Posted inଜାତୀୟ

‘ଜୟ ଶ୍ରୀରାମ’ କହି ୧୭ ସ୍କୁଲ ଛାତ୍ର ନିଲମ୍ବିତ

ରାଞ୍ଚି,୨୬ା୯(ପି.ଟି.): ଝାଡ଼ଖଣ୍ଡର ଷ୍ଟିଲ ସିଟି ଜାମ୍‌ଶେଦ୍‌ପୁରରେ ଏକ ଚର୍ଚ୍ଚ ଦ୍ୱାରା ପରିଚାଳିତ ସ୍କୁଲରେ ‘ଜୟ ଶ୍ରୀ ରାମ’ ଉଚ୍ଚାରଣ କରି ୧୭ ଛାତ୍ର ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଏହି ନିଲମ୍ବନ ବିରୋଧରେ ହିନ୍ଦୁ ଶାଖା ପକ୍ଷରୁ ବୁଧବାର ବିକ୍ଷୋଭ କରାଯାଇଛି। କେତେକ ଅଭିଭାବକ ଏନେଇ ଜିଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରିଥିବାବେଳେ ଏକ ଏନ୍‌ଜିଓ ମାଲିକ ଅପ୍ପୁ ତିଓ୍ବାରୀ ଡିଇଓଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ପରିସ୍ଥିତି ସେଠାରେ ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ବେଲଡ଼ିହସ୍ଥିତ ଏହି ସ୍କୁଲର ଅଧ୍ୟକ୍ଷ ଏଲ୍‌. ପିଟରସନ ପିଲାମାନଙ୍କୁ ୫ ଦିନିଆ ଷ୍ଟଡି ଲିଭ୍‌ରେ ଛଡ଼ାଯାଇଥିବା କହିଛନ୍ତି। ସେମାନଙ୍କ ଆଚରଣ ଶୃଙ୍ଖଳିତ ନ ଥିବାରୁ ସ୍କୁଲ ପରିବେଶ ଦୂଷିତ ହେଉଥିଲା। କୌଣସି ଛାତ୍ରଙ୍କୁ ନିଲମ୍ବିତ କରାଯାଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଏବେ ସେମାନେ ଲାଇବ୍ରେରୀରେ ଅଛନ୍ତି ଓ ସେମାନଙ୍କ ପିତାମାତାଙ୍କୁ ଡ଼ାକିବା ଲାଗି କୁହାଯାଇଥିବା ସେ ପ୍ରକାଶ କରିଛନ୍ତି। ବୋର୍ଡ ପରୀକ୍ଷା ଆଗକୁ ଥିବାରୁ ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆଣିବା ଲାଗି ସେମାନଙ୍କ ଅଭିଭାବକଙ୍କୁ ଅବଗତ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟର ବାତାବରଣ ମଧ୍ୟରେ ରାତି ସାରା ଉଜାଗର ରହିଲେ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୨୮ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଗାଜିପୁର ସୀମାରେ...

ବନ୍ୟା ପ୍ରପୀଡିତଙ୍କ ପାଇଁ ମୋଦିଙ୍କୁ ସହାୟତା ମାଗିଲେ ରାହୁଲ

ନୂଆଦିଲ୍ଲୀ, ୯।୮: କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାୟନାଡ ଜିଲା। ଏଠାରୁ ଏମ୍‌ପି ଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...

ମୁକୁଳିବେ ନଜରବନ୍ଦୀ ଥିବା ଜମ୍ମୁ-କଶ୍ମୀରର ୩ ନେତା

ନୂଆଦିଲ୍ଲୀ,୧୦।୧୦: ବିଭିନ୍ନ ସର୍ତ୍ତ ଆଧାରରେ ଜମ୍ମୁ-କଶ୍ମୀରରେ ନଜରବନ୍ଦୀ ଥିବା ୩ ନେତା ଗୁରୁବାର ମୁକୁଳିବେ ବୋଲି ଜଣାପଡିଛି। ବୁଧବାର ଏସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।...

ମାଓବାଦୀଙ୍କ ଜୀବନ କାହାଣୀ: ପୋଲିସ ବିଭାଗ ପକ୍ଷରୁ ନିର୍ମିତ ହେଉଛି ଫିଲ୍ମ; ମୁଖ୍ୟ ଭୂମିକାରେ ଏସ୍‌ପି

ବିଳାସପୁର,୧୦।୭: ମାଓବାଦୀଙ୍କ ଜୀବନ କାହାଣୀ ଉପରେ ଛତିଶଗଡ଼  ପୋଲିସ ପକ୍ଷରୁ ଏକ କ୍ଷୁଦ୍ର ଫିଲ୍ମ ନିର୍ମାଣ କରାଯିବା ଯୋଜନା କରାଯାଇଛି। ଏଥିରେ ଏସ୍‌ପି ଡ. ଅଭିଷେକ...

ଷ୍ଟ୍ରେଚର ନ ମିଳିବାରୁ ପୁଅକୁ କାନ୍ଧରେ ବୋହିଲେ ବାପା

କାନପୁର,୨୮।୫: କାନପୁରର ଏକ ହସ୍ପିଟାଲରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦେଶରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ କାନପୁରରେ ଏହାର...

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ କଳାପତାକା ଦେଖାଇଲେ ଛାତ୍ର

କୋଲକାତା,୨୩।୧୨: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଦବପୁର ବିଶ୍ୱବିଦ୍ୟାଳୟକୁ ଯାଇଥିବା ବେଳେ ତାଙ୍କୁ ଛାତ୍ରଙ୍କ ବିରୋଧର ସାମ୍ନା...

ଉତ୍ତର ପ୍ରଦେଶରେ ଏବେ ଔଷଧ ଦେବ ରୋବୋ

ଲକ୍ଷ୍ନୌ,୧୦।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏବେ ଉତ୍ତର ପ୍ରଦେଶରେ ହାଇଟେକ୍‌ କ୍ଲିନିକ୍‌ର ଯୋଜନା କରୁଥିବା ସୂଚନା ମିଳିଛି। ଗୋରଖପୁରର ଚିଫ୍‌ ମେଡିକାଲ ଅଫିସର ଡ....

ଜେଲ୍‌ରୁ ଫୋନ୍‌ କରିବା ଘଟଣାରେ ଫସିଲେ ଲାଲୁ: ତାଙ୍କ ନାଁରେ ପାଟନାରେ ଏତଲା

ପାଟନା,୨୬।୧୧: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ଜେଲ୍‌ରୁ ଭାଜପା ବିଧାୟକ ଲଲନ ପାସୱାନଙ୍କୁ ଫୋନ...

Play 250+ Trending Games
Archives

Model This Week

Why Dharitri