ଜେଏସ୍‌ଡବ୍ଲ୍ୟୁ ଅଫିସରେ ଭଙ୍ଗାରୁଜା: ୧୦ କୋର୍ଟଚାଲାଣ

ପାରାଦୀପ,୨୫ା୧୨(ସ୍ବ.ପ୍ର.): ସହରର ପ୍ରଶାସନିକ ଭବନ ନିକଟରେ ଥିବା ପାରାଦୀପ ଭବନରେ ମଙ୍ଗଳବାର ତୁମୁଳକାଣ୍ଡ ଘଟିଛି। ଭବନର ତୃତୀୟ ଓ ଚତୁର୍ଥ ମହଲାରେ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଏବଂ ଜେଏସ୍‌ଡବ୍ଲ୍ୟୁ ପୋର୍ଟ ଟର୍ମିନାଲ ଅଫିସରେ ସୋବୁ (ଷ୍ଟୁଡେଣ୍ଟ ଅରଗାନାଇଜେଶନ୍‌ ଅଫ୍‌ ବିଜୁ ପଟ୍ଟନାୟକ ୟୁନିଭରସିଟି)ସଙ୍ଗଠନର ସଦସ୍ୟମାନେ ଭଙ୍ଗାରୁଜା କରିଛନ୍ତି। ପ୍ରାୟ ୬୦ରୁ ୭୦ ଯୁବକ ଉକ୍ତ ଅଫିସରେ ପଶି କମ୍ପ୍ୟୁଟର, କାଚକାନ୍ଥ, ଟେବୁଲ, ଚେୟାର ଆଦି ଭାଙ୍ଗି ଦେଇଛନ୍ତି। ମାତ୍ର ୫ ମିନିଟ୍‌ ମଧ୍ୟରେ ଘଟିଥିବା ଏହି ତୁମୁଳକାଣ୍ଡlରେ ଦୁଇଟି ଅଫିସରେ ପ୍ରାୟ ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଛି। ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚତ୍ ୧୦ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଯୁଗଜ୍ୟୋତି ସ୍ବାଇଁ, ଶାରଦା ବେହେରା, ନୃସିଂହ ଚରଣ ସ୍ବାଇଁ, ମଣ୍ଟୁ ବରାଳ, ପୀତାମ୍ବର ଜେନା, ପଦୀପ ବାରିକ, ଲୋକନାଥ ଜେନା, ଶଶୀଭୂଷଣ ଦାସ, ସିପୁନ ନାୟକ ଓ ସମୀର ବର୍ମନ। ଜେଏସ୍‌ଡବ୍ଲ୍ୟୁ ଟର୍ମିନାଲ ପକ୍ଷରୁ ଆକାଶ ମଜୁମଦାରଙ୍କ ଅଭିଯୋଗ କ୍ରମେ ମାମଲା ନଂ-୨୨୭/୧୯ ଓ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ପକ୍ଷରୁ ଶୁଭାଷ ଚନ୍ଦ୍ର ପରିଡ଼ାଙ୍କ ଅଭିଯୋଗ କ୍ରମେ ମାମଲା ନଂ-୨୨୮/୧୯ ରୁଜୁ ହୋଇଛି। ଏହି ଘଟଣାପରେ କମ୍ପାନୀ କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି।
ସୋବୁ ସଂଗଠନ ଅକ୍ଟୋବର ୧୫ରେ ଜେଏସ୍‌ଡବ୍ଲ୍ୟୁ ଅଫିସ ଆଗରେ ନିଯୁକ୍ତି ଦାବି ନେଇ ସତ୍ୟାଗ୍ରହ କରିଥିଲା। ପରେ ସଂଗଠନର କର୍ମକର୍ତ୍ତା, କମ୍ପାନୀ ପ୍ରତିନିଧିଙ୍କୁ ନେଇ ସ୍ଥାନୀୟ ଏଡିଏମ୍‌ ଅଫିସରେ ଆଲୋଚନା ହୋଇଥିଲା ଏବଂ କମ୍ପାନୀରେ ନିଯୁକ୍ତି ସମ୍ପର୍କରେ ସୋବୁ ସଂଗଠନକୁ ଆଶ୍ୱାସନା ମିଳିଥିଲା। ଅର୍ଥାତ୍‌ ପ୍ରକଳ୍ପ ହେଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ମିଳିବ। ଏହି ଘଟଣା ୨ ମାସ ବିତିଥିଲେ ହେଁ ସୋବୁର କୌଣସି ସଦସ୍ୟଙ୍କୁ ନିଯୁକ୍ତି ନ ମିଳିବାରୁ ସେମାନେ ମଙ୍ଗଳବାର ଏପରି କରିଥିଲେ ବୋଲି କୁହାଯାଉଛି। ଏସମ୍ପର୍କରେ ସୋବୁର ପରାମର୍ଶଦାତା ପ୍ରତାପ ମିଶ୍ରଙ୍କୁ ପଚାରିବାରେ ସେ କହିଥିଲେ, ପିଲାମାନେ ଯାହା କରିଛନ୍ତି ତାହା ଗ୍ରହଣୀୟ ନୁହେଁ। କୌଣସି ମତେ ସମ୍ପତ୍ତି କ୍ଷତି କରିବା ଏବଂ ଆଇନକୁ ହାତକୁ ନେବା ଠିକ୍‌ ହୋଇନାହିଁ। କିନ୍ତୁ କମ୍ପାନୀ ମଧ୍ୟ ଠିକ୍‌ କରିନାହିଁ। ଜେଏସ୍‌ଡବ୍ଲ୍ୟୁ ପୋର୍ଟର ସ୍ଥାନୀୟ ପରିଚାଳକ ରଜତ ନାୟକ କହିଛନ୍ତି, ଏ ବିଷୟରେ ଆମ କମ୍ପାନୀର ଲ ସେକ୍ସନ୍‌ ଦେଖୁଛି। ବାକି ପୋଲିସ ପ୍ରଶାସନ ଯାହା କରିବ। ଥାନାଧିକାରୀ ରଜନୀକାନ୍ତ ସାମଲ କହିଛନ୍ତି, ସେମାନଙ୍କର ଯାହା କିଛି ଦାବି ଥିଲା ସେମାନେ ଉପଯୁକ୍ତ ବିଧି ବ୍ୟବସ୍ଥାରେ ଆଲୋଚନା କରିପାରିଥାନ୍ତେ। କିନ୍ତୁ ଆଇନକୁ ହାତକୁ ନେଇଥିବାରୁ ଆଇନ ତା ବାଟରେ ଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri