Posted inଖେଳ

ଟେଷ୍ଟରେ ହ୍ୟାଟ୍ରିକ୍‌: ବୁମ୍‌ରା ତୃତୀୟ ଭାରତୀୟ

କିଙ୍ଗଷ୍ଟନ,୧।୯(ପି.ଟି.)- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଶନିବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ବୁମ୍‌ରା ଏଥି ସହିତ ଟେଷ୍ଟରେ ତୃତୀୟ ଭାରତୀୟ ଭାବେ ସେ ଏହି ସଫଳତା ପାଇଛନ୍ତି। ପୂର୍ବରୁ ସ୍ପିନର ହରଭଜନ ସିଂ ଓ ଇଫାର୍ନ ପଠାନ ଟେଷ୍ଟରେ ହ୍ୟାଟ୍ରିକ ଅର୍ଜନ କରିବାର ସୌଭାଗ୍ୟ ପାଇଥିଲେ। ତେବେ ଟେଷ୍ଟରେ ଇଂଲଣ୍ଡର ମୋଇନ ଅଲି ୨୦୧୭ରେ ଶେଷଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ଦି ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଡିନ୍‌ ଏଲଗାର, କାଗିସୋ ରାବାଡ଼ା ଓ ମର୍ନି ମୋର୍କେଲଙ୍କ କ୍ରମାଗତ ୩ଟି ବଲ୍‌ରେ ଆଉଟ କରିଥିଲେ।
ଇନିଂସର ନବମ ଓ ବ୍ୟକ୍ତିଗତ ଚତୁର୍ଥ ଓଭରରେ ବୁମ୍‌ରା ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବଲ୍‌ରେ ଯଥାକ୍ରମେ ଡାରେନ ବ୍ରାଭୋ, ଶମରା ବ୍ରୁକ୍ସ ଓ ରୋଷ୍ଟନ ଚେଜ୍‌ଙ୍କୁ ଆଉଟ କରିଥିଲେ। ତେବେ ଚେଜ୍‌ଙ୍କୁ ଆଉଟ କରିବା ପାଇଁ ବୁମ୍‌ରା ଅପିଲ କରି ନ ଥିଲେ। ବଲ୍‌ ଚେଜ୍‌ଙ୍କ ପ୍ୟାଡ୍‌ରେ ବାଜିଥିଲା। ଉଇକେଟକିପର ରିଷଭ ପନ୍ତ ଓ ସ୍ଲିପ୍‌ ଫିଲ୍ଡରମାନେ ଏଲ୍‌ବିଡବ୍ଲ୍ୟୁ ପାଇଁ ଅପିଲ କରିଥିଲେ ମଧ୍ୟ ଅମ୍ପାୟର ପଲ ରିଫେଲ ଏହାକୁ ଅସ୍ବୀକାର କରିଥିଲେ। ତେବେ ଦ୍ୱିତୀୟ ସ୍ଲିପ୍‌ରେ ଠିଆ ହୋଇଥିବା ଅଧିନାୟକ ବିରାଟ କୋହଲି ମଝିକୁ ଆସି ବୁମ୍‌ରାଙ୍କ ସହ ଆଲୋଚନା କରିଥିଲେ ଓ ଡିଆରଏସ୍‌ ନେଇଥିଲେ। ଏହାପରେ ଅବଶ୍ୟ ଅମ୍ପାୟର ଚେଜ୍‌ଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ଫଳରେ ବୁମ୍‌ରା ହ୍ୟାଟ୍ରିକ ଅର୍ଜନ କରିଥିଲେ। ପ୍ରଥମ ଭାରତୀୟ ହରଭଜନ
୧୯ ବର୍ଷ ତଳେ ୨୦୦୧ରେ ହରଭଜନ ଇଡେନଗାର୍ଡେନରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ସିରିଜ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ହ୍ୟାଟ୍ରିକ ନେବା ସହ ୧୨୩ ରନ ବ୍ୟୟ କରି ମୋଟି ୭ ଉଇକେଟ ହାସଲ କରିଥିଲେ। ସେ ୭୨ତମ ଓଭରରେ ରକି ପଣ୍ଟିଂ, ଆଡମ ଗିଲଖ୍ରୀଷ୍ଟ ଓ ଶେନ ଓ୍ବର୍ନଙ୍କୁ ଆଉଟ କରିଥିଲେ। ପଣ୍ଟିଂ ଓ ଗିଲଖ୍ରୀଷ୍ଟଙ୍କୁ ସେ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ତେବେ ଓ୍ବାର୍ନଙ୍କୁ ସେ ସଦାଗୋପାଲ ରମେଶଙ୍କ ଦ୍ୱାରା କ୍ୟାଚ୍‌ ଆଉଟ କରାଇଥିଲେ।
ପ୍ରଥମ ଓଭରରେ ଇର୍ଫାନଙ୍କୁ ହ୍ୟାଟ୍ରିକ
୨୦୦୬ରେ ପାକିସ୍ତାନ ବିପକ୍ଷ କରାଚୀ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ଇର୍ଫାନ ପଠାନ ପ୍ରଥମ ଓଭରର ଅନ୍ତିମ ୩ଟି ବଲ୍‌ରେ ସଲମନ ବଟ୍ଟ, ୟୁନିସ୍‌ ଖାଁ ଓ ମହମ୍ମଦ ୟୁସୁଫ୍‌ଙ୍କୁ ଆଉଟ କରିଥିଲେ। ପ୍ରଥମ ଓଭରରେ ବିନାସ୍କୋରରେ ପାକିସ୍ତାନ ୩ଟି ଉଇକେଟ ହରାଇଥିଲା। ପ୍ରଥମ ଓଭରରେ ଇର୍ଫାନ ହ୍ୟାଟ୍ରିକ୍‌ ନେବାରେ ପ୍ରଥମ ଭାରତୀୟ ବୋଲର ସାବ୍ୟସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri