Posted inଖେଳ

ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଇଣ୍ଡିଆ-ବି’ରେ ସୁଶ୍ରୀ, ସି’ରେ ମାଧୁରୀ

କଟକ ଅଫିସ,୨୪।୧୨- ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକଦିବସୀୟ ମ୍ୟାଚ୍‌ ଆୟୋଜନ କରିବା ପରେ ପୁଣିଥରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଖେଳାଳିଙ୍କ ଆସର ଜମିବ। ଆସନ୍ତା ୪ରୁ ଏଠାରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଖେଳାଯିବ। ଯେଉଁଥିରେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅନେକ ନାମିଦାମୀ ଖେଳାଳି ଭାଗ ନେବେ। ହରମନପ୍ରୀତ କୌର, ତାନିୟା ଭାଟିଆ, ପ୍ରିୟା ପୁନିଆ, ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗ୍ବେଜ, ଶିଖା ପାଣ୍ଡେ, ଭେଦା କ୍ରୀଷ୍ଣାମୁର୍ତ୍ତିଙ୍କ ପରି ଖେଳାଳି ଏଠାରେ ମୁକାବିଲାକୁ ଓହ୍ଲାଇବେ।
ପ୍ରତିଯୋଗିତାରେ ଇଣ୍ଡିଆ-ଏ, ଇଣ୍ଡିଆ-ବି ଓ ଇଣ୍ଡିଆ-ସି ନାମରେ ୩ଟି ଦଳ ରହିଛି। ଅଲରାଉଣ୍ଡର ହରମନପ୍ରୀତ ଇଣ୍ଡିଆ-ଏ ଦଳର ଅଧିନାୟିକା ଥିବା ବେଳେ ସ୍ମୃତି ଇଣ୍ଡିଆ-ବି ଦଳର ଓ କ୍ରୀଷ୍ଣାମୃତ୍ତି ଇଣ୍ଡିଆ-ସି ଦଳର ନେତୃତ୍ୱ ନେବେ। ୪ରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ୪ଟି ଲେଖାଏ ମ୍ୟାଚ୍‌ ଖେଳିବେ। ୧୧ରେ ଫାଇନାଲ ମୁକାବିଲା ହେବ। ୨ ତାରିଖରେ ସମସ୍ତ ଖେଳାଳି ବାରବାଟୀରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତା ନିମନ୍ତେ ବିସିସିଆଇ ଦ୍ୱାରା ଘୋଷିତ ଦଳରେ ଦୁଇ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଏମାନେ ହେଲେ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ମାଧୁରୀ ମେହେତା। ସୁଶ୍ରୀ ଇଣ୍ଡିଆ-ବି ପକ୍ଷରୁ ଓ ମାଧୁରୀ ଇଣ୍ଡିଆ-ସି ପକ୍ଷରୁ ପ୍ରତିନିଧିତ୍ୱ କରିବେ।
ଇଣ୍ଡିଆ-ଏ ଦଳ: ହରମନପ୍ରୀତ କୌର(ଅଧିନାୟିକା), ତାନିୟା ଭାଟିଆ(ଉଇକେଟ କିପର), ଜେସିଆ ଅଖତାର(ଉଇକେଟ କିପର), ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ସ୍ନେହ ରାଣା, ମାନସୀ ଯୋଶୀ, ମେଘନା ସିଂ, ଜେ କୋମଲ, ମିନୁ ମାନି, ରାଧା ଯାଦବ, ଭାରତ ଫୁଲମଲି।
ଇଣ୍ଡିଆ-ବି ଦଳ: ସ୍ମୃତି ମନ୍ଧନା(ଅଧିନାୟିକା), ସୁଷମା ବର୍ମା(ଉଇକେଟ କିପର), ଆର୍‌ କଳ୍ପନା(ଉଇକେଟ କିପର), ଭି.ଆର. ଭନିଥା, ଜେମିମା ରୋଡ୍ରିଗ୍ବେଜ, ଅନୁଜା ପାଟିଲ, ପୁନମ ଯାଦବ, ପୂଜା ଭସ୍ତ୍ରକାର, ଶିଖା ପାଣ୍ଡେ, ରେଣୁକା ସିଂ, ଅଞ୍ଜଳି ଶ୍ରାବଣୀ, ସୁଶ୍ରୀ ଦିବ୍ୟଦର୍ଶିନୀ, ଟି.ପି. କନୱାର, ରିଚା ଘୋଷ।
ଇଣ୍ଡିଆ-ସି ଦଳ: ଭେଦ କ୍ରୀଷ୍ଣାମୃତ୍ତି(ଅଧିନାୟିକା), ନୁଜହତ ପରୱିନ(ଉଇକେଟ କିପର), ଶେଫାଳି ବର୍ମା(ଉଇକେଟ କିପର), ୟସ୍ତିକା ଭାଟିଆ, ଡି. ହେମଲତା, ହରଲିନ ଦେଓଲ, ମନାଲୀ ଦକ୍ଷିଣୀ, ଜିନସି ଜର୍ଜ, ଅରୁନ୍ଧତୀ ରେଡ୍ଡୀ, ମୋନିକା ପଟେଲ, ଭୃଷାଳି ଭଗତ, ରାଜେଶ୍ୱରୀ ଗାଏକ୍ବାଡ଼, ତନୁଶ୍ରୀ ସରକାର, ମାଧୁରୀ ମେହେତା।

ଘରୋଇ ପରିବେଶରେ ଭଲ ଖେଳିବି- ସୁଶ୍ରୀ
ଡାହାଣହାତୀ ଅଫ୍‌ସ୍ପିନର ଓ ବ୍ୟାଟ୍ସଓମ୍ୟାନ ସୁଶ୍ରୀ ଇଣ୍ଡିଆ-ବି ଦଳରେ ସ୍ଥାନ ପାଇଛନ୍ତି। ଏହି ଦଳର ନେତୃତ୍ୱ ନେବେ ଭାରତୀୟ ଦଳର ଓପନର ସ୍ମୃତି ମନ୍ଧନା। ଘରୋଇ ପରିବେଶରେ ଭଲ ପ୍ରଦର୍ଶନ କରିବା ସହଜ ହେବ ବୋଲି ସୁଶ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହାଛଡ଼ା ସ୍ମୃତିଙ୍କ ସହ ପୂର୍ବରୁ କେମେଷ୍ଟ୍ରି ଭଲ ରହିଛି। ମୋ ବୟସ ବର୍ଗର ବିଭିନ୍ନ ମ୍ୟାଚ୍‌ ତାଙ୍କ ଖେଳିଛି। ଏଣୁ ଏହି ଦଳରେ ଏକ ପାରିବାରିକ ଅନୁଭୂତି ଭିତରେ ରହିବାର ସୁବିଧା ମିଳିବ ବୋଲି ସେ କହିଥିଲେ। ଭୁବେନଶ୍ୱରର ନୟାପଲ୍ଲୀରେ ଜନ୍ମିତ ସୁଶ୍ରୀ ରାଜ୍ୟ ଦଳର ଜଣେ ପ୍ରମୁଖ ଖେଳାଳି। ପୂର୍ବରୁ ମଧ୍ୟ ସେ ବିଭିନ୍ନ ବୟସବର୍ଗର ଟୁର୍ନାମେଣ୍ଟରେ ଭାରତୀୟ-ଏ ଦଳରୁ ପ୍ରତିନିଧିତ୍ୱ କରିଛନ୍ତି।
ଦଳଗତ ପ୍ରଦର୍ଶନ ଭଲ ରହିବ- ମାଧୁରୀ
ଅଭ୍ୟାସ ଜୋରଦାର ଚାଲିଛି। କିଛିଦିନ ହେବ ଫିଟନେସ୍‌ ଉପରେ ବିଶେଷ ଧ୍ୟାନ ଦେଉଛି ବୋଲି ଇଣ୍ଡିଆ-ସି ଦଳରେ ସ୍ଥାନ ପାଇଥିବା ରାଜ୍ୟର ପ୍ରତିଭାବାନ ମହିଳା କ୍ରିକେଟ୍‌ ଖେଳାଳି ମାଧୁରୀ ମେହେତା କହିଛନ୍ତି। ବଲାଙ୍ଗୀରରେ ଜନ୍ମିତ ଡାହାଣହାତୀ ବ୍ୟାଟ୍ସଓମ୍ୟାନ ମାଧୁରୀ ପୂର୍ବରୁ ଭାରତ ପକ୍ଷରୁ ୨ଟି ଲେଖାଏ ଟି୨୦ ଓ ଏକଦିବସୀୟ ମ୍ୟାଚ୍‌ ଖେଳି ସାରିଛନ୍ତି। ମାଧୁରୀ କହିଛନ୍ତି ଯେ, କ୍ରୀଷ୍ଣାମୃତ୍ତିଙ୍କ ନେତୃତ୍ୱରେ ଘୋଷିତ ହୋଇଥିବା ଦଳ ବହୁତ ଭଲ ଅଛି। ଦଳଗତ ପ୍ରଦର୍ଶନ ଆମର ଭଲ ରହିବ। ଆମେ ଜିତିବାକୁ ଚେଷ୍ଟା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri