Posted inଖେଳ

ଟ୍ବିଲାଇଟ୍‌ ଟ୍ରେନିଂ: ଇନ୍ଦୋରରେ ଅଧିକ ୨ ଦିନ ରହିବେ କ୍ରିକେଟର

ଇନ୍ଦୋର,୧୭।୧୧(ପି.ଟି.)- ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ତାରିତଖରୁ ଐତିହାସିକ ଇଡେନ ଗାର୍ଡେନରେ ଦିବାରାତ୍ର ଟେଷ୍ଟ ଖେଳିବ। ପିଙ୍କ୍‌ ବଲ୍‌ ବା ଗୋଲାପୀ ବଲ୍‌ରେ ଏହି ମ୍ୟାଚ ଖେଳାଯିବ। ଫଳରେ ସନ୍ଧ୍ୟା ତଥା ରାତିରେ ଅଭ୍ୟାସ କରିବା ଅର୍ଥାତ୍‌ ‘ଟ୍ବିଲାଇଟ୍‌ ଟ୍ରେନିଂ’ପାଇଁ ଭାରତୀୟ କ୍ରିକେଟର ଇନ୍ଦୋରରେ ଆହୁରି ଅଧିକ ଦୁଇଦିନ ରହିବେ। ଏପରି କି ବାଂଲାଦେଶ ଦଳ ମଧ୍ୟ ଅଭ୍ୟାସ ପାଇଁ ଏଠାରେ ରହିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଟେଷ୍ଟ ୩ ଦିନ ମଧ୍ୟରେ ଶେଷ ହୋଇଥିବାରୁ ବାକି ୨ ଦିନ ଏଠାରେ ରହି ଅଭ୍ୟାସ ଉପରେ ଦଳ ଗୁରୁତ୍ୱ ଦେବ ବୋଲି କୁହାଯାଇଛି।
ଆଗାମୀ ଦୁଇଦିନରେ ଭାରତ ପିଙ୍କ୍‌ ବଲ୍‌ରେ ଅଭ୍ୟାସ କରିବ ଓ ଏହାକୁ ‘ଟ୍ବିଲାଇଟନ ଜୋନ୍‌’ ବୋଲି କୁହାଯାଉଛି। ଗୋଧୂଳି ବା ସନ୍ଧ୍ୟା ସମୟରେ କିପରି ଖେଳିବାକୁ ହୁଏ ଆମେ ତାହା ଜାଣିନାହୁଁ। ତେଣୁ ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ନେବାକୁ ଆମେ ସ୍ଥିର କରିଛୁ ବୋଲି ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ତରଫରୁ କୁହାଯାଇଛି। ପୂର୍ବରୁ ଚେତେଶ୍ୱର ପୂଜାରାଙ୍କ ସମେତ କେତେଜଣ ଖେଳାଳି ଦୁଲୀପ୍‌ ଟ୍ରଫି ଖେଳିବା ଅବସରରେ ସନ୍ଧ୍ୟା ସମୟରେ ପିଙ୍କ୍‌ ବଲ୍‌ରେ ଖେଳିଛନ୍ତି ଓ ଏହାକୁ ଚ୍ୟାଲେଞ୍ଜ୍‌ ପୂର୍ଣ୍ଣ କହିଛନ୍ତି। ସନ୍ଧ୍ୟା ସମୟରେ ଆକାଶ ଓ ପିଙ୍କ୍‌ ବଲ୍‌ର ରଙ୍ଗ କମଳା ରଙ୍ଗ ପରି ମନେ ହୋଇଥାଏ। ଫଳରେ ଏହି ସମୟରେ ବଲକୁ ଦେଖିବାରେ ସମସ୍ୟା ରହିଥିଏ ଓ ଏଥିପାଇଁ ବ୍ୟାଟିଂ କରିବା ମଧ୍ୟ କଷ୍ଟକର ହୋଇଥାଏ ବୋଲି ପୂଜାରା କହିଛନ୍ତି। ତେବେ ଏହି ସମୟରେ ଅଧିକ ଖେଳିଲେ ଜଣେ ବ୍ୟାଟ୍ସମ୍ୟାନ ଅଭ୍ୟସ୍ତ ହୋଇଥାନ୍ତି ଓ ବଲ୍‌ର ଗତି ସମ୍ପର୍କରେ ଅବଗତ ହୋଇଥାନ୍ତି।
ଏପର୍ଯ୍ୟନ୍ତ ପିଙ୍କ୍‌ ବଲ୍‌ରେ ବୋଲିଂ କରିନାହିଁ। ବେଳେବେଳେ ଏହି ବଲ୍‌ ଗୋଲାପୀ କିମ୍ବା କମଳା ରଙ୍ଗ ଭଳି ମନେ ହୋଇଥାଏ। ତେଣୁ ଅଭ୍ୟାସ କରିବା ନିହାତି ଜରୁରୀ ବୋଲି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି। ଅନ୍ୟପଟେ ଖେଳାଳିମାନେ ଉଭୟ ନୂଆ ଓ ପୁରୁଣା ପିଙ୍କ୍‌ ବଲ୍‌ରେ ଅଭ୍ୟାସ କରବା ଜରୁରୀ ବୋଲି କ୍ରିକେଟ ଆଇକନ ସଚିନ ତେନ୍ଦୁଲକର କହିଛନ୍ତି। ନେଟ୍ସରେ ବ୍ୟାଟ୍ସମ୍ୟାନମାନେ ଭିନ୍ନ ବଲ୍‌ ସହ ଅଭ୍ୟାସ କରିବା ଆବଶ୍ୟକ। ନୂଆ ପିଙ୍କ୍‌ ବଲ୍‌, ୨୦ ଓଭର ପିଙ୍କ୍‌ ବଲ୍‌ ଓ ଗୋଟିଏ ୫୦ ଓଭର ପିଙ୍କ୍‌ ବଲ୍‌କୁ ନେଇ ଅଭ୍ୟାସ କରିବା ଦରାକାର ବୋଲି ସେ କହିଛନ୍ତି। ସେଣ୍ଟର ଉଇକେଟରେ ଓ କଳା ସାଇଡ ସ୍କ୍ରିନ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ତେଣୁ ନେଟ୍‌ ପ୍ରାକ୍ଟିସ୍‌ରେ ଖେଳାଳିମାନେ ଧ୍ୟାନ ଦେବା ଉଚିତ ହେବ ବୋଲି ସଚିନ କହିଛନ୍ତି। ଆସନ୍ତା ୧୯ ତାରିଖରେ ଦୁଇ ଦଳ କୋଲକାତା ଯାତ୍ରା କରିବ ଓ ଏହା ପର ଦୁଇଦିନରେ ଇଡେନ ଗାର୍ଡେନରେ ଅଭ୍ୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri