ଟ୍ରେଣ୍ଡରେ ରଫଲ୍‌ ଲେହେଙ୍ଗା

ସାଧାରଣତଃ ପୋଷାକର କିଛି କିଛି ସ୍ଥାନରେ କପଡ଼ା କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିବାର ଷ୍ଟାଇଲ୍‌କୁ ରଫଲ୍‌ କୁହାଯାଇଥାଏ। ଆଉଟ୍‌ଫିଟ୍‌ ଯେତେ ସିମ୍ପଲ ହେଉନା କାହିଁକି, ରଫଲ୍‌ ଦ୍ୱାରା ସେଥିରେ ଗ୍ଲାମର ଟଚ୍‌ ଆସିଥାଏ। ସେଥିପାଇଁ ତ ଏବେ ରଫଲ୍‌ ଆଉଟ୍‌ଫିଟ୍‌ର ଟ୍ରେଣ୍ଡ ଖୁବ୍‌ ଚାଲିଛି। ଟପ୍ସଠାରୁ ଆରମ୍ଭ କରି ଶାଢି, ଡ୍ରେସ୍‌, ସ୍କର୍ଟ ଏପରି କି ଲେହେଙ୍ଗାରେ ବି ରଫଲ୍‌ ଷ୍ଟାଇଲ୍‌କୁ ଅନୁକରଣ କରାଯାଉଥିବା ଦେଖିବାକୁ ମିଳୁଛି। ଏଠାରେ ସେମିତି କିଛି ଟ୍ରେଣ୍ଡି ରଫଲ୍‌ ଲେହେଙ୍ଗା ସମ୍ପର୍କରେ…

ରଫଲ୍‌ ଆର୍ଟ ସିଲ୍କ ରେଡ୍‌ ଲେହେଙ୍ଗା:ଏହାକୁ ଫ୍ୟାଶନ ଏକ୍ସପର୍ଟମାନେ ନ୍ୟୁ ଏଜ୍‌ ଲେହେଙ୍ଗା ବୋଲି ମଧ୍ୟ କହିଥାନ୍ତି। ଏହି ଲେହେଙ୍ଗାର ଆକର୍ଷଣୀୟ ରଙ୍ଗ ସାଙ୍ଗକୁ ମଲ୍ଟି ଲେୟାର୍‌ ଡିଜାଇନ୍‌ ପାର୍ଟି ଲୁକ୍‌ ପାଇଁ ପୂରା ପରଫେକ୍ଟ ଲାଗେ। ତେବେ ଏହି ଲେହେଙ୍ଗାର ରଙ୍ଗ ରେଡ୍‌ ବା ନାଲି ହୋଇଥିବାରୁ ତା’ସହିତ ମ୍ୟାଚିଂ କରି ନାଲି ରଙ୍ଗର ହାଇ ହିଲ୍‌ ପିନ୍ଧିଲେ ଲୁକ୍‌ ମଡର୍ନ ଲାଗିଥାଏ।

ଲେହେଙ୍ଗା ଉଇଥ୍‌ ରଫଲ୍‌ ଦୁପଟ୍ଟା: ମିକ୍ସ ଆଣ୍ଡ ମ୍ୟାଚ୍‌ ପାର୍ଟନ ଆଉଟ୍‌ଫିଟ୍‌ର ବି ଚଳଣି ଏବେ ଖୁବ୍‌ ଚାଲିଛି। ତେଣୁ ଆଜିକାଲି ଦେଖିବାକୁ ମିଳୁଛି କେତେକ ଲେହେଙ୍ଗାର କେବଳ ଦୁପଟ୍ଟା ବା ଓଢଣୀରେ ରଫଲ୍‌ କାମ ହୋଇ ଆସୁଛି, ଯାହାକୁ ପାର୍ଟି, ଫଙ୍କସନ୍‌ ଏପରି କି ପର୍ବପର୍ବାଣିରେ ମଧ୍ୟ ପିନ୍ଧି ହେବ। ଯେହେତୁ ଏହି ଲେହେଙ୍ଗାର କେବଳ ଦୁପଟ୍ଟାରେ ରଫଲ୍‌ କାମ ହୋଇଥାଏ, ତେଣୁ ଏହାକୁ ମ୍ୟାଚିଂ କରି ରଫଲ୍‌ ଜୁଏଲେରୀ ପିନ୍ଧିଲେ ଷ୍ଟାଇଲ୍‌ ବାଲାନ୍ସ ଲାଗିଥାଏ।

ରଫଲ୍‌ ଏମ୍ବ୍ରୋଡୋରୀ ଲେହେଙ୍ଗା ଚୋଲି: ଏମ୍ବ୍ରୋଡୋରୀ କାମ ହୋଇଥିବା ଆଉଟ୍‌ଫିଟ୍‌ ସବୁବେଳେ ଆକର୍ଷଣୀୟ ଲାଗିଥାଏ। ଆଉ ଯେଉଁ ଲେହେଙ୍ଗାରେ ଏମ୍ବ୍ରୋଡୋରୀ ସାଙ୍ଗକୁ ରଫଲ୍‌ ଡିଜାଇନ୍‌ର ବ୍ୟବହାର ହୋଇଥିବ, ତାହା ଯେ କେତେ ସୁନ୍ଦର ଦେଖାଯାଉ ନ ଥିବ ଥରେ ଚିନ୍ତା କରନ୍ତୁ ନା। ତା’ହେଲେ ଆଉ ଡେରି କାହିଁକି ଆସନ୍ତା ପାର୍ବଣ ଋତୁରେ ଏ ଷ୍ଟାଇଲ୍‌ର ଲେହେଙ୍ଗାକୁ କିଣି ଗ୍ଲାମର୍ସ ଲୁକ୍‌ ପାଇବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ ନା। ତେବେ ଏହି ଲେହେଙ୍ଗା ସହ ହାଲ୍‌କା ଜୁଏଲେରୀ ପିନ୍ଧିଲେ ସୋବର୍‌ ଲୁକ୍‌ ମିଳିଥାଏ।

ଷ୍ଟୋନ ଓ୍ବାର୍କ ରଫଲ୍‌ ଲେହେଙ୍ଗା: ଏ ଧରଣର ଲେହେଙ୍ଗାରେ ଯେଉଁ ଯେଉଁ ସ୍ଥାନରେ ରଫଲ୍‌ର ବ୍ୟବହାର କରାଯାଇଥାଏ, ଠିକ୍‌ ସେହି ସ୍ଥାନରେ ଗୋଟିଏ ଗୋଟିଏ ଷ୍ଟୋନ ଲାଗିବା ସହ ଲେହେଙ୍ଗାର ବ୍ଲାଉଜ୍‌ ଓ ଦୁପଟ୍ଟାରେ ବି ଷ୍ଟୋନ କାମ ହୋଇଥାଏ। ଖାସ୍‌ କରି ନାଇଟ୍‌ ପାର୍ଟିରେ ଏହାକୁ ପିନ୍ଧିଲେ ରଙ୍ଗିନ୍‌ ଆଲୋକରେ ଏହା ଖୁବ୍‌ ଗର୍ଜିୟସ୍‌ ଲାଗିଥାଏ। ତା’ଛଡ଼ା ଏହି ଲେହେଙ୍ଗାରେ ଷ୍ଟୋନ କାମ ହୋଇଥିବାରୁ ଏହା ସହିତ ଷ୍ଟୋନ ଜୁଏଲେରୀ ପିନ୍ଧିଲେ ହିଁ ଭଲ ମାନେ।

ରୟାଲ୍‌ ବ୍ଲୁ ଏମ୍ବ୍ରୋଡୋରୀ ରଫଲ୍‌ ଲେହେଙ୍ଗା: ରୟାଲ୍‌ ବ୍ଲୁ କୁ ସାଧାରଣତଃ ରିଚ୍‌ କଲର୍‌ କୁହାଯାଇଥାଏ। ଏତେ ସୁନ୍ଦର ରଙ୍ଗ ସାଙ୍ଗକୁ ରଫଲ୍‌ର ଡିଜାଇନ୍‌ ଏହି ଲେହେଙ୍ଗାର ଆକର୍ଷଣକୁ ଆହୁରି ବଢାଇଦିଏ। ଯଦ୍ଦ୍ବାରା ଏହାକୁ ପିନ୍ଧିଲେ ପାର୍ଟି, ଫଙ୍କସନ୍‌ରେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଖାସ୍‌ କଥା ହେଉଛି ଏହି ଲେହେଙ୍ଗା ସହ ମ୍ୟାଚିଂ କଲର୍‌ର ରଫଲ୍‌ ଇୟର ରିଂ ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ପାଇହୁଏ।

ନେଟ୍‌ ରଫଲ୍‌ ଲେହେଙ୍ଗା: ନେଟ୍‌ କପଡାରେ ପ୍ରସ୍ତୁତ ହୋଇଥିବା ଲେହେଙ୍ଗାରେ ରଫଲ୍‌ ଡିଜାଇନ୍‌ ହେଲେ ତାହା ଥାକ ଥାକ ହୋଇ ରହିଥାଏ। ତା’ଛଡ଼ା ଏହି ଲେହେଙ୍ଗା ଯଦି କନ୍‌ଟ୍ରାଷ୍ଟ କଲର୍‌ର ହୋଇଥିବ, ତା’ହେଲେ ତ ଏହା ଆହୁରି ଆକର୍ଷଣୀୟ ଦେଖାଯାଇଥାଏ। ଏହି ଲେହେଙ୍ଗା ସହ ମ୍ୟାଚିଂ ଜୁଏଲେରୀ ପିନ୍ଧିଲେ ବେଶ୍‌ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri