Posted inଜାତୀୟ

ଜୁଲାଇ ୫ରେ ବଜେଟ୍‌: ୨ ସପ୍ତାହ ପୂର୍ବରୁ ହାଲୁଓ୍ବା ରନ୍ଧା

ନୂଆଦିଲ୍ଲୀ,୨୨।୬: ଜୁଲାଇ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦରେ ବଜେଟ ଆଗତ କରିବେ। ଏହାର ୨ ସପ୍ତାହ ପୂର୍ବରୁ ଶନିବାର ପାରମ୍ପରିକ ହାଲୁଓ୍ବା ରନ୍ଧା ଉତ୍ସବ ଅନୁଷ୍ଠିତ ହେବ। ଏହାପରେ ବଜେଟ୍‌ ସମ୍ପର୍କିତ ଜରୁରୀ କାଗଜପତ୍ର ପ୍ରିଣ୍ଟିଂ ପାଇଁ ପଠାଯିବ। ସେଥିଲାଗି ଏହି ଉତ୍ସବର ଆୟୋଜନ କରାଯାଇଥାଏ। ଏହି ଉତ୍ସବରେ ଅର୍ଥମନ୍ତ୍ରଣାଳୟରେ ଏକ ବଡ଼ କଡ଼େଇରେ ହାଲୁଓ୍ବା ରନ୍ଧା ଯାଇଥାଏ। ଏହାକୁ ବଜେଟ୍‌ ପ୍ରସ୍ତୁତିରେ ନିୟୋଜିତ ଥିବା କର୍ମଚାରୀମାନେ ଅର୍ଥମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ତିଆରି କରିଥାନ୍ତି। ହାଲୁଓ୍ବା ତିଆରି ହେବା ପରେ ଏହାକୁ ପ୍ରାୟ ଶହେ ଜଣ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଇଥାଏ। ଭାରତୀୟ ପରମ୍ପରାରେ ଶୁଭକାର୍ଯ୍ୟ ପୂର୍ବରୁ ହାଲୁଓ୍ବା ଅଥବା ମିଠା ଦ୍ରବ୍ୟ ବଣ୍ଟନ କରାଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥାଏ। ବଜେଟ୍‌ କାଗଜପତ୍ର ପ୍ରିଣ୍ଟିଂ ନ ସରିବା ପର୍ଯ୍ୟନ୍ତ ଏହା ସହିତ ସମ୍ପୃକ୍ତ ଥିବା କର୍ମଚାରୀଙ୍କୁ ନଜରବନ୍ଦୀ ଭାବେ ରଖାଯାଇଥାଏ। କୌଣସି ବାହାର ଲୋକଙ୍କ ସହିତ ତାଙ୍କର ସାକ୍ଷାତ୍‌ ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଚାଲିଛି ଶିଶୁ ହତ୍ୟା: ରାବ୍ରୀ

ପାଟନା,୧୮।୬: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶାସନରେ ଶିଶୁ ହତ୍ୟା ଚାଲିଛି ବୋଲି ଆର୍‌ଜେଡି ପକ୍ଷରୁ ରାବ୍ରୀ ଦେବୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟ ସେବା...

ତୃତୀୟ ପର୍ଯ୍ୟାୟରେ କୋହଳ

ନୂଆଦିଲ୍ଲୀ,୩।୫(ପି.ଟି.): ଦୀର୍ଘ ୪୦ ଦିନ ଧରି ଦେଶରେ ଲକ୍‌ଡାଉନ ଜାରି ରହିବା ସତ୍ତ୍ୱେ କରୋନା ସଂକ୍ରମଣ କମିନାହିଁ। ଲକ୍‌ଡାଉନ ଉଠାଇଦେଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ...

ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ,୧୯ା୭: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଥିବାବେଳେ ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) ଅନୁଭବ କରୁଛି।...

ମୃତ ମେଡିକାଲ ଛାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୧।୩: ୟୁକ୍ରେନରେ ପ୍ରାଣ ହରାଇଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡାରଙ୍କ ମୃତଦେହ ସୋମବାର ଭାରତରେ ପହଞ୍ଚିଛି। ଭାରତ ସରକାରଙ୍କ ଅପରେଶନ ଗଙ୍ଗା ମାଧ୍ୟମରେ...

ବିଦେଶରୁ ଫେରିବେ ଭାରତୀୟ

ନୂଆଦିଲ୍ଲୀ,୨୬।୪: ମାର୍ଚ୍ଚ ୨୨ରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି। ଫଳରେ ଅନେକ ଭାରତୀୟ ଫେରି ନ ପାରି ବିଭିନ୍ନ ଦେଶରେ ଅଟକି ରହିଛନ୍ତି। ଲକ୍‌ଡାଉନ...

ଚାଇନା ସୀମା ବିବାଦ: ଉତ୍ତରରେ ଶତ୍ରୁକୁ କଡା ଜବାବ ଦେବ ମିଗ୍‌-୨୯କେ

ନୂଆଦିଲ୍ଲୀ,୨୧।୭: ଭାରତ-ଚାଇନା ସୀମା ବିବାଦ ଦିନକୁ ଦିନ ବଢି ଚାଲିଥିବା ବେଳେ ସୀମାରେ ବି ନିଜର ଶକ୍ତି ବୃଦ୍ଧିରେ ଲାଗିଛି ଭାରତୀୟ ନୌସେନା। ଏବେ ଭାରତୀୟ...

ନୂଆ ମୋଟର ଯାନ ନିୟମ ଅନୁଯାୟୀ ଚାଲାଣ କାଟିବାରୁ ବଞ୍ଚାଇ ପାରିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ,୪।୯: ଚଳିତ ମାସ ଆରମ୍ଭରୁ ନୂଆ ମୋଟର ଯାନ ନିୟମ ଲାଗୁ ହୋଇଥିବା ବେଳେ ଏବେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ...

୩୧ରେ ୧୩ ରାଜ୍ୟ ସଭା ଆସନ ଲାଗି ଭୋଟ

ନୂଆଦିଲ୍ଲୀ,୮।୩: ଆସନ୍ତା ଏପ୍ରିଲରେ ୬ ରାଜ୍ୟରୁ ୧୩ ରାଜ୍ୟ ସଭା ଆସନ ଖାଲି ହେବାକୁ ଥିବାବେଳେ ଏଥିପାର୍ଇ ମାର୍ଚ୍ଚ ୩୧ରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର...

Advertisement
Archives

Model This Week