ଜେଲ୍‌ରେ ଫିନାଇଲ ପିଇ ମହିଳା କଏଦୀଙ୍କ ଜୀବନ ଗଲା

ଜୟପୁର,୯ା୫(ନି.ପ୍ର.): ଜୟପୁର ଉପଖଣ୍ଡ କାରାଗାରରେ ବିଚାରାଧୀନ ମାମଲାର ଜଣେ ମହିଳା କଏଦୀ ଫିନାଇଲ ପିଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା କଏଦୀ ଜଣକ ଦୀର୍ଘଦିନ ହେଲା ଗଞ୍ଜେଇ ଚୋରା ଚାଲାଣ କେସ୍‌ରେ ସଜା କଟିଥିଲେ। ମୃତ ମହିଳା କଏଦୀ ଜଣକ ଜୟପୁର ସହରର ପିଆର ପେଟାର ଲିନା ପାଣିଗ୍ରାହୀ ବୋଲି ଜଣାପଡ଼ିଛି। ଗଞ୍ଜେଇ ମାମଲାରେ ଗତ ୪.୧.୨୦ରେ ଜୟପୁର ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିଦିନ ଠାରୁ
ଜୟପୁର ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ। ଶନିବାର ସକାଳ ୭ଟାରେ ଜେଲ୍‌ ମଧ୍ୟରେ ସଫା ପାଇଁ ଥିବା ଫିନାଇଲ ପିଇ ଦେଇଥିଲେ। ଘଟଣାକୁ ନେଇ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ଜୟପୁର ଜିଲା ମେଡିକାଲ ଏବଂ ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଘଟଣାକୁ ନେଇ ତୁରନ୍ତ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି। ସେମାନେ ମଧ୍ୟ କୋରାପୁଟ ମେଡିକାଲ କଲେଜରେ ପହଞ୍ଚିଛନ୍ତି ବୋଲି ଜୟପୁର ଜେଲର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକାପ୍ତା କାତି ଜବତ : ୬ ଗିରଫ

ଉଦଳା,୨୨ା୧୦(ଡି.ଏନ୍‌.ଏ.)- ବଜ୍ରକାପ୍ତା ଚୋରା ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଏରିଆ ା କିଛିମାସ ପୂର୍ବେ ବଜ୍ରକାପ୍ତା ଚୋରା ଚାଲାଣ ନିମନ୍ତେ ଡିଲ୍‌...

ଅଚାନକ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି

ବ୍ରହ୍ମପୁର ଅଫିସ,୮।୫: ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ ଶନିବାର ବ୍ରହ୍ମପୁର ଅଚାନକ...

ବାହାରିଲାନି ନିଷ୍କର୍ଷ, ସମୟ ନେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୧୮।୧୨: ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ଆଡ୍‌ମିନିଷ୍ଟ୍ରେଟର, ପୁରୀ ନାମରେ ଶତାଧିକ ଏକର...

ଗ୍ରାମୀଣ ଆବାସ ଯୋଜନାରେ ଦୁର୍ନୀତି: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲାପାଳ

ଢେଙ୍କାନାଳ ଅଫିସ,୨୩।୨: ଢେଙ୍କାନାଳ ଜିଲା ସଦର ବ୍ଲକ ଭାଲିଆବୋଲ କାଟେଣି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ନିର୍ବାହୀ ଅଧିକାରୀ ସୁନୀଲ କୁମାର...

୫୭ ହଜାର ଘନମିଟର ବାଲି ଡେରାବିଶରୁ ଯିବ ଆଣ୍ଡାମାନ

କେନ୍ଦ୍ରାପଡା ଅଫିସ,୧୪ା୪: ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କୁ କେନ୍ଦ୍ରାପଡ଼ା ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣା ଗୁରୁବାର ଲେଖିଥିବା ଚିଠି (ନଂ.୧୦୦୫) ସ୍ଥାନୀୟ ଅଞ୍ଚଳର ପରିବେଶବିତ୍‌ଙ୍କୁ ଚିନ୍ତାରେ...

ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ

ତିହିଡ଼ି, ୮।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ପାଳିଆବିନ୍ଧା ଅଞ୍ଚଳର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ...

ଟେଣ୍ଡରକୁ ନେଇ ଅଧ୍ୟକ୍ଷା-ପୌର ଅଧିକାରୀ ମୁହାଁମୁହିଁ

ଆନନ୍ଦପୁର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର ପିଛା ଛାଡୁନି ବିବାଦ। ପୂର୍ବରୁ ଫାଇଲ ଚୋରିକୁ ନେଇ ମାମଲା ହୋଇଥିବା ବେଳେ ଏବେ କେତେକ ଉନ୍ନୟନ...

ନିଆଁ ଦାଉରୁ ରକ୍ଷା ପାଇଲା ସଂରକ୍ଷିତ ଜଙ୍ଗଲ

ମୁନିଗୁଡ଼ା,୨୭ା୩(ଡି.ଏନ୍‌.ଏ.)-  ରାୟଗଡ଼ା ଜିଲା ମୁନିଗୁଡ଼ା ବନାଞ୍ଚଳ ଓ ବନଖଣ୍ଡ ଅଧୀନ ପାତ୍ରଗୁଡ଼ା ଗାଁ ନିକଟ ସଂରକ୍ଷିତ ଶାଗୁଆନ ଜଙ୍ଗଲରେ ଶନିବାର ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଯୁବଗୋଷ୍ଠୀ ଏବଂ...

Advertisement
Archives

Model This Week