ଟାଣିନେଲା ୩୩ କେଭି ବିଦ୍ୟୁତ୍‌: ଜଳିଗଲେ ରଙ୍ଗମିସ୍ତ୍ରି, ଅନ୍ୟ ଜଣେ ଗୁରୁତର

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶିଶୁ ବିହାରରେ ସୋମବାର ଘଟିଛି ଏକ ଦୁଃଖଦ ଘଟଣା। ଏକ ଘରର ରଙ୍ଗ କାମ ଚାଲିଥିବାବେଳେ ଜଣେ ଯୁବକଙ୍କୁ ଯମ ଭଳି ଟାଣି ନେଇଥିଲା ୩୩ କେଭି ବିଦ୍ୟୁତ୍‌ ତାର। କେହି କିଛି ବୁଝିବା ପୂର୍ବରୁ ସେ ଜଳିଯାଇ ତଳକୁ ଖସି ପଡିଥିଲେ। ମୃତ ଯୁବକ ଜଣକ ହେଲେ ଶିଖରଚଣ୍ଡୀ ବସ୍ତିରେ ରହୁଥିବା ରଙ୍ଗମିସ୍ତ୍ରି ଲଲନ କୁମାର ଶର୍ମା(୨୪)। ବିଦ୍ୟୁତ୍‌ ଆଘାତରେ ତାଙ୍କ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୋଲିସ ପହଞ୍ଚତ୍ ମୃତଦେହ ଓ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ଇନ୍‌ଫୋସିଟି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ନଂ.୬୩/୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଲଲନ ଓ ଅନ୍ୟ କେତେଜଣ ସହଯୋଗୀ ୨ଦିନ ହେବ ଶିଶୁବିହାରରେ ରହୁଥିବା ରମେଶ କୁଣ୍ଡଙ୍କ ଘରର ରଙ୍ଗ କାମ କରୁଥିଲେ। ସୋମବାର ପୂର୍ବାହ୍ନ ୧୧ଟାରେ ଲଲନ ଓ ଅନ୍ୟଜଣେ ଉକ୍ତ କୋଠାର ୨ ମହଲା କାନ୍ଥକୁ ବାହାରପଟୁ ରଙ୍ଗ ଦେଉଥିଲେ। ଘର ନିକଟରେ ୩୩ କେଭିର ବିଦ୍ୟୁତ୍‌ ତାର ଯାଇଛି। ଉଚ୍ଚଶକ୍ତି ସମ୍ପନ୍ନ ଉକ୍ତ ତାରର ନିକଟତର ହେବାମାତ୍ରେ ଲଲନ ଓ ଅନ୍ୟଜଣଙ୍କୁ ହଠାତ୍‌ ଟାଣି ନେଇଥିଲା। ଏହି ସମୟରେ ଜୋର୍‌ରେ ବିସ୍ଫୋରଣ ହୋଇଥିଲା। ବିଦ୍ୟୁତ୍‌ର ଝଟ୍‌କା ଏତେ ଜୋର୍‌ ଥିଲା ଯେ, ଏହା ପ୍ରଭାବରେ ଉକ୍ତ ଘରର ଛାତ ଓ କାନ୍ଥ ଚଡ୍‌ଚଡ୍‌ ହୋଇ ଫାଟିଯିବା ସହ ଘରେ ଲାଗିଥିବା ତାର ଏବଂ ବୈଦ୍ୟୁତିକ ସରଞ୍ଜାମ ସବୁ ପୋଡ଼ି ଯାଇଥିଲା। ଶବ୍ଦ ଶୁଣି ରଙ୍ଗ ଦେଉଥିବା ଅନ୍ୟ ସାଥୀ ଓ ଘର ମାଲିକ ଦୌଡି ଆସିଥିଲେ। ଲଲନ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାବେଳେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସେହିଭଳି ଅନ୍ୟଜଣେ ଆହତ ହୋଇଥିଲେ। ସେମାନେ ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚତ୍ ପ୍ରଥମେ ବିଦ୍ୟୁତ୍‌ ବିଭାଗକୁ ଫୋନ୍‌ରେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ବିଦ୍ୟୁତ୍‌ କଟାଯିବା ପରେ ମୃତଦେହକୁ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରିଥିଲା ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri