ଟ୍ରାଫିକ୍‌ ଜାମ୍‌ରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ତନାଘନା: ଟ୍ରାଫିକ ଡିସିପିଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିଯିବାରୁ ମେଡିକାଲ ଯାଉଥିବା ଜଣେ ୫ବର୍ଷର ଶିଶୁ ନୀଲ୍‌ ନୀତୀଶ ନାୟକଙ୍କ ଜୀବନ ଚାଲିଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ରାଜଧାନୀରେ ଘଟିଥିବା ଏହି ହୃଦୟବିଦାରକ ଘଟଣାକୁ ନେଇ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ରିପୋର୍ଟ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ଟ୍ରାଫିକ ସମସ୍ୟା ଉପୁଜିଲା, କାହିଁକି ଆମ୍ବୁଲାନ୍ସ ରାସ୍ତାରେ ଫସି ରହିଲା, ଆଗାମୀ ଦିନରେ ଆମ୍ବୁଲାନ୍ସ ଯେପରି ଠିକ୍‌ ଭାବେ ହସ୍ପିଟାଲରେ ପହଞ୍ଚତ୍ପାରିବ ତାହାର କ’ଣ ବ୍ୟବସ୍ଥା ରହିଛି ସେସସମ୍ପର୍କରେ ରିପୋର୍ଟ ମାଗିଛନ୍ତି ଆୟୋଗ।
ଅନ୍ୟପକ୍ଷରେ ଘଟଣାକୁ ନେଇ ମାନବ ଅଧିକାର କର୍ମୀ ପ୍ରଦୀପ ନାୟକ ବୁଧବାର ଓଡ଼ିଶା ମାନବ ଅଧିକାର କମିଶନ(ଓଏଚ୍‌ଆରସି)ରେ ଅଭିଯୋଗ କରିଛନ୍ତି। ପ୍ରଦୀପ ଏହି ମାମଲାରେ ସ୍ବାସ୍ଥ୍ୟ ସଚିବ, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପିଙ୍କୁ ପକ୍ଷଭୁକ୍ତ କରିଥିବାବେଳେ ଶିଶୁର ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି। ପ୍ରଦୀପ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ମୃତ ଶିଶୁ ନୀଲ୍‌ ନୀତିଶଙ୍କ ଘର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ ଦୋବଣ୍ଡା ଗ୍ରାମରେ ହୋଇଥିବା ବେଳେ ସେ ପରିବାର ସହ ପୁରୁଣା ଭୁବନେଶ୍ୱରରେ ରହୁଥିଲେ। ସାମାନ୍ୟ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ୨୪ ଘଣ୍ଟା ଶିଶୁଟି ରହିଥିଲେ ମଧ୍ୟ ଚିକିତ୍ସା ଠିକ୍‌ ଭାବେ କରାଯାଇ ନ ଥିଲା। ଏପରି କି ମେଡିସିନ ପାଇଁ ଶିଶୁର ବାପା ମେଡିକାଲରେ ଅସୁବିଧାରେ ସମ୍ମୁଖୀନ ହୋଇଥିବାବେଳେ ରକ୍ତ ପରୀକ୍ଷା ପାଇଁ ବହୁ ସମୟ ଧରି ଧାଡ଼ିରେ ରହିଥିବା ବାପା ନିରୋଦ ତାଙ୍କ ଅଭିଯେଗାପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲରୁ ନିକଟ ଘରୋଇ ହସ୍ପିଟାଲ ଯିବାବେଳେ ଟ୍ରାଫିକ ଜାମ୍‌ ଯୋଗୁ ଦେଢ଼ଘଣ୍ଟା ଲାଗିଥିଲା। ଆମ୍ବୁଲାନ୍ସକୁ ବାଟ କଢେଇ ନେବାରେ ଟ୍ରାଫିକ ପୋଲିସ ସହଯୋଗ ନ କରିବାରୁ ଏତେ ସମୟ ଲାଗିଥିଲା। ନିରୋଦ ମଧ୍ୟ ଚିକିତ୍ସା ଅବହେଳା ଓ ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁ ପୁଅର ମୃତ୍ୟୁ ଘଟିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ବହୁବାର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରୁଥିଲେ ମଧ୍ୟ ଭିତ୍ତିଭୂମିରେ କୌଣସି ସୁଧାର ଆସିନାହିଁ। ଗୁରୁତର ରୋଗୀ ପାଇଁ ଆବଶ୍ୟକ ଆଇସିୟୁ ନ ଥିବା ପ୍ରଦୀପ ତାଙ୍କ ପିଟିଶନରେ ଉଲ୍ଲେଖ କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।

ତଦନ୍ତ ରିପୋର୍ଟ ଦେଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ
ଶିଶୁମୃତ୍ୟୁ ଘଟଣାରେ ଚିକିତ୍ସା ଅବହେଳା ନେଇ ମଧ୍ୟ ଅଭିଯୋଗ ଉଠୁଛି। ମୃତ ଶିଶୁ ନୀଲ୍‌ ନୀତୀଶଙ୍କ ବାପା ନିରୋଦ ପୁଅକୁ ଚିକିତ୍ସା କରାଇବାକୁ ଯାଇ କ୍ୟାପିଟାଲ ହସ୍ପିଟାଲରେ କିଭଳି ହଟହଟାର ଶିକାର ହୋଇଥିଲେ ସେନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ। ଏପରି କି ରାତିରେ ଶିଶୁ ବିଭାଗରେ ଅନଭିଜ୍ଞ ଡାକ୍ତର ରହିବା, ଭୁଲ୍‌ ଓ ବିଳମ୍ବ ଚିକିତ୍ସାକୁ ନେଇ ସେ ଅଭିଯୋଗ କରିଥିଲେ। ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ସେବାକୁ ନେଇ ପ୍ରଶ୍ନ ଉଠିବା ପରେ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ଘଟଣାର ପ୍ରାଥମିକ ତଦନ୍ତ କରି ବୁଧବାର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିବା ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ କହିଛନ୍ତି।
ଜୀବନ ଯିବା ପରେ ପୋଲିସର ନିଦ ଭାଙ୍ଗିଲା
ଆମ୍ବୁଲାନ୍ସକୁ ରାସ୍ତା ନ ଛାଡ଼ିଲେ ୧୦ ହଜାର ଜରିମାନା, ୬ ମାସ ଜେଲ
ଚିକିତ୍ସା ହେଉ କି ଟ୍ରାଫିକ ଜାମ୍‌ ଯୋଗୁ ବହୁ ବିଳମ୍ବ ହେବାରୁ ନୀଲ୍‌ ନୀତୀଶ୍‌ଙ୍କ ମୃତ୍ୟୁ ଘଟିଲା। ଶୀଘ୍ର ପହଞ୍ଚତ୍ଥିଲେ ହୁଏତ ଶିଶୁଟିକୁ ବଞ୍ଚାଯାଇପାରି ଥାଆନ୍ତା ବୋଲି ମୃତ ଘୋଷଣା କରିଥିବା ଡାକ୍ତର କହିଥିଲେ। ବିଭିନ୍ନ ଆଡୁ ନିନ୍ଦା ପ୍ରକାଶ ପାଇବା ପରେ କମିଶନରେଟ ପୋଲିସର ନିଦ ଭାଙ୍ଗିଛି। ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି, ଆମକୁ ଜରୁରୀ ସମସ୍ୟା ସମ୍ପର୍କରେ ଅବଗତ କରାଗଲେ ଆମେ ସେବା ଯୋଗାଇବା ପାଇଁ ପ୍ରସ୍ତୁତ। ଏଣିକି ରାଜଧାନୀରେ କାର୍ଯ୍ୟରତ ଆମ୍ବୁଲାନ୍ସଗୁଡିକରେ ଜିପିଏସ୍‌ ସିଷ୍ଟମ ଲାଗିବ। ସ୍ମାର୍ଟସିଟି କଣ୍ଟ୍ରୋଲ ରୁମ୍‌ ସହ ଏହାର ସଂଯୋଗ ରଖାଯିବ॥ଫିକ ପୋଲିସ ସହ ସମ୍ପର୍କ ସ୍ଥାପନ କରି ଆମ୍ବୁଲାନ୍ସର ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦିଆଯିବ। ଆମ୍ବୁଲାନ୍ସ ଆସିବା ଆଗରୁ ଉକ୍ତ ରାସ୍ତାକୁ ପ୍ରସ୍ତୁତ ରଖାଯିବ। ଯେଉଁମାନେ ଆମ୍ବୁଲାନ୍ସକୁ ବାଟ ନ ଛାଡିବେ ସେମାନଙ୍କୁ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡାଦେଶକୁ ଅଧିକ କଡାକଡି ପାଳନ କରାଯିବ। ଏଥିସହ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାକୁ ୬ ଲେନ୍‌ କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିବା ଡିସିପି ନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri