ଜୀବିକା ଉପରେ କରୋନା ପାହାର: ସଙ୍କଟରେ ପଥର ଶିଳ୍ପୀ

କେନ୍ଦୁଝର, ୧୭ା୫ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସମଗ୍ର ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କାମଧନ୍ଦା ସବୁ ଠପ୍‌ ହୋଇଯିବାରୁ ଶ୍ରମିକ, କାରିଗର ଶ୍ରେଣୀର ଲୋକଙ୍କ ଜୀବିକା ଉପରେ ଏହାର ପ୍ରଭାବ ପଡିଛି। ଦିନକୁ ଦୁଇ ଓଳି ଖାଇବା ମଧ୍ୟ ସେମାନଙ୍କ ପାଇଁ କଷ୍ଟକର ହୋଇପଡିଲାଣି। ଏଭଳି ଦୁର୍ଦ୍ଦିନ ମଧ୍ୟରେ ରହିଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଧକୋଠା ଗ୍ରାମର ପଥରଶିଳ୍ପୀଙ୍କ ପରିବାର। ମୁଣ୍ଡ ଝାଳ ତୁଣ୍ଡରେ ମାରି ନିହାଣ ମୁନରେ ନିର୍ଜୀବ ପଥରକୁ ଜୀବନ୍ତ ରୂପ ଦେଉଥିବା ଏହି ପରିବାର ଉପରେ ପଡିଛି କରୋନା ପାହାର। ମୂର୍ତ୍ତି ତିଆରି କରି ବିକିଲେ ସେମାନଙ୍କ ପରିବାର ଚଳେ। ମୂର୍ତ୍ତି ବିକ୍ରି ବନ୍ଦ ହୋଇଯାଇଥିବାରୁ ଶିଳ୍ପୀମାନଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ହୋଇପଡିଛି ।
ବହୁବର୍ଷ ଧରି ଏହି ଗ୍ରାମର ଲୋକମାନେ ପଥର ଖନନ କରି ମୂର୍ତ୍ତି ଗଢି ତାହାକୁ ବିକି ଚଳି ଆସୁଛନ୍ତି। ୧୯୮୦ ମସିହାରେ ଏହି ପଥର କାମକୁ ମାନ୍ୟତା ମିଳିଥିଲା । ସେମାନେ ସୋସାଇଟି କରି ପଥର ମୂର୍ତ୍ତି ଗଢ଼ି ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ। ପରବର୍ତ୍ତୀ ସମୟରେ ପଥର ଅଭାବରୁ ସେମାନଙ୍କ ଜୀବିକା କ୍ଷତିଗ୍ରସ୍ତ ହୋଇଥିଲା । ଖଣି ଲିଜ ସମସ୍ୟା ଓ ପଥର ଉପରେ କଟକଣା ଆଦି କାରଣରୁ ଏଭଳି ସମସ୍ୟା ଦେଖାଦେଇଥିଲେ ହେଁ ସେମାନେ ପୁରୁଣା ବୃତ୍ତିକୁ ଛାଡି ପାରି ନ ଥିଲେ। ପଥରରେ ବିଭିନ୍ନ ଦେବଦେବୀ, ମହାପୁରୁଷଙ୍କ ମୂର୍ତ୍ତି ତଥା ପ୍ରତିମୂର୍ତ୍ତି ଗଢ଼ିବା ସହ ମନ୍ଦିର କାରୁକାର୍ଯ୍ୟ, ତୋରଣ ଆଦି ଗଢିଥାନ୍ତି। ବାହାରକୁ ଯାଇ ଅନେକ ବଡ଼ ବଡ଼ ହୋଟେଲ, ବଙ୍ଗଳା ଆଦିରେ ସୌନ୍ଦର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଓ ସୌଖୀନ ସାମଗ୍ରୀ ନିର୍ମାଣ ମଧ୍ୟ କରିଥାନ୍ତି। ବହୁ ଶିଳ୍ପୀ ବାହାର ରାଜ୍ୟରେ ସେମାନଙ୍କ ପାରଦର୍ଶିତା ଦେଖାଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ ଉକ୍ତ ଗ୍ରାମକୁ ଯାଇ ବିଭିନ୍ନ ମୂର୍ତ୍ତିକୁ କିଣି ନେଇଥାନ୍ତି। ଲକ୍‌ଡାଉନ୍‌ ପାଇଁ ଗମନାଗମନ ଉପରେ ରୋକ ଲାଗିଥିବାରୁ ମୂର୍ତ୍ତି ବାହାରକୁ ନେଇ ବିକିବା ସମ୍ଭବ ହୋଇପାରୁନାହିଁ। ଫଳରେ ବହୁ କଷ୍ଟରେ ଚଳିବାକୁ ପଡୁଛି ବୋଲି କୁହନ୍ତି ଶିଳ୍ପୀ ଗଣେଶ୍ୱର ପଲେଇ। ମୂର୍ତ୍ତି ଗଢି ହାତ ବାନ୍ଧି ବସିଛୁ । କିଛି ସରକାରୀ ସହାୟତା ମିଳିଲେ ଉପକୃତ ହୋଇ ପାରନ୍ତୁ ବୋଲି କୁହନ୍ତି ଶିଳ୍ପୀ ସୁବାସ ଖିଲାର। ଏ ସମ୍ପର୍କରେ ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର ସାହୁ କହିଛନ୍ତି ଯେ, ସେମାନଙ୍କୁ ଆର୍ଥିକ ସହାୟତା ପାଇଁ କୌଣସି ସରକାରୀ ଘୋଷଣା ହୋଇନାହିଁ । ଆସିଲେ ସେମାନଙ୍କୁ ସହାୟତା ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri