Posted inରାଜ୍ୟ

ଜୁନ୍‌ ପହିଲାରୁ ଚାଲିବ ବସ୍‌

ଭୁବନେଶ୍ୱର, ୨୭ା୫(ବ୍ୟୁରୋ): ରାଜ୍ୟ ସରକାର ଘରୋଇ ବସ୍‌ ଉପରୁ ୩ ମାସର ଟିକସ ଛାଡ କରିଛନ୍ତି। ଏପ୍ରିଲ, ମେ ଏବଂ ଜୁନ୍‌ ମାସର ଟିକସ ବସ୍‌ମାଲିକଙ୍କୁ ଦେବାକୁ ପଡ଼ିବ ନାହିଁ। ରାଜ୍ୟରେ ବସ୍‌ ଚଳାଚଳକୁ ସ୍ବାଭାବିକ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ରାଜ୍ୟ ସରକାର ଏବଂ ବସ୍‌ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ଆଲୋଚନା ହୋଇଥିଲା। ଏଥିରେ ସଂଘ ପୂର୍ବରୁ କରିଥିବା ୬ ଦଫା ଦାବି ପୂରଣ ପ୍ରସ୍ତାବ ଦେଇଥିଲା। ସେଥିରୁ ସରକାର ଗୋଟିଏ ଦାବି ପୂରଣ କରିଛନ୍ତି। ଅନ୍ୟ ଦାବିଗୁଡିକ ସମ୍ପର୍କରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଯେତିକି ସିଟ୍‌ ସେତିକି ଯାତ୍ରୀ ନେବା ଦ୍ୱାରା ବସ୍‌ମାଲିକମାନେ କ୍ଷତି ସହିବେ। ସରକାର ଏ ଦିଗରେ କୋହଳ ମନୋଭାବ ପୋଷଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଆଲୋଚନା ସକାରାତ୍ମକ ରହିଛି ବୋଲି ଉଭୟ ସରକାର ଓ ସଂଘ ପକ୍ଷରୁ କୁହାଯାଇଛି। ରାଜ୍ୟ ସଂଘର ସାଧାରଣ ପରିଷଦ ବୈଠକ ବୁଧବାର ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଆଞ୍ଚଳିକ ବସ୍‌ ମାଲିକ ସଂଘଗୁଡିକ ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ଜୁନ୍‌ ପହିଲାରୁ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଭୁବନେଶ୍ୱର ଓ କଟକରେ ମୋ ବ୍‌ସ ଚଳାଚଳ ସ୍ବାଭାବିକ ହୋଇଛି। ସକାଳ ୭ଟାର ମୋ ବସ୍‌ କଟକ, ଖୋର୍ଦ୍ଧା ଏବଂ ଅନ୍ୟାନ୍ୟ ସ୍ଥାନକୁ ଚଳାଚଳ କରିଛି। ତେବେ ପୂର୍ବଭଳି ବସ୍‌ଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ନାଁରେ ଲୁଟୁଥିଲେ ୩ଭଉଣୀ,ଭାଇ

ଝାରସୁଗୁଡ଼ା ଅଫିସ,୨୫ା୧୦: ସହଜ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର ପାଇଁ ୩ ଭଉଣୀଭାଇ ରଚିଥିଲେ ଯୋଜନା। ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ...

ହାଟଡ଼ିହୀରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟଣା: ହଦଗଡ଼ ଫରେଷ୍ଟ ଅଫିସ ଘେରାଉ କଲେ ଅଞ୍ଚଳବାସୀ, ବ୍ୟାପକ ଭଙ୍ଗାରୁଜା

ହାଟଡିହୀ, ୧୮।୫(ସ୍ବ.ପ୍ର.)- କେନ୍ଦୁଝର ଜିଲା ହାଟଡ଼ିହୀ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜ ପ୍ରତିବାଦରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଶନିବାର ହଦଗଡ଼ ଫରେଷ୍ଟ ଅଫିସ ଘେରାଉ...

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୦୬୨କୁ ବୃଦ୍ଧି ପାଇଛି। ୭ ମୃତକଙ୍କ...

ଭୂତଳ ଜଳ ଶୋଷୁଛି ରାମ୍‌କୋ ସିମେଣ୍ଟ

ଯାଜପୁର ଅଫିସ,୮ା୪: ୨୦୧୮ ଅଗଷ୍ଟରେ ଜଳ ସମ୍ପଦ ବିଭାଗର ଚିଫ୍‌ ଇଞ୍ଜିନିୟର ରାମ୍‌କୋ ସିମେଣ୍ଟ କାରଖାନାକୁ କେବଳ ନିର୍ମାଣ ଏବଂ ପାନୀୟ ଜଳ ଉଦ୍ଦେଶ୍ୟରେ ଦୈନିକ...

ଘରୁ ଗୋଡ କାଢିଲେ, କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା ଅଫିସ,୪ ।୪ : ରାଜ୍ୟରେ କୋଭିଡ19 ଆକ୍ରାନ୍ତଙ୍କ ସଂଖ୍ଯା 20ରେ ପହଞ୍ଚିଛି। ସରକାର ଟୁଇନ ସିଟି ସମେତ ଭଦ୍ରକକୁ 48ଘଣ୍ଟା ଲାଗି ସମ୍ପଣ୍ଣ ସଟଡାଉନ...

ଯନ୍ତ୍ରଣା ଦେଉଛି ଜାତୀୟ ରାଜପଥ

ଭୁବନ, ୨୩।୯(ଡି.ଏନ.ଏ.) ସୁବ୍ୟବସ୍ଥିତ ସଡ଼କପଥ ଉପରେ ନିର୍ଭର କରେ ଅଞ୍ଚଳର ବିକାଶ। ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲା ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ଜାତୀୟ ରାଜପଥ...

ଜମି ଦୁର୍ନୀତି ଗନ୍ତାଘର ପାଲଟିଛି କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩ା୯: କେନ୍ଦ୍ରାପଡ଼ା ଜିଲା ଜମି ଦୁର୍ନୀତିର ଗନ୍ତାଘର ପାଲଟିଛି। ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ତୋରେହୀ ଗ୍ରାମର ୨ ଏକର ସରକାରୀ ଜମିକୁ ଜଣେ...

ପରଲୋକରେ ମନୋଜ ପଣ୍ଡା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ତଥା ଲେଖକ ମନୋଜ କୁମାର ପଣ୍ଡାଙ୍କର ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା...

Advertisement
Archives

Model This Week