Posted inଖେଳ

ଟିକସ ଫାଙ୍କି ମାମଲାରେ କୋଷ୍ଟା

ମାଡ୍ରିଡ, ୧୮ା୪ (ଏଏଫ୍‌ପି)- ସଦ୍ୟତମ ଫୁଟ୍‌ବଲ ଷ୍ଟାର ଖେଳାଳି ହିସାବରେ ଆଟ୍‌ଲେଟିକେ ମାଡ୍ରିଡ୍‌ ଷ୍ଟ୍ରାଇକର ଡିଏଗୋ କୋଷ୍ଟା ଟିକସ ଫାଙ୍କି ମାମଲାରେ ଫସିଛନ୍ତି।  ‘ଇମେଜ୍‌-ରାଇଟ୍‌’ ବାବଦରେ ସେ ଯେତିକି ଟିକସ ଦେବା କଥା ତାହାର ସେ ଖିଲାପ କରିଛନ୍ତି।  ସେ ୨୦୧୪ରୁ ୧.୧ ନିୟୁତ ୟୁରୋର ଟିକସ ଜାଲିଆତି କରିଥିବା  ସ୍ପେନ ଟିକସ ପ୍ରଶାସନ ପକ୍ଷରୁ ଅଭିଯୋଗ ହୋଇଥିବା ଏକ ଖବରକାଗଜ ରିପୋର୍ଟରେ ପ୍ରକାଶ ପାଇଛି।  ସ୍ପେନରେ ଏହା ପୂର୍ବରୁ ଦୁଇ ଜଣ ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏହି ସମାନ ମାମଲାରେ ଫସି ଜରିମାନା ଦେଇ ସାରିଛନ୍ତି। ତୃତୀୟ ଷ୍ଟାର ଖେଳାଳି ନେମାରଙ୍କ ବିରୋଧରେ ସ୍ପେନର ଟିକସ କର୍ତ୍ତୃପକ୍ଷ ତଦନ୍ତ ଚଳାଇଛନ୍ତି। ୩୦ ବର୍ଷୀୟ କୋଷ୍ଟା ୨୦୧୪ରେ ଆଟଲେଟିକୋରୁ ଆସି ଚେଲ୍‌ସିରେ ଯୋଗଦେବାର କିଛି ସମୟ ପୂର୍ବରୁ  ଆଡିଡାସ ସହିତ ସ୍ପନସରଶିପ୍‌ ଚୁକ୍ତି କରିଥିଲେ। ଏବାବଦରେ ସେ ତାଙ୍କ ଆୟକୁ ଗୋପନ ରଖିଥିଲେ। ଉଭୟ ବ୍ରାଜିଲ ଓ ସ୍ପେନର ନାଗରିକତ୍ୱ ହାସଲ କରିଥିବା କୋଷ୍ଟା ୨୦୧୮ରେ ଆଟଲେଟିକୋକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ହରାଇଲା ଲକ୍ଷ୍ନୌ

ଅହମଦାବାଦ,୨୨ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍‌ଏସ୍‌ଜି) ୩୩ ରନରେ ଗୁଜରାଟ ଟାଇଟନ୍ସ (ଜିଟି)କୁ ପରାସ୍ତ...

ରାହୁଲ କି ଗିଲ୍ ନୁହେଁ, ଏହି ଅଣଦେଖା ଷ୍ଟାର ପୂରଣ କରିବେ କୋହଲିଙ୍କ ଶୂନ୍ୟସ୍ଥାନ

ନୂଆଦିଲ୍ଲୀ, ୨୨।୫: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳର ‘ଏ’ ଟିମ୍ ଘୋଷଣା କରାଯାଇଛି। ଏହି ଦଳରେ ଦୀର୍ଘ ଦିନ ପରେ କରୁଣ ନାୟାରଙ୍କୁ...

ଇଂଲଣ୍ଡ ଯିବେ ବୈଭବ ସୂର୍ଯ୍ୟବଂଶୀ 

ନୂଆଦିଲ୍ଲୀ,୨୨।୫: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୁଭମନ ଗିଲ, ଜସପ୍ରିତ ବୁମ୍‌ରା, ରିଷଭ ପନ୍ତଙ୍କ ଭଳି କ୍ରିକେଟର ଖେଳିବାର ଆଶା କରାଯାଉଛି। କିନ୍ତୁ ଏହି ସମୟରେ...

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ପ୍ରିତି ଜିଣ୍ଟା? ନକଲି ଫଟୋ ଭାଇରାଲ ପରେ…

ନୂଆଦିଲ୍ଲୀ,୨୨।୫: ପ୍ରୀତି ଜିଣ୍ଟା କୋର୍ଟରେ ପହଞ୍ଚିଛନ୍ତି। ପ୍ରଶ୍ନ ହେଉଛି କାହିଁକି? କିଛି ଦିନ ପୂର୍ବେ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଭାଇରାଲ ହୋଇଥିବା ନକଲି ଫଟୋ ହିଁ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ରେ କିଏ ଆଗୁଆ: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ୍‌

ନୂଆଦିଲ୍ଲୀ,୨୨।୫: IPL 2025ର ୬୩ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୫୯ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହିତ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ...

ରାଜସ୍ଥାନ ରୟାଲ୍ସ ଛାଡ଼ିବେ ଯଶସ୍ବୀ ଜୈସଓ୍ବାଲ? KKR ଯିବାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୫: ରାଜସ୍ଥାନ ରୟାଲ୍ସରେ ସବୁକିଛି ଠିକ ନାହିଁ କି? ଯଶସ୍ବୀ ଜୈସୱାଲ ଏବଂ ରାଜସ୍ଥାନ ଫ୍ରାଞ୍ଚାଇଜ ମାଲିକଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ କି? IPL...

IPL 2025: ଦିଲ୍ଲୀକୁ ହରାଇ ପ୍ଲେଅଫରେ ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ, ୨୧।୫: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ୫୯ ରନରେ ଏକ ଦୃଢ଼ ବିଜୟ ହାସଲ କରି ପ୍ଲେଅଫରେ...

IPL ଫାଇନାଲ ପାଇଁ ଟିଏମସି-ବିଜେପି ମୁହାଁମୁହିଁ, ବଦଳିବ କି ନିଷ୍ପତ୍ତି ?

ନୂଆଦିଲ୍ଲୀ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ର ଫାଇନାଲ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ସ୍ଥାନାନ୍ତର କରାଯିବା ନିଷ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri