ନୂଆଦିଲ୍ଲୀ,୨୯।୪: ଅତି ଧନୀଙ୍କ ଉପରେ ଟିକସ ବୃଦ୍ଧି କରିବା ନେଇ ସରକାରଙ୍କୁ ଭାରତୀୟ ରାଜସ୍ବ ସେବା(ଆଇଆର୍ଏସ୍)ର ୫୦ ଜଣ ଅଧିକାରୀ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)କୁ ପ୍ରସ୍ତାବ ଦେଇଥିଲେ। ଆୟକରରେ ବୃଦ୍ଧି ନେଇ ମଧ୍ୟ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଥିବା ବେଳେ ଏହାକୁ ସରକାର ଖାରଜ କରିଦେଇଛନ୍ତି। ଉକ୍ତ ରିପୋର୍ଟ ଦେଇଥିବା ୩ ବରିଷ୍ଟ ଅଧିକାରୀଙ୍କ ବିରୋଧରେ ସିବିଡିଟି ପକ୍ଷରୁ ସୋମବାର ଚାର୍ଜଶିଟ୍ ଜାରି କରାଯାଇଛି। ଅଫିସିଆଲ ଚ୍ୟାନେଲରେ ବୋର୍ଡକୁ ରିପୋର୍ଟ ପଠାଇବା ପରିବର୍ତ୍ତେ ଅଫିସର ସୋସିଆଲ ମିଡିଆରେ ଏହାକୁ ପ୍ରଘଟ କରିଥିଲେ। ସେହିଭଳି ୫୦ଜଣ ଅଧିକାରୀଙ୍କୁ ପଥଭ୍ରଷ୍ଟ କରିଥିବା ମଧ୍ୟ ସିବିଡିଟି ପକ୍ଷରୁ କୁହାଯାଇଛି। ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଥିବାରୁ ଏଭଳି କାର୍ଯ୍ୟ ଦ୍ୱାରା ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଥିବାରୁ ପ୍ରଥମେ ଅଧିକାରୀଙ୍କୁ ତାଗିଦ କରାଯାଇଥିଲା। ଏହି ଘଟଣାର ତଦନ୍ତ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏହାକୁ ବିଚାର କରି ସିବିଡିଟି ଚାର୍ଜଶିଟ ଜାରି କରିଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଚାର୍ଜଶିଟ ଜାରି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୧୯୮୮ ବ୍ୟାଚ୍ ଆଇଆର୍ଏସ୍ ପ୍ରଶାନ୍ତ ଭୂଷଣ, ୨୦୦୧ ବ୍ୟାଚ୍ ଆଇଆର୍ଏସ୍ ପ୍ରକାଶ ଦୁବେ, ୧୯୮୯ ଆଇଆର୍ଏସ୍ ସଞ୍ଜୟ ବାହାଦୁର ରହିଛନ୍ତି। ଭୂଷଣ ଆଇଆର୍ଏସ୍ ସଂଘର ସାଧାରଣ ସମ୍ପାଦକ ଥିବା ବେଳେ ଦୁବେ ଯୁଗ୍ମ ସମ୍ପାଦକ ଅଛନ୍ତି।
ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…
ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…
କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ
ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…
ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ
ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…
ଅପେକ୍ଷାର ଅନ୍ତ! ରୟାଲ ଏନ୍ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍, ଜବରଦସ୍ତ ଫିଚର ସହ ମୂଲ୍ୟ…
ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…
ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍
ନୂଆଦିଲ୍ଲୀ,୯।୪: ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…
ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍, ଜାଣନ୍ତୁ ପୂରା ବିବରଣୀ
ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…
ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ
ପ୍ର- ଅର୍ଗାନିକ୍ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…
ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ…
ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…
Archives

