ଜେଲ୍‌ ଗଲେ କୋଟିପତି କିରାଣି

ଜଳେଶ୍ୱର, ୨୬।୭(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲା (ନଂ.୨୬/୨୦୧୯)ରେ ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାରସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତଥା ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତ ଆରୁହା ଗ୍ରାମର ମୂଳ ବାସିନ୍ଦା ତରଣୀ କୁମାର ଭୂୟଁାଙ୍କୁ ଗୁରୁବାର ଜେଲ୍‌ ଯିବାକୁ ପଡିଛି। ପ୍ରିଭେନ୍ସନ୍‌ ଅଫ୍‌ କରପସ୍‌ନ୍‌ (ସଂଶୋଧନ )ଆକ୍ଟ ୨୦୧୮ ର ଧାରା ୧୩(୨) ସହିତ ୧୩(୧)(ବି) ଅନୁଯାୟୀ ତାଙ୍କୁ ଏହି ଦଣ୍ଡାଦେଶ ମିଳିଛି।
ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶକ୍ରମେ ମାମଲାର ତଦନ୍ତକାରୀ ଅଧିକାରୀ ଅନିରୁଦ୍ଧ ନାୟକ ଅଭିଯୁକ୍ତ କିରାଣି ତରଣୀଙ୍କୁ ଗିରଫ କରି ବାଲେଶ୍ୱରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଇଥିଲେ। ମାମଲାର ଗୁରତ୍ୱକୁ ଉପଲବ୍ଧି କରି ବିଚାରପତି ଅଭିଯୁକ୍ତ ଦ୍ୱାରା କରାଯାଇଥିବା ଜାମିନ ଆବେଦନକୁ ନାମଞ୍ଜୁର କରି ଜେଲ୍‌ ପଠାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବୁଧବାର ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଧରାଷ୍ଟକ୍‌ ମୌଜାରେ ଅବସ୍ଥିତ ଅଭିଯୁକ୍ତଙ୍କ ବିଳାସମୟ ୩ ମହଲା ବିଶିଷ୍ଟ ଅଟ୍ଟାଳିକା ସମେତ ଆରୁହା ଗ୍ରାମସ୍ଥିତ ପୈତୃକ ଘର, ମହାବିଦ୍ୟାଳୟର ଦପ୍ତର, ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଲୁହାଶିଳା ଛାତ୍ରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ସ୍ତ୍ରୀ ରେଣୁବାଳା କରଙ୍କ କାର୍ଯ୍ୟସ୍ଥଳ ଓ ଜଳେଶ୍ୱର ବ୍ଲକ ଖାଲିନା ଗ୍ରାମସ୍ଥିତ ଶ୍ୱଶୁର ଗଣେଶଚନ୍ଦ୍ର କରଙ୍କ ବାସଭବନରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ତରଫରୁ ଏକକାଳୀନ ୫ଟି ସ୍ଥାନରେ ୫ଟି ଟିମ୍‌ ଦ୍ୱାରା ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍‌ ଅଭିଯୁକ୍ତ କିରାଣି ଓ ତାଙ୍କ ସ୍ତ୍ରୀଙ୍କଠାରୁ ନଗଦ ୧୦ ହଜାର ୭୭୦ ଟଙ୍କା, ୬୪ ଗ୍ରାମ ସୁନା ଅଳଙ୍କାର, ଲକ୍ଷାଧିକ ଟଙ୍କା ମୂଲ୍ୟର ୫ଟି ପ୍ଲଟ୍‌, ୮୧ ଲକ୍ଷ ୧୧ ହଜାର ୬୬୦ ଟଙ୍କା ମୂଲ୍ୟର ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଅଟ୍ଟାଳିକା, ୧ ଲକ୍ଷ ୬୩ ହଜାର ୬୦୬ ଟଙ୍କା ମୂଲ୍ୟର ଘରୋଇ ଉପକରଣ, ୩ ଲକ୍ଷ ୭୮୯ ଟଙ୍କା ବିଦ୍ୟୁତ ସରଞ୍ଜାମ ତଥା ଉପକରଣ, ୨ ଲକ୍ଷ ୯୦୦ ଟଙ୍କା ମୂଲ୍ୟର ଫର୍ଣ୍ଣିଚର, ସ୍ବାମୀ ଓ ସ୍ତ୍ରୀଙ୍କ ନାମିତ ୧୦ ଲକ୍ଷ ୧ ହଜାର ୬୧୭ ଟଙ୍କାର ଜୀବନବୀମା ବଣ୍ଡ୍‌, ପୋଷ୍ଟାଲ ତଥା ଅନ୍ୟ ବ୍ୟାଙ୍କରେ ଥିବା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜମାରାଶିର ହିସାବ ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

୮ କୋଟିରୁ ଅଧିକ ସମ୍ପତ୍ତି, ବାର୍ଷିକ ଆୟ ୧୭ ଲକ୍ଷ! ବିହାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଜାଣିଲେ ଚମକି ପଡିବେ?

ପାଟନା,୧୪।୪: ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ତାରାପୁର ନିର୍ୱାଚନମଣ୍ଡଳୀର ବିଧାୟକ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)ର ଜଣେ ପ୍ରମୁଖ ନେତା ସମ୍ରାଟ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri