ଝାରସୁଗୁଡାରେ ୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୫ ବର୍ଷର ଶିଶୁ ସଂସ୍ପର୍ଶରେ ଆସି ବର୍ଷକର ଶିଶୁ କନ୍ୟା ଆକ୍ରାନ୍ତ

ଝାରସୁଗୁଡା ଅଫିସ,୨୩।୫: ଝାରସୁଗୁଡା ଜିଲାରେ ଶନିବାର ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିୁଶୁ ହୋଇଥିବା ବେଳେ ଅନ୍ୟ ଜଣକ ୪୦ବର୍ଷୀୟ ବ୍ୟକ୍ତି। ଏନେଇ ଜିଲାପାଳ ସରୋଜ କୁମାର ସାମଲ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଝାରସୁଗୁଡା ସହର ମଙ୍ଗଳବଜାର ଅଞ୍ଚଳର ଜଣେ ୫ ବର୍ଷର ଶିଶୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିଲା। ତେବେ ଶନିବାର ଚିହ୍ନଟ ହୋଇଥିବା ବର୍ଷକର ଶିଶୁ କନ୍ୟା ଉକ୍ତ ଶିଶୁ ସଂସ୍ପର୍ଶରେ ଆସି କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଉକ୍ତ ପରିବାର ଗତ ୧୬ତାରିଖରୁ ଆଗ୍ରାରୁ ଆସି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସେହିପରି ଅନ୍ୟ ଜଣକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରିଥିବା ୪୦ବର୍ଷୀୟ ବ୍ୟକ୍ତି। ସେ ବ୍ରଜରାଜନଗର ସ୍ଥିତ ଟିଏମ୍‌ସିରେ କ୍ୱାରାଣ୍ଟାଇନ୍‌ରେ ଥିଲେ। ତେବେ ନୂଆ ଚିହ୍ନଟ ହୋଇଥିବା କାରୋନା ଆକ୍ରାନ୍ତଙ୍କୁ ନେଇ ଭୟଭୀତ ନ ହେବାକୁ ଜିଲାପାଳ ସରୋଜ କୁମାର ସାମଲ କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡା ସହର ମଙ୍ଗଲବଜାରର କିଛି ଅଂଶ, ଡିଏଭି ସ୍କୁଲ ସ୍ଥିତ ଟିଏମ୍‌ସି ଓ ବ୍ରଜରାଜନଗରର ହିଲ୍‌ ଟପ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଲହୁଣୀପଡା, ୪।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଟକରା ଗ୍ରାମରେ ସୋମବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ବାଇକ ଧକ୍କାରେ ସ୍ବାମୀ ମୃତ୍ୟୁବରଣ କରିଥିବାବେଳେ...

୧୨ ଚକ, ୨୨ ଜଳଯନ୍ତ୍ର ନିର୍ମାଣ ଶେଷ

ପୁରୀ ଅଫିସ,୧୬ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ନଜରରେ ରଖି ଚଳଚଞ୍ଚଳ ହୋଇଛି ରଥଖଳା। ତିନି ମୁଖ୍ୟ ମହାରଣା ସେବକଙ୍କ ନେତୃତ୍ୱରେ ଦ୍ରୁତଗତିରେ ରଥ ନିର୍ମାଣ...

କୁଦାହୁଡ଼ାଙ୍ଗ ଜଙ୍ଗଲରେ ମାଈହାତୀ ମୃତ

ନୂଆଗାଁ, ୯ା୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବନାଞ୍ଚଳ ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ଅନ୍ତର୍ଗତ କୁଦାହୁଡାଙ୍ଗ ଜଙ୍ଗଲରେ ବୁଧବାର ଏକ ମାଈ ହାତୀର ମୃତଦେହ...

ଆସୁଛି ବାତ୍ୟା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଆଣ୍ଡାମାନ ନିକଟସ୍ଥ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନରୁ ୫.୮ କିଲୋମିଟର ବ୍ୟାପି ରହିଛି। ଧୀରେ ଧୀରେ ଏହା...

ବରପଦା-ଆଗରପଡ଼ା ରାସ୍ତା ପୁନଃନିର୍ମାଣ ନ ହେଲେ ଆନ୍ଦୋଳନ

ବନ୍ତ,୨୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ବରପଦା-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା ପୁନଃନିର୍ମାଣ କରାଯିବାକୁ ଭାରତର କମ୍ୟୁନିଷ୍ଟ...

ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ଫେରାର ହେଉଥିବା ବେଳେ ଦୁର୍ଘଟଣା: ୨ ଲୁଟେରା ଗୁରୁତର, ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି

ଭଣ୍ଡାରିପୋଖରୀ,୧୨।୭(ଡି.ଏନ୍‌.ଏ.): ସ୍କୁଟିରେ ଯାଉଥିବା ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା। ଏଭଳି...

ଅପରେଶନ ଗଜେନ୍ଦ୍ର ବାଟବଣା: ନୀଳଗିରି ଛାଡି ଯାଉନାହାନ୍ତି ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼, ୧୮।୬(ଡି.ଏନ.ଏ.)-ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ଆସିବାର ୮ଦିନ ବିତିଗଲାଣି। ଫେରିବାର ନାଁ ଧରୁନାହାନ୍ତି। ହାତୀପଲ ଇଚ୍ଛାନୁସାରେ ଖାଦ୍ୟ ପାଇଁ ଘୂରି ବୁଲୁଥିବା ବେଳେ ବନବିଭାଗ...

୫ ଦଫା ଦାବି: ସିଏମ୍‌ସି ସମ୍ମୁଖରେ ବସ୍ତି ବାସିନ୍ଦା ମିଳିତ ମଞ୍ଚର ବିକ୍ଷୋଭ

କଟକ ଅଫିସ, ୧୦।୯: ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ୫ଦଫା ଦାବି ନେଇ ମଙ୍ଗଳବାର କଟକ ମହାନଗର ନିଗମ (ସିଏମ୍‌ସି) ସମ୍ମୁଖରେ ଗଣ ବିକ୍ଷୋଭ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *