ଟ୍ରେନରୁ ଧରାପଡ଼ିଲେ ୨ ନାବାଳକ ଲୁଟେରା

ବାଲେଶ୍ୱର ଅଫିସ, ୧।୭-ଏକ ନାବାଳକ ଲୁଟେରା ଗ୍ୟାଙ୍ଗ ଦ୍ୱାରା ଚଳନ୍ତା ରେଳଗାଡ଼ିରୁ ମୋଇବାଲ ଫୋନ୍‌ ଚୋରି ଘଟଣା ପଦାକୁ ଆସିଛି। ଏହି ସୂଚନାକୁ ଆଧାର କରି ରେଲବାଇ ପୋଲିସ ତନାଘନା ଚଳାଇଛି। ଶନିବାର ରାତି ପ୍ରାୟ ଦେଢଟା ସମୟରେ ଅପ୍‌ ଲାଇନରେ ଯାଉଥିବା ଉତ୍କଳ ଏକ୍ସପ୍ରେସ୍‌ରେ ୨ନାବାଳକ ଚୋରଙ୍କୁ ଯାତ୍ରୀମାନେ ଧରି ଆର୍‌ପିଏଫ୍‌ ଜିମା ଦେଇଥିଲେ। ରବିବାର ରେଳବାଇ ପୋଲିସ ଚାଇଲ୍ଡ ହେଲ୍‌ପଲାଇନ୍‌ ସଂସ୍ଥା ଦ୍ୱାରା ଅଭିଯୁକ୍ତ ନାବାଳକ ଦ୍ୱୟଙ୍କୁ ପଚରାଉଚରା କରି ପରେ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି।
ପୋଲିସ ସୂଚନା ଅନୁଯାୟୀ ଶନିବାର ରାତିରେ ଉତ୍କଳ ଏକ୍ସପ୍ରେସ୍‌ ଜଳେଶ୍ୱର ଅତିକ୍ରମ କରୁଥିବା ସମୟରେ ୩ଜଣ ନାବାଳକ ଯାତ୍ରୀଙ୍କ ଆସବାବପତ୍ର ସହ ମୋବାଇଲ୍‌ ଚୋରି କରିବା ଉଦ୍ୟମ କରିଥିଲେ । କେତେକ ଯାତ୍ରୀ ୨ଜଣଙ୍କୁ ଅଟକାଇ ପାରିଥିବାବେଳେ ଅନ୍ୟ ଜଣେ ଖସି ଯାଇଥିଲେ। ଏ ସମ୍ପର୍କରେ ଆର୍‌ପିଏଫକୁ ଖବର ଦେଇ ଯାତ୍ରୀମାନେ ଧରାପଡିଥିବା ଦୁଇ ନାବଳକଙ୍କୁ ପୋଲିସ ଜିମା ଦେଇଥିଲେ। ରବିବାର ଚାଇଲ୍ଡ ହେଲ୍ଫଲାଇନ୍‌ ଜିଲା ମୁଖ୍ୟ ପ୍ରଶାନ୍ତ ରାଉତ ଏବଂ ବାଲିଆପାଳ ବ୍ଲକ ସଦସ୍ୟ ଉତ୍ତମ କୁମାର ନାୟକଙ୍କ ଜରିଆରେ ପୋଲିସ ସେମାନଙ୍କ ପଚରାଉଚରା କରିବାରୁ ଏଥିରେ ଏକ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସୂଚନା ମିଳିଛି। ଧରାପଡିଥବବା ନାବାଳକ ଦ୍ୱୟଙ୍କ ମଧ୍ୟରୁ ଜଣେ ୧୦ ବର୍ଷର ନାବାଳକଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ବୋକାରୋ ଜିଲା ବାଲିଡ଼ିହା ଥାନା ଅଞ୍ଚଳ ଓ ଅନ୍ୟଜଣେ ୧୨ବର୍ଷର ନାବାଳକଙ୍କ ଘର ସେହି ଜିଲା ବାଙ୍କମୋଦା ଥାନା ଧାନବାଡ଼ ଅଞ୍ଚଳରେ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ‘ଡେଣ୍ଡ୍ରାଇଡ୍‌’ ଅଠା ସହ କିଛି ଟଙ୍କା ମିଳିଥିବାର ଜଣାପଡ଼ିଛି। ସେମାନେ ଏହି ଅଠାକୁ ନିଶାଦ୍ରବ୍ୟ ଭାବେ ସେବନ କରି ଟ୍ରେନ୍‌ରେ ଯାତ୍ରୀଙ୍କ ଆସବାବପତ୍ର ସହ ବିଭିନ୍ନ ନାମୀଦାମୀ ଜିନିଷପତ୍ର, ମୋବାଇଲ୍‌, ମନିପର୍ସ ଇତ୍ୟାଦି ଚୋରି କରୁଥିଲେ। ଏହି ଦୁଇ ନାବାଳକଙ୍କୁ ବାଲେଶ୍ୱର ଜିଲା ଶିଶୁ ମଙ୍ଗଳ କମିଟିକୁ ଏହାର ଅଧ୍ୟକ୍ଷ ଭାଗିରଥି ବାରିକଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri