ଜୟପୁରରେ ପ୍ରତିଷ୍ଠା ହେବ ସ୍ବତନ୍ତ୍ର ଜେଲ

ଜୟପୁର,୮ା୮(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରରେ ସ୍ବତନ୍ତ୍ର ଜେଲ ପ୍ରତିଷ୍ଠା ଦାବି ଦୀର୍ଘଦିନରୁ ହୋଇଆସୁଛି। ଏଥିପାଇଁ ଜେଲ ଏଡିଜି ମହେନ୍ଦ୍ର ପ୍ରତାପ ଗତ ୫ ତାରିଖରେ ଜେଲ୍‌ ପ୍ରତିଷ୍ଠା ଲାଗି ସହରାଞ୍ଚଳ କିମ୍ବା ଏହାର ଆଖପାଖରେ ୨୦ ଏକର ଜମି ଯୋଗାଇଦେବା ପାଇଁ କୋରାପୁଟ ଜିଲାପାଳଙ୍କୁ ଚିଠି କରିଛନ୍ତି। ଏଥିପାଇଁ ତହସିଲଦାର ଜୟପୁର ଓ ଆଖାପଖ ଅଞ୍ଚଳର ୨ରୁ ୩ଟି ଜମି ମଧ୍ୟ ଚିହ୍ନଟ କରିଛନ୍ତି। ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ଯୋଗୁ ସୁରକ୍ଷା ଦୃଷ୍ଟିରୁ ଗୃହ ବିଭାଗର ଉଚ୍ଚ ଅଧିକାରୀ ଏହାର ଯାଞ୍ଚ କରିବା ପରେ କେଉଁଠାରେ ଜେଲ୍‌ ନିର୍ମାଣ ହେବ, ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
୧୯୫୦ରେ ଜୟପୁର ଉପକାରାଗାର (ସବଜେଲ) ପ୍ରତିଷ୍ଠା ହୋଇଛି। ତେବେ ଏଠାରେ କଏଦୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଜୟପୁର ଟାଉନ, ସଦର, ମହିଳା, ବୈପାରୀଗୁଡ଼ା, ବୋରିଗୁମ୍ମା, ବିସିଙ୍ଗପୁର, କୁନ୍ଦୁରା ଓ କୋଟପାଡ଼ ଥାନା ବିଭିନ୍ନ ଅଭିଯୁକ୍ତଙ୍କୁ ଜୟପୁର ସବ୍‌ଜେଲକୁ ଚାଲାଣ କରୁଛି। ଫଳରେ ଏହି ଜେଲରେ କ୍ଷମତାଠାରୁ ଦୁଇଗୁଣା ବିଚାରାଧୀନ କଏଦୀ ରହୁଛନ୍ତି। ଏହି କାରଣରୁ ଏହି ଜେଲକୁ ଅପଗ୍ରେଡ କରାଯିବା ସହ ରାଉରକେଲା ଏବଂ ଭୁବନେଶ୍ୱର ଭଳି ସ୍ବତନ୍ତ୍ର ଜେଲ ଭାବେ ଘୋଷଣା କରାଯିବା ପାଇଁ ବିଭିନ୍ନ ସମୟରେ ଦାବି ହେଉଥିଲା। ଏଠାରେ ୧୫୩ ଜଣ ବିଚାରାଧୀନ କଏଦୀଙ୍କ ପାଇଁ ରହିବା ବ୍ୟବସ୍ଥା ଅଛି। ଗୁରୁବାର ସୁଦ୍ଧା ୩୦୫ ଜଣ କଏଦୀ ରହୁଥିବା ଜଣାପଡ଼ିଛି। ସେଥିରୁ ୯୭ ଜଣ କେବଳ ଗଞ୍ଜେଇ ଚାଲାଣ ଅଭିଯୋଗରେ ବିଚାରାଧୀନ କଏଦୀ ରହିଛନ୍ତି। ଗତ ଜୁନ୍‌ରେ ଆବଶ୍ୟକତାଠାରୁ ଅଧିକ କଏଦୀ ଥିବା ଯୋଗୁ ୮୨ ଜଣ ଅନ୍ତେବାସୀଙ୍କୁ କୋରାପୁଟ ସର୍କଲ ଜେଲକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି ା କିନ୍ତୁ ସେମାନଙ୍କ ମାମଲା ଜୟପୁରସ୍ଥିତ ବିଭିନ୍ନ କୋର୍ଟରେ ଥିବାବେଳେ ମାମଲା ଶୁଣାଣି ଆରମ୍ଭ ହେଲେ ସେମାନଙ୍କୁ ଏଠାକୁ ପୁନଃ ଅଣାଯାଉଛି ା ମାନବାଧିକାର ସିଟିଜେନ କମିଶନର ଆଇନ ପରାମର୍ଶଦାତା ଅନୁପ ପାତ୍ର ଏହି ସମସ୍ୟା ନେଇ ଏଡିଜିଙ୍କୁ ୯ ମାସ ତଳେ ଜଣାଇଥିଲେ। ସେହିପରି ଜୟପୁରରୁ ୨୧ କିମି ଦୂର ବୋରିଗୁମ୍ମାରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ କରାଯାଇଛି। କିନ୍ତୁ ଏହି କୋର୍ଟର ବିଚାରାଧୀନ କଏଦୀଙ୍କୁ ୨୮ କିମି ଦୂର କୋଟପାଡ଼ ଜେଲରେ ରଖିବା ବଦଳରେ ନେବାଆଣିବା ବଦଳରେ ସୁରକ୍ଷା ବ୍ୟବସ୍ଥା ନ ଥିବା ଦର୍ଶାଇ ଜୟପୁର ସବଜେଲରେ ରଖାଯାଉଛି। କୋଟପାଡ଼ ଜେଲରେ ୧୯୭ କଏଦୀ ରହିବା ବଦଳରେ ୨୭ ଜଣ ରହୁଛନ୍ତି। ଏନେଇ ଜୟପୁର ସବଜେଲ ସୁପରିଣ୍ଟେଣ୍ଡେଣ୍ଟ ଲଲାଟେନ୍ଦୁ ଭୂଷଣ ଦାସ କହିଛନ୍ତି, ଜୟପୁର ସହର କିମ୍ବା ଆଖାପଖ ଅଞ୍ଚଳର ୨୦ ଏକର ଜମିରେ ନୂଆଜେଲ ନିର୍ମାଣ କରାଯିବ ା ଉପଯୁକ୍ତ ଜମି ଚିହ୍ନଟ ସହ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ଦକ୍ଷିଣ ଓଡ଼ିଶାରେ ଏହିପରି ସ୍ବତନ୍ତ୍ର ଜେଲ ହେବାର ଆବଶ୍ୟକତା ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri