ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍‌ ଆଲଏଜ୍‌ରେ କାମ କରୁଥିବା ଶ୍ରମିକମାନଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଶନିବାର ସନ୍ଧ୍ୟାରେ ଥମିଛି। ଛତ୍ରପୁରସ୍ଥିତ ଉପଜିଲାପାଳଙ୍କ ସମ୍ମିଳନୀ ଗୃହରେ ପୂର୍ବାହ୍ନରେ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ବସିଥିଲା। ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରିଥିବାବେଳେ ତହସିଲଦାର ନୀଳମାଧବ ଭୋଇ, ଏସ୍‌ଡିପିଓ ଉତ୍କଳକେଶରୀ ଦାଶ, ଚମାଖଣ୍ଡି ଆଇଆଇସି ସହଦେବ ମହାପାତ୍ର, ଟାଟା କମ୍ପାନୀ କର୍ତ୍ତୃପକ୍ଷ, ବିସ୍ଥାପିତ ତଥା ଶ୍ରମିକଙ୍କର ପ୍ରତିନିଧି ଉପସ୍ଥିତ ଥିଲେ। ଏଥିରେ କୌଣସି ନିଷ୍କର୍ସ ନ ବାହାରିବାରୁ ପୁଣି ଅପରାହ୍ନରେ ଟାଟା ପ୍ରକଳ୍ପ କାର୍ଯ୍ୟାଳୟରେ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକ ବସିଥିଲା। ପରିବେଶ ଶାନ୍ତ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁଣି ବୈଠକ ବସି ଆଲୋଚନା ହେବ ବୋଲି ନିଷ୍ପତି ହୋଇଛି। ଉକ୍ତ ସଂସ୍ଥା ବଦଳରେ ଟାଟା କମ୍ପାନୀରେ ସ୍ଥାୟୀ ଭାବେ ନିଯୁକ୍ତି ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିଲା। ଗୁରୁବାର ରାତିରେ କେତେକ ଶ୍ରମିକ ଟାଟା ପ୍ରକଳ୍ପରେ ଭଙ୍ଗାରୁଜା କରିଥିଲେ। ଟାଟା କମ୍ପାନୀର ଶତପ୍ରତିଶତ ସହଯୋଗୀ ଟିଏସ୍‌ ଆଲଏଜ୍‌ରେ ବିସ୍ଥାପିତ ପରିବାରର ୮୬ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଡିସି କରିବ ଡେଷ୍ଟିନେଶନ ଓ୍ବେଡିଂ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଗୋଆ, ମସୌରୀ, ଉଦୟପୁର ଭଳି ଓଡ଼ିଶାରେ ବି ହେବ ଡେଷ୍ଟିନେଶନ ଓ୍ବେଡିଂ। ମେହେନ୍ଦି, ସଙ୍ଗୀତ ସେରିମନିରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁକିଛି ମହାଆଡ଼ମ୍ବରରେ ହେବ।...

ମାଟ୍ରିକ୍‌ ପରୀକ୍ଷା ଆରମ୍ଭ: ୫ ଲକ୍ଷ ୬୦ ହଜାର ୯୦୫ ଛାତ୍ରୀଛାତ୍ର ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ...

ରାଜ୍ୟରେ ଚିହ୍ନଟ ହେଲେ ନୂଆ ୮୨ ପଜିଟିଭ: ସର୍ବାଧିକ ମୟୂରଭଞ୍ଜରୁ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ କରୋନାକୁ ବର୍ଷେ ପୁରିଛି। ଏବେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ରାଜ୍ୟରୁ ୮୨ ନୂଆ କରୋନା...

ଚାଉଳ ପାଇଁ ରାଜ୍ୟର ସବୁ ପଞ୍ଚାୟତରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର, ୧୬ା୨(ବ୍ୟୁରୋ): ଧାନ କିଣା ନୀତି ଓ ଚାଉଳ କାଟ୍‌ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ରାଜ୍ୟରୁ ଯେତିକି ଧାନ ଉଠାଇବା...

କାନ୍ସ ରେଡ୍‌ କାର୍ପେଟରେ ସମ୍ବଲପୁରୀ ପୋଷାକ‘ଦି ଲାଷ୍ଟ୍‌ କଲର୍‌’ର ପ୍ରମୋଶନ କଲେ ଜିତେନ୍ଦ୍ର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଡ୍ୟୁସର ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ର ପୁଣିଥରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍‌ କାର୍ପେଟ୍‌ରେ...

ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ

ଗୋପାଳପୁର,୬ା୧(ଡି.ଏନ.ଏ.): ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିବା ଘଟଣାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ...

ବାଣ ଭିଡୁଥବା ବେଳେ ଯୁବକ ଗିରଫ

ଛତ୍ରପୁର,୨୭ା୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ନରେନ୍ଦ୍ରପୁର ଗାଁରେ ବେଆଇନ୍‌ ଭାବେ ଦୀର୍ଘ ଦିନ ଧରି ବାଣ ତିଆରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏଥିସହ...

୪.୭୭ ଲକ୍ଷ ଟଙ୍କା ଜବତ, ୬ ଗିରଫ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ୍‌.ଏ.) ୧୩ା୨: ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ହାଟ ନିକଟରୁ ଜାଲ୍‌ ନୋଟ କାରବାର ଚଳାଇଥିବା ଏକ ଆନ୍ତଃ ରାଜ୍ୟ ର଼୍ୟାକେଟକୁ ଜିଲା...

Advertisement
Archives

Model This Week