ଜ୍ୱର, ଝାଡ଼ାବାନ୍ତିରେ ୪୯ ଆକ୍ରାନ୍ତ

ବନ୍ତଳା, ୨୫ା୨(ଡି.ଏନ.ଏ.)

ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟରେ ସୋମବାର ଜ୍ୱର, ଝାଡାବାନ୍ତି ବ୍ୟାପିଛି। ଝାଡାବାନ୍ତିରେ ୧୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୭ ଜଣ ଜ୍ୱରରେ ପୀଡିତ ହୋଇଥିବା ଜଣାପଡିଛି। ବିଦ୍ୟାଳୟ ଅଧ୍ୟକ୍ଷ ଏ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ଗୋଟିଏ ଟିମ୍‌ ଓ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌ ସେଠାରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି। ଏହି ଟିମ୍‌ରେ ଡ. ବିଶ୍ୱଜିତ ନାୟକ, ଡ. ବୀରେନ ସାହୁ, ଡ. ରାକେଶ ସନ୍ତୋଷ ପାଳ, ଫାର୍ମାସିଷ୍ଟ ଛବିନ୍ଦ୍ର ସାମଲ, ଏପିଡେମିଲୋଜିଷ୍ଟ, ବାୟୋଲୋଜିଷ୍ଟ ପ୍ରମୁଖ ଛାତ୍ରୀଛାତ୍ରଙ୍କ ଚିକିତ୍ସା କରିଛନ୍ତି। ତେବେ ଏଥିରେ ୧୨ ଜଣ ଛାତ୍ରୀଛାତ୍ର ଓ ୨ ଜଣ ରୋଷେୟାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବିଦ୍ୟାଳୟ ପରିସରରେ ସାଲାଇନ ଲଗାଯାଇଛି। ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଅନ୍ୟପକ୍ଷରେ ୩ ଜଣ ଅଭିଭାବକ ସେମାନଙ୍କ ପିଲାଙ୍କୁ ଅନୁଗୋଳ, ନାଲ୍‌କୋ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରିଥିବା ଜଣାପଡିଛି। ନିମ୍ନମାନର ଖାଦ୍ୟଖାଇ ପିଲାମାନଙ୍କ ଏପରି ଅବସ୍ଥା ହୋଇଥିବା ଅଭିଭାବକ କମିଟିର ପ୍ରଦୀପ ମିଶ୍ର, ବ୍ରଜବନ୍ଧୁ ସାହୁ, ଅଜୟ ପ୍ରଧାନ ଓ ଦୁଃଶାସନ ସେଠୀଙ୍କ ସମେତ ଅନ୍ୟମାନେ ଅଭିଯୋଗ ଆଣିଛନ୍ତି। ଏ ବିଷୟରେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଆର୍‌. ପି. ସାହୁ କୁହନ୍ତି, ବିଦ୍ୟାଳୟରେ ସମୁଦାୟ ୪୯୪ ଛାତ୍ରୀଛାତ୍ରୀ ପଢୁଛନ୍ତି। ଅଧିକାଂଶ ପିଲା ଛୁଟିରେ ଘରକୁ ଯାଇଥିଲେ। ଅଭିଭାବକମାନେ ଲୁଚାଇ ବାହାର ଖାଦ୍ୟ ଖାଇବା ସହିତ ପାଗ ପରିବର୍ତ୍ତନ ଯୋଗୁ ଏଭଳି ସମସ୍ୟା ଦେଖା ଦେଇଛି। ରୋଷେୟାଙ୍କୁ ମିଶାଇ ୫ ଜଣଙ୍କୁ ସାଲାଇନ ଦିଆଯାଇଛି। ଅନ୍ୟ ୧୫ ଜଣଙ୍କୁ ଭାଇରାଲ ଜ୍ୱର ହୋଇଛି। ସେମାନଙ୍କୁ ଔଷଧ ଦିଆଯାଇଛି। ଏ ବିଷୟରେ ବନ୍ତଳା ସ୍ବାସ୍ଥ୍ୟ ଅଧିକାରୀ ଡ. ଘନଶ୍ୟାମ ବେହେରା କୁହନ୍ତି, ଚିକିତ୍ସା କରାଯିବା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୫ଦିନ କୁହୁଡ଼ି

ଭୁବନେଶ୍ୱର,୩।୨(ବନ୍ଦନା ସେଠୀ)- ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ ପାଇଥିଲେ ହେଁ କୁହୁଡ଼ିର ମାତ୍ରା ଅଧିକ ରହୁଛି। ପ୍ରବଳ କୁହୁଡ଼ି କାରଣରୁ ସକାଳୁ ରାସ୍ତାଘାଟ ଠିକ୍‌ ଭାବେ…

ଆନ୍ଧ୍ରରେ ବିକ କୋଟିଆ ଶସ୍ୟ: ସୀମାନ୍ତବାସୀଙ୍କୁ ପ୍ରବର୍ତ୍ତାଇଲେ ପଡ଼ୋଶୀ ରାଜ୍ୟ ଅଧିକାରୀ,ଏପଟେ…

ପଟ୍ଟାଙ୍ଗି,୩ା୨(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତର ସୀମାନ୍ତବାସୀଙ୍କୁ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ପକ୍ଷରୁ ବୈଠକକରି ସଚେତନ କରାଯାଉଛି। ଏଥିରେ ଉକ୍ତ ପଞ୍ଚାୟତର…

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

ଭାଙ୍ଗିଗଲା ଆଶା: ଜମି ରେଜିଷ୍ଟେଶନ ପାଇଁ ଯାଇଥିଲେ ତହସିଲ ଅଫିସ, ଦୁର୍ଘଟଣାରେ ଗଲା ଜୀବନ

କେସିଙ୍ଗା,୩ା୨(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଉତ୍କେଲା ପଞ୍ଚାୟତ ମାଟିଆ ଗ୍ରାମର…

ଗୌରୀ ଶଙ୍କରଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ: ହେଲେ ବିଜେଡି କାର୍ଯ୍ୟକାରୀ ସଭାପତି

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା): ଜିଲା  ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ରାୟଗଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପି.ଗୌରୀ ଶଙ୍କର। ଏନେଇ ମଙ୍ଗଳବାର ପ୍ରେସ ରିଲିଜ  ପ୍ରକାଶ ପାଇଛି।…

ସେବା ସମବାୟ ସମିତିର ମିଲ ମାଲିକ ମାନଙ୍କ ସହିତ ମଧୁ ଚନ୍ଦ୍ରିକା: ଶୋଷଣର ଶିକାର ହେଉଛନ୍ତି…

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଭୀଷ୍ମଗିରି ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଙ୍ଗଠନ ଅଖିଳ ଭାରତ କୃଷକ ସଭା ସ୍ଥାନୀୟ…

ସ୍କୁଲରେ ନବମ ଛାତ୍ରୀକୁ ଗଣବଳାତ୍କାର: ଭିଡିଓ ଭାଇରାଲ୍, ୫ ନାବାଳକ ଅଟକ

ବଲାଙ୍ଗୀର,୩।୨: ବଲାଙ୍ଗୀର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା…

ପୁରୀରେ ରାଷ୍ଟ୍ରପତି: କାଲି ଶ୍ବେତଗଙ୍ଗାରେ କରିବେ ପିଣ୍ଡଦାନ

ପୁରୀ,୩।୨: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri