Posted inଖେଳ

ଟି୨୦ ସିରଜ: ୫-୦ରେ ଭାରତର କ୍ଲିନ୍‌ ସୁଇପ୍‌, ରାହୁଲ ପ୍ଲେୟାର ଅଫ୍‌ ଦି ସିରିଜ୍‌

ମାଉଣ୍ଟ ମାଉଁଗାନୁଇ,୩।୨(ପି.ଟି.)- କିକେଟର ସବୁଠାରୁ ଛୋଟ ଫର୍ମାଟ ଟି୨୦ରେ ଭାରତ ରେକର୍ଡ କରିଛି। ବିଶ୍ୱର ପ୍ରଥମ ଦଳ ଭାବେ ଭାରତ ବୃହତ୍‌ ବ୍ୟବଧାନରେ ସିରିଜ ଜିତି ରେକର୍ଡ ସୃଷ୍ଟି କରିଛି। ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୭ ରନରେ ଘରୋଇ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜର ସବୁ ମ୍ୟାଚ୍‌ ଜିତି ଭାରତ ୫-୦ରେ କ୍ଲିନ୍‌ ସୁଇପ୍‌ କରି ଏକ ବିରଳ ସଫଳତା ହାସଲ କରିଛି। ଡେଥ୍‌ ଓଭର ସ୍ପୋଶାଲିଷ୍ଟ ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ଭାରତୀୟ ବୋଲିଂ ବାହିନୀ ଅନ୍ତିମ ୭.୨ ଓଭରରେ ମାତ୍ର ୨୫ ରନ ବ୍ୟୟ କରି ଶେଷ ୭ ଉଇକେଟ ହାସଲ କରି ନ୍ୟୁଜିଲାଣ୍ଡକୁ ଚକ୍‌ମା ଦେଇଥିଲା। ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ନିୟମିତ ଅନ୍ତରରେ ଉଇକେଟ ହରାଇବା ସହ ୯ ଉଇକେଟ ହରାଇ ୧୫୬ ରନରେ ସୀମିତ ରହି ବିଜୟଠାରୁ ୮ ରନ ଦୂରରେ ରହିଯାଇଥିଲା। ୪ ଓଭରରେ ମାତ୍ର ୧୨ ରନ ବ୍ୟୟ କରି ମୂଲ୍ୟବାନ ୩ ଉଇକେଟ ଅକ୍ତିଆର କରିଥିବା ଭାରତୀୟ ତାରକା ଦ୍ରୁତ ବୋଲର ବୁମ୍‌ରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେହିପରି ସାରା ସିରିଜରେ ଦମ୍‌ଦାର ବ୍ୟାଟିଂ ଓ ଉଇକେଟକିପିଂ ପ୍ରଦର୍ଶନ କରି ତାରକା ଓପନର ଲୋକେଶ ରାହୁଲ ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। ଏଥି ସହିତ ବିଦେଶରେ ଭାରତ ତୃତୀୟ ଥର ପାଇଁ ପ୍ରତିପକ୍ଷ ଦଳ ବିପକ୍ଷରେ କ୍ଲିନ୍‌ ସୁଇପ୍‌ କରିବାରେ ସଫଳ ହୋଇଛି। ଏହାପୂର୍ବରୁ ୨୦୧୯ରେ ଭାରତ ଟି୨୦ ସିରିଜରେ ଓ୍ବେଷ୍ଟଇଣ୍ଡିଜକୁ ୩-୦ ଓ ୨୦୧୬ରେ ଅଷ୍ଟ୍ରେଲିଆକୁ ମଧ୍ୟ ୩-୦ରେ ପରାସ୍ତ କରିଥିଲା। ଆସନ୍ତା ୫ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ। ହାମିଲଟନ୍‌ରେ ବୁଧବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଆୟୋଜନ ହେବ।
୧୬୪ ରନ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ମାତ୍ର ୧୭ ରନରେ ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଉଟ୍‌ଅଫ୍‌ ଫର୍ମ ଓପନର ମାର୍ଟିନ ଗୁପ୍ଟିଲ ୨ ରନ କରି ବୁମ୍‌ରା ଓ ଅନ୍ୟତମ ଓପନର କଲିନ ମୁନରୋ ୧୫ ରନକରି ଓ୍ବାଶିଂଟନ ସୁନ୍ଦରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ସଞ୍ଜୁ ସାମସଙ୍କେ ଥ୍ରୋରେ ଟମ୍‌ ବ୍ରୁସ୍‌ ଉଇକେଟ କିପର ରାହୁଲଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ସିଫର୍ଟ ଓ ଅଭିଜ୍ଞ ରସ୍‌ ଟେଲର ୫୭ ବଲରୁ ୯୯ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବା ସହ ନ୍ୟୁଜିଲାଣ୍ଡକୁ ମ୍ୟାଚ୍‌କୁ ଫେରାଇଥିଲେ ଓ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ଇନିଂସର ୧୦ମ ଓଭରରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଶିବମ ଦୁବେଙ୍କୁ ନିର୍ମମ ପ୍ରହାର କରିଥିଲେ ଓ ରେକର୍ଡ ୩୪ ରନ ସଂଗ୍ରହ କରିଥିଲେ। ତେବେ ସିଫର୍ଟ ୫ ଚୌକା ଓ ୩ ଛକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ନବଦୀପ ସଇନିଙ୍କ ବଲ୍‌ରେ ମିଡ୍‌ ଉଇକେଟରେ ସାମସନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ନ୍ୟୁଜିଲାଣ୍ଡର ପୁଣି ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ଡାରିଲ ମିଚେଲ ୨, ମିଚେଲ ସାଣ୍ଟନର ୬, ସ୍କଟ କୁଗେଲେଜିନ ବିନା ସ୍କୋରରେ ଆଉଟ ହୋଇଥିଲେ। ତେବେ ଗୋଟିଏ ପଟେ ଟେଲର ଲଢେଇ ଜାରି ରଖିଥିଲେ ମଧ୍ୟ ୪୭ ବଲରୁ ୫ ଚୌକା ଓ ୨ ଛକା ସହ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ସଇନିଙ୍କ୍‌ ଫୁଲ୍‌ ଓ୍ବାଇଡ ବଲ୍‌କୁ ଖେଳିବାକୁ ଯାଇ ଉଇକେଟ ପଛରେ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ। ଟେଲର ଆଉଟ ହେବା ପରେ ନ୍ୟୁଜିଲାଣ୍ଡ ହାରିବା ନିଶ୍ଚିତ ହୋଇଥିଲା। କାମଚଳା ଅଧିନାୟକ ଟିମ୍‌ ସୌଦି ୬ ରନକରି ଆଉଟ ହେବା ପରେ ଅନ୍ତିମ ଓଭରରେ ଇଶ୍‌ ସୋଧି ଶାର୍ଦ୍ଦୂଳ ଠାକୁରଙ୍କୁ ୨ଟି ଛକା ମାରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ଇଶ୍‌ ୧୦ ବଲରୁ ୧୬ ଓ ହାମିଶ ବେନେଟ ୧ ରନକରି ଅପରାଜିତ ରହିଥିଲେ। ବୋଲିଂରେ ବୁମ୍‌ରା ୩, ସଇନି ଓ ଠାକୁର ୨ଟି ଲେଖାଏ, ଓ୍ବାଶିଂଟନ ସୁନ୍ଦର ଗୋଟିଏ ଉଇକେଟ ହାସଲ କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ତରଫରୁ ଓପନିଂ କରିବାର ସୁଯୋଗ ପାଇଥିବା ସାମସନ ପୁଣି ଥରେ ଫେଲ୍‌ ମାରିଥିଲେ ଓ ସେ ୨ ରନ କରି ଆଉଟ ହୋଇଥିଲେ। ଦ୍ୱିତୀୟ ଉଇକେଟରେ ରାହୁଲ ଓ ରୋହିତ ଶର୍ମା ୬୦ ବଲରୁ ୮୮ ରନ ସଂଗ୍ରହ କରିଥିଲେ। ରାହୁଲ ୩୩ ବଲରୁ ୪ ଚୌକା ଓ ୨ ଛକା ସହ ୪୫ ରନ କରି ଆଉଟ ହୋଇଥିଲେ। ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ ୪୧ ବଲରୁ ୩ ଚୌକା ଓ ୩ ଛକା ସହ ୬୦ ରନ କରି ରିଟାୟର୍ଡ ହର୍ଟ ହୋଇଥିଲେ। ଦୁବେ ୫ ରନକରି ଆଉଟ ହୋଇଥିବା ବେଳେ ଶ୍ରେୟାସ ଆୟାର ୩୩ (୩୧ ବଲ, ୧ ଚୌକା, ୨ ଛକା) ଓ ମନୀଷ ପାଣ୍ଡେ ୧୧ (୪ ବଲ, ୧ ଚୌକା, ୧ ଛକା) ରନ କରି ଅପରାଜିତ ରହିଥିଲେ। ରାହୁଲ ଓ ରୋହିତ ଆଉଟ ହେବା ପରେ ଭାରତର ବ୍ୟାଟିଂ ଧିମା ହୋଇଥିଲା। ନ ହେଲେ ଭାରତ ଆଉ ଅଧିକ ୧୫/୨୦ ରନ ସଂଗ୍ରହ କରିପାରିଥାନ୍ତା। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ସ୍କଟ କୁଗେଲେଜିନ ୨ ଓ ବେନେଟ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri