Posted inଜାତୀୟ

ଝାଡ଼ଖଣ୍ଡ: ୨୦ ଆସନ ଲାଗି ୨୬୦ ପ୍ରାର୍ଥୀ:ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ରାଞ୍ଚି,୬।୧୨(ଆଇଏଏନ୍‌ଏସ୍‌):ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶନିବାର ହେବାକୁ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷଦିନରେ ଭାଜପା, କଂଗ୍ରେସ, ଜେଏମ୍‌ଏମ୍‌ ଓ ଆର୍‌ଜେଡି ପକ୍ଷରୁ ଜୋର୍‌ଦାର ପ୍ରଚାର କରାଯାଇଛି। ଏହି ପର୍ଯ୍ୟାୟରେ ୨୦ ଆସନ ଲାଗି ଭୋଟଗ୍ରହଣ କରାଯିବ। ୧୮ଟି ଆସନରେ ସେହିଦିନ ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବାକୁ ଥିବାବେଳେ ୨ ଆସନରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ଜଣାପଡ଼ିଛି। ୨୦ ଆସନରୁ ୧୬ଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ଲାଗି ଉଦ୍ଦିଷ୍ଟ ଅଛି। ମୋଟ ୨୯ ମହିଳାଙ୍କ ସମେତ ୨୬୦ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ପୂର୍ବ ଜାମ୍‌ସେଦପୁର ଓ ପଶ୍ଚିମ ଜାମ୍‌ସେଦପୁର ଆସନରେ ୨୦ଜଣ ଲେଖାଏ ପ୍ରାର୍ଥୀ ରହିଛନ୍ତି। ପୂର୍ବ ଜାମ୍‌ସେଦପୁର ଆସନରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଇଦାନରେ ଅଛନ୍ତି। ଏହି ୨୦ ଆସନରେ ମାଓବାଦୀଙ୍କ ପ୍ରଭାବ ରହିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ପର୍ଯ୍ୟାୟ ଭୋଟ ଶେଷ ହେବାପରେ ୨୩ରେ ଭୋଟ ଗଣତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଖୀକଣ୍ଢେଇ ଅଧ୍ୟକ୍ଷ ହେଲେ କଂଗ୍ରେସ ତିଷ୍ଠିବ ନାହିଁ: ଚଭନ

ନୂଆଦିଲ୍ଲୀ,୨୯।୮ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ରବିବାର ତାରିଖ ଘୋଷଣା ହୋଇଥିବାବେଳେ ଯଦି ଜଣେ ସଖୀକଣ୍ଢେଇକୁ ଅଧ୍ୟକ୍ଷ ପଦରେ ବସାଇ ଦିଆଯାଏ, ତେବେ ଦଳ...

ମାଲୟାଲମ୍‌ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍‌ଙ୍କ ପରଲୋକ

ଥ୍ରିସୁର(କେରଳ),୩୦ା୬(ପି.ଟି.): ଜନପ୍ରିୟ ମାଲୟାଲମ୍‌ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍‌ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୯ବର୍ଷ ହୋଇଥିଲା। ସେ କିଛିଦିନ ହେଲା କ୍ୟାନ୍‌ସର ପୀଡିତ ହୋଇ...

ଜୁଲାଇ ୧୬ରେ ଭାଜପାର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ, ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୨ ।୭: ଜୁଲାଇ ୧୬ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ ହେବାକୁ ଯାଉଛି । ଏହି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା...

୨୦୨୫ ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ଲକ୍ଷ୍ୟ

ନୂଆଦିଲ୍ଲୀ,୧୦।୯: ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା (ଟିବି) ମୂଳୋତ୍ପାଟନ ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଯକ୍ଷ୍ମା ନିରୋଧୀ ଅଭିଯାନର ଶୁଭାରମ୍ଭ...

ଜମ୍ମୁ ସତଓ୍ବାରିରେ ପୁଣି ଡ୍ରୋନ୍‌

ଶ୍ରୀନଗର,୨୧।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଗାତର ଭାବେ ବର୍ତ୍ତମାନ ଜମ୍ମୁ ଅଞ୍ଚଳକୁ ଟାର୍ଗେଟ କରି ଷଡ଼ଯନ୍ତ୍ର ରଚୁଛନ୍ତି। ଏଥିପାଇଁ ସୀମାରେ ଡ୍ରୋନ୍‌ର ବ୍ୟବହାର କରାଯାଉଛି। ବୁଧବାର...

ଓମିକ୍ରନ୍‌କୁ ନେଇ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ପୁଣିଥରେ କେରାନା ସତର୍କ ଘଣ୍ଟି ବାଜିଲାଣି । ଫେବୃୟାରୀରେ...

ରାୟପୁରରେ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଆଜିଠାରୁ, ରାହୁଲଙ୍କ ସମେତ ବହୁ ବଡ ବଡ ନେତା ହେବେ ସାମିଲ

ରାୟପୁର,୨୪ ।୨: ଛତିଶଗଡ଼ର ରାଜଧାନୀ ରାୟପୁରରେ ୨୪ ଫେବୃୟାରୀ ଅର୍ଥାତ୍ ଶୁକ୍ରବାରଠାରୁ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ...

ବାବରୀ ମସଜିଦ୍‌ ପାଇଁ ଯୋଗୀ ସରକାର ଦାନ କଲେ ୫ଏକର ଜମି

ଆଯୋଧ୍ୟା,୫।୨: ରାମମନ୍ଦିର ଟ୍ରଷ୍ଟ ଘୋଷଣା ହେବା ପରେ ଏବେ ଯୋଗୀଙ୍କ କ୍ୟାବିନେଟ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ଜମି ପ୍ରଦାନ ନେଇ ଏକ ପ୍ରସ୍ତାବକୁ ପାସ୍‌ କରିଛନ୍ତି।...

Advertisement
Archives

Model This Week