Posted inଖେଳ

ଟିମ୍‌ ଇଣ୍ଡିଆର କୋଚ୍‌ ପଦ ଲାଗି ହୋଇଛି ୨ ହଜାର ଆବେଦନ

ମୁମ୍ବାଇ,୨।୮- ଭାରତୀୟ କ୍ରିକେଟ ଦଳର ବିଭିନ୍ନ କୋଚିଂ ଷ୍ଟାଫ ପଦ ଲାଗି ୨ ହଜାର ଆବେଦନ ଦାଖଲ ହୋଇଛି। ଏ ନେଇ ଇଂଲିଶ ଖବରକାଗଜ ମୁମ୍ବାଇ ମିରରରେ ଏକ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଏମାନଙ୍କ ମଧ୍ୟରେ ଖୁବ୍‌କମ ବଡ଼ ନାମ ରହିଛି। ରବି ଶାସ୍ତ୍ରୀଙ୍କ ନେତୃତ୍ୱାଧୀନ କୋଚିଂ ଟିମ୍‌ର କାର୍ଯ୍ୟକାଳ ୨୦୧୯ ଆଇସିସି ବିଶ୍ୱକପ୍‌ରେ ଶେଷ ହେଉଥିଲା। କିନ୍ତୁ ନୂଆ କୋଚ୍‌ ନିଯୁକ୍ତି ପ୍ରକ୍ରିୟା ଲାଗି କିଛି ସମୟ ଦରକାର ଥିବାରୁ ଶାସ୍ତ୍ରୀଙ୍କ ଟିମ୍‌ର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର, ବୋଲିଂ କୋଚ୍‌ ଭରତ ଅରୁନ ଓ ଫିଲ୍ଡିଂ କୋଚ୍‌ ଏସ୍‌. ଶ୍ରୀଧର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଶେଷ ହେବା ପରେ ପଦ ଛାଡ଼ିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜୁଲାଇ ୧୬ ତାରିଖରେ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପଦ ଲାଗି ବିଜ୍ଞାପନ ଦେଇଥିଲା। ଆବେଦନ ପାଇଁ ୩୦ ତାରିଖକୁ ଶେଷ ଦିନ ବୋଲି ଧାର୍ଯ୍ୟ କରାଯାଇଥିଲା। ମୁମ୍ବାଇ ମିରରରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବହୁ ଅନ୍ତର୍ଜାତୀୟ ଆବେଦକ ରହିଛନ୍ତି। ଏଣୁ ବିସିସିଆଇକୁ ଆବେଦକଙ୍କ ମୂଲ୍ୟାଙ୍କନ ଲାଗି ଅଧିକ ସମୟ ଲାଗିପାରେ। ଗୁରୁତ୍ୱପୂର୍ଣ୍ଣ ମୁଖ୍ୟ କୋଚ୍‌ ପଦ ପାଇଁ ୨୦୦୫ରେ ଗ୍ରେଗ୍‌ ଚାପେଲଙ୍କଠାରୁ ହାରିଥିବା ଅଷ୍ଟ୍ରେଲିଆର ଟମ୍‌ ମୁଡି, ସର୍ବାଧିକ ସମୟ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଦଳର କୋଚ୍‌ ପଦ ସମ୍ଭାଳିଥିବା ମାଇକ ହାସନ, ପୂର୍ବତନ ଭାରତୀୟ ଓପନର ଲାଲଚାନ୍ଦ ରାଜପୁତ ଓ ରବିନ ସିଂ ରହିଛନ୍ତି। ପୂର୍ବରୁ ଏହି ପଦ ଲାଗି ଇଚ୍ଛା ପ୍ରକାଶ କରିଥିବା ମାହେଲା ଜୟବର୍ଦ୍ଧନେ ଆବେଦନ କରିନାହାନ୍ତି। ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବଙ୍କ ନେତୃତ୍ୱାଧୀନ ଉପଦେଷ୍ଟା କମିଟି (ସିଏସି) ମୁଖ୍ୟ କୋଚ୍‌ ଚୟନ କରିବ। ସିଏସି ଆବେଦକଙ୍କ ତାଲିକାରୁ ଚିହ୍ନଟ ପ୍ରାର୍ଥୀମାନଙ୍କର ଚଳିତ ୧୪ ଓ ୧୫ ତାରିଖରେ ସାକ୍ଷାତକାର ନେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri