ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବାକୁ ଆଗ୍ରହୀ ଥିବା ଜଣାପଡିଛି। ଅନ୍ୟପକ୍ଷରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଆର୍ଥିକ ସହାୟତା ପ୍ରଦାନ କରି ଏହାକୁ ଛିଡା କରିବା ଲାଗି ମଧ୍ୟ କମ୍ପାନୀ ବିଚାର କରୁଛି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶିତ ତଥ୍ୟକୁ ଭିତ୍ତି କରି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଯଦିଓ ଜେଟ୍‌ର ନିଲାମୀ ପ୍ରକ୍ରିୟାରେ ରିଲାଏନ୍ସ ଭାଗ ନେଇ ନାହିଁ, ତଥାପି ଏହା ଏଟିହାଦ ଏୟାରଓ୍ବେଜ ସହ ମିଶି ଜେଟ୍‌ର ଅଂଶଧନ କିଣିବାକୁ ଚାହୁଁଛି। ୟୁଏଇର ଏୟାରଲାଇନ୍ସ କମ୍ପାନୀ ଇତିମଧ୍ୟରେ ଜେଟ୍‌ର ନିଲାମୀ ପ୍ରକ୍ରିୟାରେ ଭାଗ ନେଇ ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଦାଖଲ କରିଛି। ପୂର୍ବରୁ ଏହି କମ୍ପାନୀ ଜେଟ୍‌ର ୨୪% ଅଂଶଧନ ମାଲିକ ହୋଇଥିବା ବେଳେ ଏଫଡିଆଇ ନିୟମ ଅନୁଯାୟୀ ଏହା ଅଟୋମେଟିକ ରୁଟ୍‌ ଜରିଆରେ ୪୯% ପର୍ଯ୍ୟନ୍ତ ଅଂଶଧନ ନେଇପାରିବ। ଏହି ନିୟମ ଅନୁଯାୟୀ, ଜଣେ ଏନ୍‌ଆର୍‌ଆଇ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ କିଣିପାରିବ। ତେବେ ୪୯ ପ୍ରତିଶତ ପରେ ଅଧିକ ଅଂଶଧନ କିଣିବାକୁ ହେଲେ ଏଟିହାଦକୁ କେନ୍ଦ୍ର ସରକାରଙ୍କଠାରୁ ପ୍ରାକ୍‌ ଅନୁମତି ନେବାକୁ ହେବ। ତେବେ ଏସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କୌଣସି ପ୍ରତିକ୍ରିୟା ଦେଇନାହିଁ। କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ଏୟାରଲାଇନ୍ସ ସେକ୍ଟରରେ ପାଦ ଥାପିବା ନେଇ କମ୍ପାନୀ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି। ସେବି ନିକଟରେ ଏ ସଂକ୍ରାନ୍ତରେ କମ୍ପାନୀ ପୂର୍ବରୁ ଜଣାଇବ। ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜେଟ୍‌କୁ ପାଣ୍ଠି ଯୋଗାଣ ନେଇ ଋଣପ୍ରଦାନକାରୀଙ୍କ ସହ ରିଲାଏନ୍ସର ଆଲୋଚନା ଜାରି ରହିଛି। ଏହି କାରଣରୁ ସମାଧାନରେ ବିଳମ୍ବ ହେଉଥିବାରୁ କମ୍ପାନୀ ମ୍ୟାନେଜମେଣ୍ଟ ଅଦିନରେ ଜେଟ୍‌କୁ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ପ୍ରତି ରିଲାଏନ୍ସର ପ୍ରୀତି ନେଇ ପ୍ରଶ୍ନ ହେବାରୁ ଅନ୍ୟ ଏକ ସୂତ୍ର କହିଛନ୍ତି ଯେ, ଏହାକୁ ନେଇ କମ୍ପାନୀ ବୋର୍ଡରେ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଉପରେ କମ୍ପାନୀ ଧ୍ୟାନ ଦେବ। ଆଗ୍ରହୀ କମ୍ପାନୀମାନେ ନିଷ୍ପତ୍ତି ନେବା ପାଇଁ ପର୍ଯ୍ୟାପ୍ତ ସମୟ ପାଇଥିବାରୁ ରିଲାଏନ୍ସ ସହ ଆଲୋଚନା ଧୀରଗତିରେ ଚାଲିଥିବା ସେ କହିଛନ୍ତି। ସୂଚନାଥାଉ କି, ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଗତବର୍ଷ ମାର୍ଚ୍ଚରେ ଏକ ଇନଫରମେଶନ ମେମୋରେଣ୍ଡନ ଜାରି କରିଥିଲେ। ତେବେ ବିଡ଼୍‌ ପାଇଁ କେହି ଆଗ୍ରହ ନ ଦେଖାଇବାରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିଗୋଷ୍ଠୀ ଏୟାର ଇଣ୍ଡିଆରୁ ୭୬ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିରୁ ଓହରିଯାଇଥିଲେ। ୨୦୧୭ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଉପରେ ୪୮,୭୮୧ କୋଟି ଟଙ୍କାର ଋଣ ଥିବା ବେଳେ ଏହା ହ୍ରାସ ପାଇଁ ସହଯୋଗୀ କମ୍ପାନୀ ଓ ସମ୍ପତ୍ତିକୁ ବିକ୍ରି ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଜେଟ୍‌ ଏୟାରଓ୍ବେଜ ଉପରେ ୮୪୧୪ କୋଟି ଟଙ୍କାର ଋଣ ରହିଛି।

ଟୁଇଟର ଜରିଆରେ ମିଳୁଛି ନିଯୁକ୍ତି ପ୍ରସ୍ତାବ
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ କର୍ମଚାରୀଙ୍କୁ ଏବେ ସୋସିଆଲ ମିଡିଆ ସାଇଟ ଟୁଇଟର ସାହାରା ହୋଇଛି। ଏହାରି ମାଧ୍ୟମରେ ଛୋଟ ବଡ଼ କମ୍ପାନୀମାନେ ଏବେ ଜେଟ୍‌ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତାବମାନ ପଠାଉଥିବା ଜଣାପଡିଛି। ଇତିମଧ୍ୟରେ ସ୍ପାଇଶଜେଟ୍‌ ସିଏମ୍‌ଡି ଅଜୟ ସିଂହ ୧୦୦ ପାଇଲଟ, ୨୦୦ରୁ ଅଧିକ କ୍ୟାବିନ କ୍ରୁ ଏବଂ ୨୦୦ରୁ ଅଧିକ ଟେକ୍ନିକାଲ -ଏୟାରପୋର୍ଟ ଷ୍ଟାଫ୍‌ଙ୍କୁ ଚାକିରି ଦେଇଛନ୍ତି।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କର୍ମଚାରୀ

ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଆର୍ଥିକ ସଙ୍କଟର ସାମ୍ନା କରୁଥିବା କମ୍ପାନୀର କର୍ମଚାରୀମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ବକେୟା ଦରମା ଏବଂ ଜରୁରୀ ପାଣ୍ଠି ପ୍ରଦାନ କରିବାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସହାୟତା କରନ୍ତୁ ବୋଲି ସେମାନେ ପତ୍ରରେ ଦର୍ଶାଇଛନ୍ତି। କମ୍ପାନୀ ବନ୍ଦ ହୋଇଯିବା ପରେ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଥିବା ବେଳେ ୩ ମାସ ହେବ ଦରମା ନ ପାଇ ସେମାନେ ଏବେ ପରିବାର ସହ ଡହଳବିକଳ ହେଉଥିବା ପତ୍ରରେ ଦର୍ଶାଇଛନ୍ତି। ଅନିଶ୍ଚିତ ଭବିଷ୍ୟତ ଭିତରେ ଜେଟ୍‌ର ୨ଟି ୟୁନିୟନ ସୋସାଇଟି ଫର୍‌ ଓ୍ବେଲଫେୟାର ଅଫ୍‌ ଇଣ୍ଡିଆନ ପାଇଲଟ୍ସ ଏବଂ ଜେଟ୍‌ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟର୍ସ ଓ୍ବେଲଫେୟାର ଆସୋସିଏଶନ ପତ୍ର ଲେଖି ବକେୟା ଦରମା ପ୍ରଦାନ କରିବାରେ ସହାୟତା କରନ୍ତୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

ନିର୍ବାଚନ ପୂର୍ବରୁ ‘ଫ୍ରିବିଜ୍, ରାଜ୍ୟଗୁଡ଼ିକୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର: ମାର୍ଚ୍ଚ ୩୧ ଡେଡ୍‌ଲାଇନ

ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍‌ଲାଇନ୍‌ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri