ଟ୍ରାଇ ସାଇକେଲ ଲାଗି ଆବେଦନ କରି ଦିବ୍ୟାଙ୍ଗ ନିରାଶ

 

କୋମନା,୨୧।୩ (ଡି.ଏନ୍‌.ଏ.)-
ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ପଁଚେତ୍‌ କୁଶଦହନା ଗଁାର ପୁରୁଷୋତ୍ତମ ସାହୁ(୩୫)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ଦିବ୍ୟାଙ୍ଗ ପାଲଟିଯାଇଛନ୍‌। ହେଲେ ସେ ହାର ନାଇଁମାନି। ଫିଦିନ ନିଜର ଟ୍ରାଇ ସାଇକେଲରେ ଆସର ପାସର ଗଁା ବୁଲି ପାଉଁରୁଟି ବିକୁଛନ୍‌। ହେଲେ ତାକର ଟ୍ରାଇସାଇକେଲଟା ଦଦ୍‌ରା ହେଇଗଲାନ। ଏନ୍‌ତାଥି ବୁଲି ବୁଲି ବେପାର କରବାରେ ଅସ୍‌ବିଧା ହେଉଛେ। ନୂଅଁା ଟ୍ରାଇ ସାଇକେଲ ଖଁଡ଼େ ପାଏବାର ଲାଗି ସେ ଅନେକ ଥର ଦରଖାସ୍ତ ଦେଇ ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ କୁଶଦହନା ଗଁାର ବାଲକୁମାର ସାହୁ(୬୫)। ପରିବାର କହେଲେ ମାଏକିନା ତେଜିକୁମାରୀ, ଦୁଇ ପୁଓ ପୁରୁଷୋତ୍ତମ(୩୫) ଆର ଲଖନ(୩୨)କୁଁ ନେଇ ସଁସାର। ପୁରୁଷୋତ୍ତମ ଜନମ୍‌ ବେଲୁ ୫ ବଛର ତକ୍‌ ଠିକ୍‌ଠାକ୍‌ ଥିଲେ। ପଛେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ଲେ। ଗରିବ୍‌ ମା’ବାପ୍‌ ଯାହା ପାରଲେ ଚିକିଛା କରାଲେ। ହେଲେ କିଛି ଲାଭ ନାଇଁ ହେଲା। ଶେଷେ ପୁରୁଷୋତ୍ତମକଁର ଦୁଇ ଗୋଡ଼ ଅଚଲ ହେଇଗଲା। ସେଦିନ୍‌ଠାନୁ ସେ ଦିବ୍ୟାଙ୍ଗ ପାଲଟିଯାଇଛନ୍‌। ହେଲେ ପୁରୁଷୋତ୍ତମକଁର ପାଠ୍‌ ପଢ଼ବାର ବହୁତ୍‌ ଇଛା ଥିଲା। ସେଥିରଲାଗି ମା’ବାପ୍‌ ଗଁା ସ୍କୁଲରେ ତାକର ନଁା ଲେଖେଇ ଦେଲେ। ସେଠାନୁ ପାସ୍‌ କଲା ଉତାରୁ କୁରୁମପୁରୀ ହାଇସ୍କୁଲରେ ମାଟ୍ରିକ ତକ୍‌ ପଢ଼ଲେ। ହେଲେ ଟଁକା ପଏସା ଅଭାବୁ ତାକର ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ିଥିଲା। ସରକାରୀ ସାହାଯ୍‌ କହେଲେ ଭିନ୍ନକ୍ଷମ ଭତା ଆର ୨୦୧୭ରେ ଗୁଟେ ଟ୍ରାଇସାଇକେଲ ପାଇଥିଲେ। ପୁରୁଷୋତ୍ତମ ଏହେଦେ ସେ ଟ୍ରାଇ ସାଇକେଲରେ ଫିଦିନ ୧୦ରୁ ୧୫ କି.ମି. ବୁଲି ବୁଲି ଗଁାମାନକେ ପାଉଁରୁଟି ବିକୁଛନ୍‌। ହେଲେ ଏହେଦେ ତାକର ଟ୍ରାଇ ସାଇକେଲଟା ଦଦ୍‌ରା ହେଇଗଲାନ। ଏନ୍‌ତାଥି ସେ ବେପାର କରି ନାଇଁପାରବାର। ନୂଅଁା ଟ୍ରାଇ ସାଇକେଲ ଖଁଡ଼େ ପାଏବାର ଲାଗି ଥାନୀଅ ପରଶାସନନୁ ମୁଖ୍ୟମନ୍ତ୍ରୀକଁର ଅଭିଯୋଗ କୁଠା ତକ୍‌ ପୁରୁଷୋତ୍ତମ ଦରଖାସ୍ତ ଦେଇଛନ୍‌। ମୁଖ୍ୟମନ୍ତ୍ରୀକଁର ଦପ୍‌ତରନୁ ଆସିଥିବାର ଚିଠିକେ ସେ ବ୍ଲକ ପରଶାସନକେ ଦେଇଥିବାର କହିଛନ୍‌। ହେଲେ ଆଏଜ୍‌ତକ ଇ ଦିଗେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯାଇ ବଲି ସେ କହିଛନ୍‌। ପରଶାସନ ଗୁଟେ ଟ୍ରାଇ ସାଇକେଲ ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେଲେ ମୁଇଁ ମୋର ଜୀବନ୍‌ ଜିବ୍‌କା ଚଲେଇ ପାରତି ବଲି ଗଣମାଧ୍ୟମ ଜରିଆରେ ପୁରୁଷୋତ୍ତମ ଥାନୀଅ ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ କୋମନା ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମିଥୁନ ତାଣ୍ଡିକୁଁ ପଚ୍‌ରାଲାରୁ ଦରକାରି କାଗଜପତର ସଂଗେ ଆବେଦନ କଲେ ନୂଅଁା ଟ୍ରାଇ ସାଇକେଲ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri