ଜେଟ୍‌ ଏୟାରଓ୍ବେଜ ନେଇ ମାଲ୍ୟାଙ୍କ ଅଭିଯୋଗ;ସରକାର ଘରୋଇ କମ୍ପାନୀଙ୍କ ପ୍ରତି ଭେଦଭାବ କରୁଛନ୍ତି

ନୂଆଦିଲ୍ଲୀ,୧୮-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯାଇଛି। କିଙ୍ଗଫିଶର ଏୟାରଲାଇନ୍ସର ପୂର୍ବତନ ମାଲିକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦୁଃଖ ବ୍ୟକ୍ତ କରିଛନ୍ତି। ଘରୋଇ ଏୟାରଲାଇନ୍ସକୁ ନେଇ କେନ୍ଦ୍ର ସରକାରଙ୍କ ଭେଦଭାବ ନୀତିକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ସରକାର କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ ୩୫ ହଜାର କୋଟି ଟଙ୍କା ଦେଇ ସହାୟତା କରିଥିବା ବେଳେ କିଙ୍ଗଫିଶର ଏୟାରଲାଇନ୍ସ ଏବଂ ଜେଟ୍‌ ଏୟାରଓ୍ବେଜକୁ ସଙ୍କଟରୁ ବାହାରି ଆସିବାରେ କୌଣସି ସହାୟତା କରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଜେଟ୍‌ ଏୟାରଓ୍ବେଜ ସଙ୍କଟକୁ ନେଇ ମାଲ୍ୟା ବୁଧବାର ଗୋଟିଏ ପରେ ଗୋଟିଏ ଟୁଇଟ କରିଥିଲେ। ସେ ଲେଖିଛନ୍ତି ଯେ, ଏକଦା କିଙ୍ଗଫିଶରର ବଡ଼ ପ୍ରତିଦ୍ୱନ୍ଦ୍ୱି ଥିଲା ଜେଟ୍‌। କିନ୍ତୁ ତାଙ୍କ ମନରେ ନରେଶ ଏବଂ ନୀତା(ଅନୀତା) ଗୋୟଲଙ୍କ ପ୍ରତି ସହାନୁଭୁତି ରହିଛି। ସେମାନେ ଜେଟ୍‌ ଏୟାରଓ୍ବେଜ ଛିଡା କରିଥିଲେ, ଯାହାକୁ ନେଇ ଭାରତ ଅତ୍ୟନ୍ତ ଗୌରବାନ୍ବିତ ହେବା କଥା।

ଏଭଳି ଏକ ଭଲ ଏୟାରଲାଇନ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ଏବଂ ଭଲ ସେବା ଯୋଗାଇ ଆସୁଛି। କିନ୍ତୁ ବର୍ତ୍ତମାନ ଏକ ବଡ଼ ଏୟାରଲାଇନର ବିଫଳତା ଦେଖି ତାଙ୍କୁ ଦୁଃଖ ଲାଗୁଛି। ଭାରତରେ ଏତେମାତ୍ରାରେ ଏୟାରଲାଇନ କମ୍ପାନୀ ଭୁଶୁଡି ପଡିବାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ପିଏସ୍‌ୟୁ ହେବା ଭେଦଭାବର ଆଧାର ହୋଇ ନ ପାରେ। ମାଲ୍ୟା କହିଛନ୍ତି ଯେ, ସେ କିଙ୍ଗଫିଶରରେ ବଡ଼ ଧରଣର ନିବେଶ କରିଥିଲେ। ଫଳରେ ଏହା ଖୁବଶୀଘ୍ର ଦେଶର ସର୍ବବୃହତ ତଥା ଭଲ ଏୟାରଲାଇନ ହୋଇପାରିଥିଲା। ଏହା ଠିକ୍‌ ଯେ, କମ୍ପାନୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇଥିଲା।

ସେ ଶତପ୍ରତିଶତ ଋଣ ଫେରସ୍ତ ଲାଗି ପ୍ରସ୍ତାବ ଦେଇଥିବା ବେଳେ ତାଙ୍କୁ ଅପରାଧି ଭାବେ ଚିହ୍ନିତ କରାଗଲା। ଏହାକୁ ସେ ‘ଏୟାରଲାଇନ କର୍ମ’ ବୋଲି ଅଭିହିତ କରିଥିଲେ। ସେ ଲେଖିଛନ୍ତି ଯେ, ବ୍ରିଟେନରେ ଅଥବା ଭାରତୀୟ ଜେଲ୍‌ରେ ରୁହନ୍ତୁ ନା କାହିଁକି ଋଣ ଫେରାଇବାକୁ ସେ ପ୍ରସ୍ତୁତ। ସୂଚନାଥାଉ କି, ଭାରତୀୟ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କା ଋଣ ନେଇ ଫେରସ୍ତ ନ କରିବା ଅଭିଯୋଗରେ ଲଣ୍ଡନରୁ ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ବ୍ରିଟେନ ସରକାର ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ମାଲ୍ୟା ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାଏର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri