Posted inଖେଳ

ଟି୨୦ ସିରଜ: ୫-୦ରେ ଭାରତର କ୍ଲିନ୍‌ ସୁଇପ୍‌, ରାହୁଲ ପ୍ଲେୟାର ଅଫ୍‌ ଦି ସିରିଜ୍‌

ମାଉଣ୍ଟ ମାଉଁଗାନୁଇ,୩।୨(ପି.ଟି.)- କିକେଟର ସବୁଠାରୁ ଛୋଟ ଫର୍ମାଟ ଟି୨୦ରେ ଭାରତ ରେକର୍ଡ କରିଛି। ବିଶ୍ୱର ପ୍ରଥମ ଦଳ ଭାବେ ଭାରତ ବୃହତ୍‌ ବ୍ୟବଧାନରେ ସିରିଜ ଜିତି ରେକର୍ଡ ସୃଷ୍ଟି କରିଛି। ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୭ ରନରେ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜର ସବୁ ମ୍ୟାଚ୍‌ ଜିତି ଭାରତ ୫-୦ରେ କ୍ଲିନ୍‌ ସୁଇପ୍‌ କରି ଏକ ବିରଳ ସଫଳତା ହାସଲ କରିଛି। ଡେଥ୍‌ ଓଭର ସ୍ପୋଶାଲିଷ୍ଟ ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ଭାରତୀୟ ବୋଲିଂ ବାହିନୀ ଅନ୍ତିମ ୭.୨ ଓଭରରେ ମାତ୍ର ୨୫ ରନ ବ୍ୟୟ କରି ଶେଷ ୭ ଉଇକେଟ ହାସଲ କରି ନ୍ୟୁଜିଲାଣ୍ଡକୁ ଚକ୍‌ମା ଦେଇଥିଲା। ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ନିୟମିତ ଅନ୍ତରରେ ଉଇକେଟ ହରାଇବା ସହ ୯ ଉଇକେଟ ହରାଇ ୧୫୬ ରନରେ ସୀମିତ ରହି ବିଜୟଠାରୁ ୮ ରନ ଦୂରରେ ରହିଯାଇଥିଲା। ୪ ଓଭରରେ ମାତ୍ର ୧୨ ରନ ବ୍ୟୟ କରି ମୂଲ୍ୟବାନ ୩ ଉଇକେଟ ଅକ୍ତିଆର କରିଥିବା ଭାରତୀୟ ତାରକା ଦ୍ରୁତ ବୋଲର ବୁମ୍‌ରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେହିପରି ସାରା ସିରିଜରେ ଦମ୍‌ଦାର ବ୍ୟାଟିଂ ଓ ଉଇକେଟକିପିଂ ପ୍ରଦର୍ଶନ କରି ତାରକା ଓପନର ଲୋକେଶ ରାହୁଲ ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। ଏଥି ସହିତ ବିଦେଶରେ ଭାରତ ତୃତୀୟ ଥର ପାଇଁ ପ୍ରତିପକ୍ଷ ଦଳ ବିପକ୍ଷରେ କ୍ଲିନ୍‌ ସୁଇପ୍‌ କରିବାରେ ସଫଳ ହୋଇଛି। ଏହାପୂର୍ବରୁ ୨୦୧୯ରେ ଭାରତ ଟି୨୦ ସିରିଜରେ ଓ୍ବେଷ୍ଟଇଣ୍ଡିଜକୁ ୩-୦ ଓ ୨୦୧୬ରେ ଅଷ୍ଟ୍ରେଲିଆକୁ ମଧ୍ୟ ୩-୦ରେ ପରାସ୍ତ କରିଥିଲା। ଆସନ୍ତା ୫ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ। ହାମିଲଟନ୍‌ରେ ବୁଧବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଆୟୋଜନ ହେବ।
୧୬୪ ରନ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ମାତ୍ର ୧୭ ରନରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଉଟ୍‌ଅଫ୍‌ ଫର୍ମ ଓପନର ମାର୍ଟିନ ଗୁପ୍ଟିଲ ୨ ରନ କରି ବୁମ୍‌ରା ଓ ଅନ୍ୟତମ ଓପନର କଲିନ ମୁନରୋ ୧୫ ରନକରି ଓ୍ବାଶିଂଟନ ସୁନ୍ଦରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ସଞ୍ଜୁ ସାମସଙ୍କେ ଥ୍ରୋରେ ଟମ୍‌ ବ୍ରୁସ୍‌ ଉଇକେଟ କିପର ରାହୁଲଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ ଓ ଅଭିଜ୍ଞ ରସ୍‌ ଟେଲର ୫୭ ବଲରୁ ୯୯ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବା ସହ ନ୍ୟୁଜିଲାଣ୍ଡକୁ ମ୍ୟାଚ୍‌କୁ ଫେରାଇଥିଲେ ଓ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ଇନିଂସର ୧୦ମ ଓଭରରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଶିବମ ଦୁବେଙ୍କୁ ନିର୍ମମ ପ୍ରହାର କରିଥିଲେ ଓ ରେକର୍ଡ ୩୪ ରନ ସଂଗ୍ରହ କରିଥିଲେ। ତେବେ ସିଫର୍ଟ ୫ ଚୌକା ଓ ୩ ଛକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ନବଦୀପ ସଇନିଙ୍କ ବଲ୍‌ରେ ମିଡ୍‌ ଉଇକେଟରେ ସାମସନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ନ୍ୟୁଜିଲାଣ୍ଡର ପୁଣି ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ଡାରିଲ ମିଚେଲ ୨, ମିଚେଲ ସାଣ୍ଟନର ୬, ସ୍କଟ କୁଗେଲେଜିନ ବିନା ସ୍କୋରରେ ଆଉଟ ହୋଇଥିଲେ। ତେବେ ଗୋଟିଏ ପଟେ ଟେଲର ଲଢେଇ ଜାରି ରଖିଥିଲେ ମଧ୍ୟ ୪୭ ବଲରୁ ୫ ଚୌକା ଓ ୨ ଛକା ସହ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ସଇନିଙ୍କ୍‌ ଫୁଲ୍‌ ଓ୍ବାଇଡ ବଲ୍‌କୁ ଖେଳିବାକୁ ଯାଇ ଉଇକେଟ ପଛରେ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ। ଟେଲର ଆଉଟ ହେବା ପରେ ନ୍ୟୁଜିଲାଣ୍ଡ ହାରିବା ନିଶ୍ଚିତ ହୋଇଥିଲା। କାମଚଳା ଅଧିନାୟକ ଟିମ୍‌ ସୌଦି ୬ ରନକରି ଆଉଟ ହେବା ପରେ ଅନ୍ତିମ ଓଭରରେ ଇଶ୍‌ ସୋଧି ଶାର୍ଦ୍ଦୂଳ ଠାକୁରଙ୍କୁ ୨ଟି ଛକା ମାରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ଇଶ୍‌ ୧୦ ବଲରୁ ୧୬ ଓ ହାମିଶ ବେନେଟ ୧ ରନକରି ଅପରାଜିତ ରହିଥିଲେ। ବୋଲିଂରେ ବୁମ୍‌ରା ୩, ସଇନି ଓ ଠାକୁର ୨ଟି ଲେଖାଏ, ଓ୍ବାଶିଂଟନ ସୁନ୍ଦର ଗୋଟିଏ ଉଇକେଟ ହାସଲ କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ତରଫରୁ ଓପନିଂ କରିବାର ସୁଯୋଗ ପାଇଥିବା ସାମସନ ପୁଣି ଥରେ ଫେଲ୍‌ ମାରିଥିଲେ ଓ ସେ ୨ ରନ କରି ଆଉଟ ହୋଇଥିଲେ। ଦ୍ୱିତୀୟ ଉଇକେଟରେ ରାହୁଲ ଓ ରୋହିତ ଶର୍ମା ୬୦ ବଲରୁ ୮୮ ରନ ସଂଗ୍ରହ କରିଥିଲେ। ରାହୁଲ ୩୩ ବଲରୁ ୪ ଚୌକା ଓ ୨ ଛକା ସହ ୪୫ ରନ କରି ଆଉଟ ହୋଇଥିଲେ। ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ ୪୧ ବଲରୁ ୩ ଚୌକା ଓ ୩ ଛକା ସହ ୬୦ ରନ କରି ରିଟାୟର୍ଡ ହର୍ଟ ହୋଇଥିଲେ। ଦୁବେ ୫ ରନକରି ଆଉଟ ହୋଇଥିବା ବେଳେ ଶ୍ରେୟାସ ଆୟାର ୩୩ (୩୧ ବଲ, ୧ ଚୌକା, ୨ ଛକା) ଓ ମନୀଷ ପାଣ୍ଡେ ୧୧ (୪ ବଲ, ୧ ଚୌକା, ୧ ଛକା) ରନ କରି ଅପରାଜିତ ରହିଥିଲେ। ରାହୁଲ ଓ ରୋହିତ ଆଉଟ ହେବା ପରେ ଭାରତର ବ୍ୟାଟିଂ ଧିମା ହୋଇଥିଲା। ନ ହେଲେ ଭାରତ ଆଉ ଅଧିକ ୧୫/୨୦ ରନ ସଂଗ୍ରହ କରିପାରିଥାନ୍ତା। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ସ୍କଟ କୁଗେଲେଜିନ ୨ ଓ ବେନେଟ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri