ଟାଟା ଗ୍ରୁପ ଅଧୀନକୁ ଆସିପାରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୫-୧୧: ଟାଟା ଗ୍ରୁପ ନିକଟକୁ ଏୟାର ଇଣ୍ଡିଆର ପରିଚାଳନା ଭାର ଫେରିପାରେ। ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ବର୍ତ୍ତମାନ କ୍ଷତିରେ ଚାଲିଥିବା ବେଳେ ଏହାର ୧୦୦% ଅଂଶଧନ ବିକ୍ରି ଲାଗି ସରକାର ଯୋଜନା ରଖିଛନ୍ତି। ଏହି ବିମାନ କମ୍ପାନୀକୁ କିଣିବା ନେଇ ଟାଟା ଗ୍ରୁପ ବିଚାର କରିପାରେ ବୋଲି ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ ସୋମବାର ଦେଇଥିବା ଏକ ସୂଚନାରୁ ଜଣାପଡିଛି। ଚନ୍ଦ୍ରଶେକରନଙ୍କ ‘ବ୍ରିିଜିଟାଲ ନେଶନ’ ପୁସ୍ତକ ଉନ୍ମୋଚନ ଅବସରରେ ଏୟାର ଇଣ୍ଡିଆର ନିଲାମ ପ୍ରକ୍ରିୟାରେ ଟାଟା ଭାଗ ନେବା ପ୍ରସଙ୍ଗକୁ ସେ ଅଗ୍ରାହ୍ୟ କରି ନାହାନ୍ତି।
ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ବିଚାର କରିବା ଲାଗି ଟିମ୍‌କୁ କୁହାଯିବ। ବାସ୍ତବରେ ଏହି ନିଷ୍ପତ୍ତି ଟାଟା ସନ୍ସ ନୁହେଁ ଭିସ୍ତାରା ଦ୍ୱାରା ହେବ। ଭିସ୍ତାରା, ଏୟାର ଏସିଆ ବାଦ୍‌ କୌଣସି ତୃତୀୟ ବିମାନ କମ୍ପାନୀ ପରିଚାଳନା ସପକ୍ଷରେ ନ ଥିବା ସେ କହିଛନ୍ତି। ଏଗୁଡିକ ମିଶ୍ରଣ ନ ହେଲା ଯାଏ କିଛି ସମସ୍ୟା ରହିଛି। ଏହା ଉପରେ ସେ ହଁ କିମ୍ବା ନା କହି ନାହାନ୍ତି। ଅପରପକ୍ଷରେ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ସେ ପ୍ରଦାନ କରି ନାହାନ୍ତି।
ସୂଚନାଯୋଗ୍ୟ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବିମାନ କମ୍ପାନୀର ୨୪% ଅଂଶଧନ ନିଜ ରଖିବା ନେଇ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ସେହିଭଳି କମ୍ପାନୀର ୭୬% ଅଂଶଧନ ବିକ୍ରି ପ୍ରକ୍ରିୟା ବିଫଳ ହୋଇଛି। ଉକ୍ତ ସମୟରେ ରଖାଯାଇଥିବା ସର୍ତ୍ତରେ କିଛିଟା ସମସ୍ୟା ରହିଥିବାରୁ ଟାଟା ଏଥିଲାଗି ଆଗ୍ରହ ପ୍ରକାଶ କରି ନ ଥିଲା। ଅପରପକ୍ଷରେ ଜେଟ୍‌ ବିମାନ କମ୍ପାନୀ ଅଧିଗ୍ରହଣ ନେଇ ଟାଟା ବିଚାର କରୁଥିବାରୁ ଏୟାର ଇଣ୍ଡିଆ କଥା ଧ୍ୟାନକୁ ନେଇ ନ ଥିଲା।

ନୂଆ ସମାଧାନ ଖୋଜୁଛି ଟାଟା
ଟାଟା ଏହାର ଏୟାରଲାଇନ ବାଣିଜ୍ୟ ଲାଗି ଏକ ସମାଧାନ ଖୋଜୁଛି। ଏହାକୁ ବଢାଇବା ଲାଗି କମ୍ପାନୀ ଯୋଜନା ରଖିଛି। ମାତ୍ର ୨୦୨୫ ପର୍ଯ୍ୟନ୍ତ ଏଥିରେ କ୍ଷତିର ଅଧିକ ସମ୍ଭାବନା ରହିଛି। ଏୟାର ଇଣ୍ଡିଆ ଅଧିଗ୍ରହଣ ଦ୍ୱାରା ବିମାନ ଚଳାଚଳ ବାଣିଜ୍ୟ କ୍ଷେତ୍ରରେ ଟାଟା ନିକଟରେ ପର୍ଯ୍ୟାନ୍ତ ସୁଯୋଗ ରହିଛି। ଗ୍ରୁପ ନିକଟରେ ଦୁଇଟି ଯୌଥ ଉଦ୍ୟୋଗ ରହିଛି। ସିଙ୍ଗାପୁର ଏୟାରଲାଇନ ସହ ମିଳିତ ହୋଇ ଏହା ଭିସ୍ତାରା କମ୍ପାନୀ ଏବଂ ବଜେଟ ବିମାନ କମ୍ପାନୀ ଏୟାର ଏସିଆ ସହ ସହଭାଗିତାରେ ବିମାନ ସେବା ପ୍ରଦାନ କରୁଛି।

ଜେଟ୍‌ ଡିଲ୍‌କୁ ଅଗ୍ରାହ୍ୟ କରିପାରେ
ଟାଟା ଗ୍ରୁପ ଜେଟ୍‌ ଏୟାରଓ୍ବେଜ ଡିଲ ଲାଗି ଅଗ୍ରାହ୍ୟ କରିପାରେ। ଏକ୍ଷେତ୍ରରେ ଏୟାର ଇଣ୍ଡିଆ କ୍ରୟ ନେଇ ଟାଟା ଗ୍ରୁପ ଆଗ୍ରହ ଦେଖାଇପାରେ। ଏହି ବିମାନ କମ୍ପାନୀକୁ ଜେଆରଡି ଟାଟା ୧୯୩୨ରେ ସ୍ଥାପନ କରିଥିଲେ। ଯାହା ପରେ ରାଷ୍ଟ୍ରାୟତ୍ତ କମ୍ପାନୀ ଭାବେ ପରିଣତ ହୋଇଥିଲା। ଏୟାର ଇଣ୍ଡିଆ ସହ ଟାଟା ଗ୍ରୁପର ପୂର୍ବରୁ ସମ୍ପର୍କ ରହିଛି। ଟାଟାସନ୍ସର ସେବା ନିବୃତ୍ତ ଅଧ୍ୟକ୍ଷ ତଥା ଟାଟା ଟ୍ରଷ୍ଟର ବର୍ତ୍ତମାନର ମୁଖ୍ୟ ରତନ ଟାଟା ଏୟାର ଇଣ୍ଡିଆ କ୍ରୟ ନେଇ ଗୁରୁତ୍ୱ ଦେଇପାରନ୍ତି।

ସ୍ଥିତି ଦୃଢ଼ ଲାଗି ଭିସ୍ତାରାକୁ ସୁବିଧା ହେବ
ଏୟାର ଇଣ୍ଡିଆ ଟାଟା ଗ୍ରୁପ ହାତକୁ ଗଲେ ଭିସ୍ତାରାକୁ ଅନ୍ତର୍ଜାତୀୟ ବଜାରରେ ଏହାର ସ୍ଥିତି ଦୃଢ କରିବା ଦିଗରେ ସହାୟକ ହେବ। ବର୍ତ୍ତମାନ ଭିସ୍ତାରା କେବଳ ୪ ଅନ୍ତର୍ଜାତୀୟ ଡେଷ୍ଟିନେଶନକୁ ଏହାର ସେବା ଯୋଗାଇଦେଉଛି। ଏହାବାଦ ଦେଶ ମଧ୍ୟରେ ବଜାର ଅଂଶକୁ ବଢାଇବା ଦିଗରେ ଭିସ୍ତରା ଏହି ଡିଲ୍‌ର ଲାଭ ନେଇ ପାରିବ। ଭିସ୍ତାରାର ବଜାର ଅଂଶ ଦେଶରେ ୬% ରହିଥିବା ବେଳେ ଏୟାର ଇଣ୍ଡିଆ ୧୨% ଅଂଶ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ସି ବ୍ୟାଙ୍କ ଉପରେ ଲାଗିଲା କଟକଣା;ଗ୍ରାହକ ଏକାଥରକେ ଉଠାଇପାରିବେ ୧୦୦୦ ଟଙ୍କା

ମୁମ୍ବାଇ,୨୫-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆର୍ଥିକ ଅନୀୟମିତତା ଅଭିଯୋଗରେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଲିମିଟେଡ(ପିଏମ୍‌ସି ବ୍ୟାଙ୍କ), ମୁମ୍ବାଇର ଦୈନନ୍ଦିନ କାର୍ଯ୍ୟ ଉପରେ ୬...

କରୋନା କାଳରେ ପିଏଫ୍‌ ଟଙ୍କା ଦେଲା ସାହାରା: ୪ ମାସରେ ଉଠାଇଲେଣି ୩୦ ହଜାର କୋଟି

ନୂଆଦିଲ୍ଲୀ,୨୮।୭:କରୋନା ସମୟରେ ଲୋକଙ୍କୁ ଜରୁରୀ ଅର୍ଥର ଆବଶ୍ୟକତା ବଢ଼ିଯାଇଛି। ଏଭଳି ସମୟରେ ଭବିଷ୍ୟନିଧି ପାଣ୍ଠିଂ ବା ପିଏଫ୍‌ ଟଙ୍କା ଲୋକଙ୍କର ସାହାରା ପାଲଟିଥିବା ଏକ ଜାତୀୟ...

ଡିଜିଟାଲ ବ୍ରଡ୍‌ବ୍ୟାଣ୍ଡ୍‌ ବର୍ତ୍ତମାନର ଆବଶ୍ୟକତା: ପ୍ରଶାନ୍ତ ଅଗ୍ରଓ୍ବାଲ

ଡିଜିଟାଲ ଯୁଗରେ ପ୍ରତି କ୍ଷେତ୍ରରେ ଡିଜିଟାଇଜେଶନର ପ୍ରଭାବ ରହିଛି। ଏବେ ସମସ୍ତ ବ୍ୟବସାୟ ଡିଜିଟାଇଜ୍‌ଡ ହୋଇଯାଇଥିବାରୁ କାମକୁ ସ୍ମାର୍ଟ ଉପାୟରେ କରିହେଉଛି। ବ୍ରଡ୍‌ବ୍ୟାଣ୍ଡ୍‌ ହେଉଛି ଡିଜିଟାଲ...

‘କରୋନା ସେ ଡରୋନା ଡିଜିଟାଲ କରୋନା’

ମୁମ୍ବାଇ,୨୩-୩: ମାରାତ୍ମକ କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ନୋଟ୍‌ ଗଣିବା କିମ୍ବା ଛଇଁବା ପରେ ହାତ ଧୋଇବାକୁ ଇଣ୍ଡିଆନ୍‌ ବ୍ୟାଙ୍କିଙ୍ଗ ଆସୋସିଏଶନ (ଆଇବିଏ)...

ଏସ୍‌ବିଆଇର ଏମର୍ଜେନ୍ସି କ୍ରେଡିଟ ଲାଇନ୍‌

ମୁମ୍ବାଇ,୨୨-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣଗ୍ରହୀତଙ୍କା ଲାଗି ଏକ ଜରୁରିକାଳୀନ କ୍ରେଡିଟ ଲାଇନ ଖୋଲା ଯାଇଛି। ଏହି ସମୟରେ ବ୍ୟାଙ୍କ ବ୍ୟାଙ୍କରୁ ଜୁନ...

ଜିଏସ୍‌ଟି ସେଲ୍‌ସ ରିଟର୍ନ ଦାଖଲ ଅବଧି ବଢିଲା

ନୂଆଦିଲ୍ଲୀ,୨୧ା୪: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସେଲ୍‌ସ ରିଟର୍ନ ଦାଖଲ କରିବାରେ ଶେଷ ତାରିଖର ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ମାର୍ଚ୍ଚ ମାସ ଲାଗି ଜିଏସ୍‌ଟିଆର୍‌-୩ବି...

ପ୍ରମୁଖ କମ୍ପାନୀଗୁଡିକର ଯାନ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୨-୧୦: ସେପ୍ଟେମ୍ବର ମାସରେ ଦେଶର ପ୍ରମୁଖ ଯାନ ନିର୍ମାତାମାନଙ୍କର ବିକ୍ରି ହ୍ରାସ ଘଟିଛି। ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ପ୍ରଭାବ ଦେଶର ଅଟୋମୋବାଇଲ...

ଚାଇନା ସାମଗ୍ରୀ ଉପରେ କଟକଣା ଲଗାଇବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୧।୬: ସୀମାରେ ଚାଇନା ସେନାର ଆକ୍ରମଣ ଯୋଗୁ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦେଶ ମଧ୍ୟରେ ଚାଇନା ବିରୋଧୀ ସ୍ବର ତୀବ୍ର ହୋଇଛି।...

Advertisement


Archives

Model This Week

Why Dharitri