Posted inଖେଳ

ଜୁନ୍‌ ୧୭ରୁ ପୁଣି ଆରମ୍ଭ ହେବ ପ୍ରିମିୟର ଲିଗ୍‌

ଲଣ୍ଡନ, ୨୯।୫(ଏଏଫ୍‌ପି): ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ପ୍ରତିଯୋଗିତା ପ୍ରିମିୟର ଲିଗ୍‌ ଜୁନ୍‌ ୧୭ ତାରିଖରୁ ପୁଣି ଆରମ୍ଭ ହେବ। ଇଂଲିଶ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଭାବେ ଜଣାଶୁଣା ଥିବା ଏହି ଫୁଟବଲ ପ୍ରତିଯୋଗିତା କରୋନା ଭାଇରସ୍‌ ମହାମାରୀ କାରଣରୁ ସ୍ଥଗିତ ଥିଲା। ସବୁ ୨୦ଟି କ୍ଲବ୍‌ ସର୍ବସମ୍ମତି କ୍ରମେ ଲିଗ୍‌ ପୁଣି ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଏଥିପାଇଁ ଟ୍ରେନିଂକୁ ଫେରିବାକୁ ମଧ୍ୟ ରାଜି ହୋଇଛନ୍ତି। ଲିଗ୍‌ରେ ବାକିଥିବା ୯୨ ମ୍ୟାଚ୍‌ର ସିଧା ପ୍ରସାରଣ ୟୁନାଇଟେଡ କିଙ୍ଗଡମ୍‌ରେ କରାଯିବ। ପ୍ରିମିୟର ଲିଗ୍‌କୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା ବିଭିନ୍ନ ପାରିପାର୍ଶ୍ୱକ ପରିସ୍ଥିତି ଉପରେ ନିର୍ଭର କରେ। ସ୍ବାସ୍ଥ୍ୟ ଓ ନିରାପତ୍ତା ନେଇ ସବୁ କିଛି ଠିକ୍‌ଠାକ ନ ହେଲା ପର୍ଯ୍ୟନ୍ତ କିଛି କହିହେବ ନାହିଁ ବୋଲି ପ୍ରିମିୟର ଲିଗ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ମାଷ୍ଟର୍ସ କହିଛନ୍ତି।
ପ୍ରଥମ ଦୁଇଟି ମ୍ୟାଚ୍‌ରେ ଆଷ୍ଟନ ଭିଲା ଓ ସେଫିଲ୍ଡ ୟୁନାଇଟେଡ, ମାଞ୍ଚେଷ୍ଟର ସିଟି ଓ ଆର୍ସେନାଲ ପରସ୍ପରକୁ ଭେଟିବେ। ଜୁନ ୧୯ରୁ ୨୧ ତାରିଖ ମଧ୍ୟରେ ଏକ ପୂର୍ଣ୍ଣ କାର୍ଯ୍ୟସୂଚୀ ଅନୁଯାୟୀ ମ୍ୟାଚ ଆୟୋଜନ ହେବ। ପ୍ରିମିୟର ଲିଗ୍‌ରେ ୨, ୭୫୨ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିବା ବେଳେ ୧୨ଜଣ ପଜିଟିଭ୍‌ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ ଘଟଣା: ଧରାପଡ଼ିଲେ ଅଭିଯୁକ୍ତ, ସମ୍ବଲପୁରର ଭଡ଼ା ଘରୁ ମହିଳାଙ୍କୁ…

ବଲାଙ୍ଗୀର/ତରଭା,୨୪।୨(ସୁନୀଲ ମହାନ୍ତି/ମାନଭଞ୍ଜନ ମିଶ୍ର): ବହୁଚର୍ଚ୍ଚିତ ବନ୍ଧୁକ ଦେଖାଇ ନବବଧୂ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ତରଭା ପୋଲିସ।  ସୋନପୁର ଏସ୍‌ପି ନାରାୟଣ ନାୟକ ଖବରଦାତା ସମ୍ମିଳନୀ କରି…

ଅର୍ଥମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଏଥିପାଇଁ ବଢୁଛି ସୁନାରୂପା ରେଟ! ଆଗାମୀ ଦିନରେ….

ନୂଆଦିଲ୍‌ଲୀ,୨୪।୨: ବିଶ୍ୱ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ଘଟୁଛି । ବିଶେଷକରି ସମ୍ପ୍ରତି ସୁନାର ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଯାହାର କାରଣ କହିଛନ୍ତି ଅର୍ଥମନ୍ତ୍ରୀ…

କୃଷକଙ୍କୁ ବଡ଼ ଭେଟି ଦେଲେ ମୋଦି ସରକାର ! ଏହି ଫସଲ ଉପରେ କୁଇଣ୍ଟାଲ ପିଛା ୨୭୫ ଟଙ୍କା MSP ବଢ଼ାଇଲେ…

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ୨୦୨୬-୨୭ ମାର୍କେଟିଂ ସିଜନ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ ମଞ୍ଜୁରୀ…

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

Kerala Name Change: ନାଁ ବଦଳିଲେ ଖର୍ଚ୍ଚ ହେବ ଏତେ କୋଟି! ଶୁଣିଲେ ଉଡିବ ହୋସ୍‌

ନୂଆଦିଲ୍‌ଲୀ,୨୪।୨: କେନ୍ଦ୍ର କ୍ୟାବିନେଟ କେରଳର ନାମ ଆନୁଷ୍ଠାନିକ ଭାବରେ କେରଳମ କରିବା ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରସ୍ତାବକୁ ସମ୍ପ୍ରତି ମଞ୍ଜୁରୀ ଦେଇଛି। ରାଜ୍ୟ…

ଜୁନାଗଡ଼ ସହରରେ ମିଳୁଛି ନକଲି ବିଦେଶୀ ମଦ: ଗିରଫ ୨ ଅଭିଯୁକ୍ତ ନା ମାଷ୍ଟ୍ରର ମାଇଣ୍ଡ କିଏ

ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): ସାବଧାନ ଜୁନାଗଡ଼ ସହରରେ ମିଳୁଛି ନକଲି ମଦ। ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ଚଢ଼ାଉ ସମୟରେ ବାହାରିଛି ଏହି ନକଲି ଦେଶୀ ମଦ।…

ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରଥମ କାଳବୈଶାଖୀ: ଅଧାରେ ଅଟକିଲା ବାଳି ବଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧକ ସାଜିଲା ବର୍ଷା

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ ୨୩ |୨(ଅରୁଣ ସାହୁ/ମନୋରଞ୍ଜନ ରଣା ): ଶୀତ ଦିନ ପରେ ଧୀରେଧୀରେ ପାଗରେ ପରିବର୍ତ୍ତନ ସହ ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିଲା ମଙ୍ଗଳବାର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri