇବର୍ଷରେ ୨୮ଥର

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଟ୍ରେନ୍‌ ଉପରକୁ ବିଭିନ୍ନ ସମୟରେ ପଥର ମାଡ଼ ହେଉଛି। ଏଥିଯୋଗୁ ଟ୍ରେନ୍‌ କ୍ଷତିଗ୍ରସ୍ତ ହେଉଥିବାବେଳେ ଯାତ୍ରୀ ଆହତ ହେଉଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ପୂର୍ବତଟ ରେଳପଥରେ ଟ୍ରେନ୍‌ ଉପରକୁ ପ୍ରାୟ ୨୮ଥର ପଥର ମାଡ଼ ହୋଇଥିବା ଜଣାପଡିଛି। ଅଧିକାଂଶ ଘଟଣାରେ ଛୋଟପିଲା ଓ ଆଉ କିଛି ଘଟଣାରେ ଲୁଟେରା ବା ଅସାମାଜିକ ଲୋକେ ସମ୍ପୃକ୍ତ ଥିବା ଜଣାପଡିଛି। ଏହାକୁ ନେଇ ଏବେ ଚିନ୍ତା ବଢ଼ିଥିବାବେଳେ ରୋକିବାକୁ ବିକଳ୍ପ ପନ୍ଥା ଆପଣାଇଛି ରେଳପଥ ସୁରକ୍ଷା ବଳ (ଆର୍‌ପିଏଫ୍‌)। ବିଗତ ଦିନରେ ଯେଉଁ ସ୍ଥାନଗୁଡ଼ିକରେ ପଥର ମାଡ଼ ହୋଇଛି ସେଠାରେ ସଚେତନତା କାର୍ଯକ୍ରମ ଓ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ବିଶେଷକରି ବସ୍ତି ଅଞ୍ଚଳରେ ଏଭଳି ଘଟଣା ସର୍ବାଧିକ ଘଟିଥିବାରୁ ସେସବୁ ଅଞ୍ଚଳରେ ଆର୍‌ପିଏଫ୍‌ ପକ୍ଷରୁ ଚକୋଟେଲ, ବିସ୍କୁଟ ଆଦି ବଣ୍ଟନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି। ତଥାପି ପଥରମାଡ଼ ବନ୍ଦ ହେଉ ନ ଥିବାରୁ ନୂଆ ସଚେତନତା ବାର୍ତ୍ତା ‘ଟ୍ରେନ୍‌କୁ ଫୋପାଡୁଥିବା ପଥର ଆପଣଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଆହତ କରିପାରେ’ ଜାରି କରାଯାଇଛି। ଏହା ପଥର ଫିଙ୍ଗୁଥିବା ଛୋଟ ପିଲା ହେଉ ଅବା ବ୍ୟକ୍ତି ବିଶେଷଙ୍କ ମନ ଓ ହୃଦୟଙ୍କୁ ନିଶ୍ଚିତ ଆନ୍ଦୋଳିତ କରିବା ସହ ସଚେତନ କରିବ ବୋଲି କୁହାଯାଇଛି।
ରେଳପଥରୁ ମିଳିଥିବା ସୂଚନାନୁସାରେ, ଗତବର୍ଷ ଭୁବନେଶ୍ୱରରେ ୬ଥର, କଟକରେ ୨ ଓ ସମ୍ବଲପୁରରେ ୨ଥର ଟ୍ରେନକୁ ପଥର ମାଡ଼ ହୋଇଛି। ଚଳିତ ବର୍ଷ ପୂର୍ବତଟ ରେଳପଥରେ ଏଭଳି ୧୮ ମାମଲା ରିପୋର୍ଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଷ୍ଟେଶନରେ ସୁରକ୍ଷାକୁ କଡାକଡି କରାଯିବା ସହ ସୁରକ୍ଷା ବଳ ଏହା ଉପରେ ସ୍ବତନ୍ତ୍ର ନଜର ରଖିଛି। ପଥର ପିଙ୍ଗା ନେଇ କୌଣସି ସୂଚନା କିମ୍ବା ଅଭିଯୋଗ ଥିଲେ ହେଲପ୍‌ଲାଇନ ନମ୍ବର ୧୮୨କୁ ଫୋନ କରିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସାଧାରଣ ଲୋକଙ୍କୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri