Posted inଜାତୀୟ

ଝାଡ଼ଖଣ୍ଡରେ ୬୩% ମତଦାନ: ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ରାଞ୍ଚି, ୩୦ା୧୧ : ଝାଡ଼ଖଣ୍ଡ ବିଧାନସଭା ଲାଗି ହେଉଥିବା ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଶନିବାର ଅନୁଷ୍ଠିତ ଏହି ନିର୍ବାଚନରେ ମତଦାନ ହାର ୬୨.୮୭ ପ୍ରତିଶତ ରହିଛି। ପ୍ରଥମ ପର୍ଯ୍ୟାୟରେ ୬ ଜିଲାରେ ୧୩ ଆସନ(ଛତ୍‌ରା, ଗୁମ୍‌ଲା, ବିଶ୍ରାମପୁର, ଲୋହାରଡ଼ାଗା, ମାନିକା, ଲଟେହାର, ପାନ୍‌କି, ଡାଲ୍‌ଟନ୍‌ଗଞ୍ଜ, ବିଶୁନ୍‌ପୁର, ଛତର୍‌ପୁର, ହୁସେନାବାଦ୍‌, ଗର୍‌ଓ୍ବା ଓ ଭଓ୍ବନାଥପୁର) ଲାଗି ଭୋଟଗ୍ରହଣ କରାଯାଇଥିଲା। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିଥିଲା। ୩ଟା ସୁଦ୍ଧା ଭୋଟଗ୍ରହଣ ଶେଷ ହୋଇଥିଲେ ହେଁ ବୁଥ ଭିତରେ ରହିଥିବା ଭୋଟରଙ୍କୁ ମତଦାନ ଲାଗି ସୁଯୋଗ ଦିଆଯାଇଥିବାରୁ ଭୋଟହାର ବଢ଼ିବାର ସମ୍ଭାବନା ରହିଛି।
ମତଦାନ ବେଳେ ମାଓବାଦୀମାନେ ଗୁମ୍‌ଲା ଜିଲା ବିଶୁନ୍‌ପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବନଲତା ଓ ବିରନ୍‌ପୁର ଗ୍ରାମ ମଝିରେ ଥିବା ଜଙ୍ଗଲାଞ୍ଚଳ ନିକଟ ଏକ କଲଭର୍ଟକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେଇଥିବା ପୋଲିସ ଏଡିଜି ମୁରାରୀଲାଲ୍‌ ମୀନା ପ୍ରକାଶ କରିଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିଲେ ହେଁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ସେହିଭଳି ଡାଲ୍‌ଟନ୍‌ଗଞ୍ଜ ନିର୍ବାଚନମଣ୍ଡଳୀର କୋଶିୟାରୀ ପୋଲିଂ ଷ୍ଟେଶନରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। କଂଗ୍ରେସ ପ୍ରାର୍ଥୀ କେ.ଏନ୍‌. ତ୍ରିପାଠୀ ବଳପୂର୍ବକ ପୋଲିଂ ବୁଥ ଭିତରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ବିକ୍ଷୋଭକାରୀମାନେ ପୋଲିସ ଗାଡ଼ିର ଓ୍ବିଣ୍ଡୋ ପେନ୍ସକୁ ଭାଙ୍ଗିଦେଇଥିଲେ। ତ୍ରିପାଠୀଙ୍କଠାରୁ ପୋଲିସ ଗୋଟିଏ ପିସ୍ତଲ ଓ ୩ କାଟ୍ରିଜ୍‌ ଜବତ କରିଥିବା ପ୍ରକାଶ। ଏହାପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା। ତେବେ ମୋଟାମୋଟି ୧୩ ନିର୍ବାଚନମଣ୍ଡଳୀରେ ଭୋଟ ଶାନ୍ତିପୂର୍ଣ୍ଣ ଥିବା କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭାଜପା ନେତା ରାମଚନ୍ଦ୍ର ଚନ୍ଦ୍ରବଂଶୀ, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାମେଶ୍ୱର ଓରାଅନ୍‌, ପୂର୍ବତନ ପ୍ରଦେଶ କଂଗ୍ରେସ ମୁଖ୍ୟ ଶୁଖ୍‌ଦେଓ ଭଗତ୍‌, ଭାଜପା ନେତା ରାଧାକ୍ରିଷ୍ଣ କିଶୋର ପ୍ରମୁଖ ଭାଗ୍ୟ ନିର୍ଦ୍ଧାରଣ ହେବ। ୮୧ ଆସନବିଶିଷ୍ଟ ରାଜ୍ୟ ବିଧାନସଭା ଲାଗି ଅନ୍ୟ ୪ ପର୍ଯ୍ୟାୟ ଭୋଟ ଆସନା ୭, ୧୨, ୧୬ ଓ ୨୦ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri