ଜୀବନ ପାଇଁ ବଦଳିଛି ଜୀବିକା: ଭୋକ, ଭୟର ଦୋଛକିରେ ମଣିଷ

ବିଶ୍ୱରେ ବିଚିତ୍ର ସ୍ଥିତି ସୃଷ୍ଟି କରିଛି କରୋନା। ଭୂତାଣୁ ସଂକ୍ରମଣରେ ଭୟଭୀତ ମଣିଷ। ପ୍ରତିଦିନ ଗଡୁଛି ମୁଣ୍ଡ। ବଢୁଛି ଆତଙ୍କ। ଏଥିରେ ପ୍ରଭାବିତ ହୋଇଛି ଜୀବନ ସାଙ୍ଗକୁ ଜୀବିକା। କରୋନା ଛଡ଼ାଇ ନେଇଛି ଅନେକଙ୍କ ହାତରୁ ରୋଜଗାର। ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ଅଣସଙ୍ଗଠିତ କ୍ଷେତ୍ରର ମେହନତି ମଣିଷ। ଭୋକ ଓ ଭୟର ଦୋଛକିରେ ଛିଡ଼ା ହୋଇଛି ମଣିଷ ଖୋଜୁଛି ବଞ୍ଚତ୍ବାର ସାଧନ। ଏସବୁ ଭିତରେ ସମୟର ଆହ୍ବାନକୁ ସମ୍ମାନ ଜଣାଇ ପେଟ ପାଇଁ ଆରମ୍ଭ ହୋଇଛି ପରିବର୍ତ୍ତନ। ଲକ୍‌ଡାଉନ୍‌ରେ ଜୀବନ ଚିନ୍ତାରେ ବୃତ୍ତି ବଦଳାଇଥିବା ଏଭଳି କେତେଜଣଙ୍କୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା…

-ରିପୋର୍ଟ: ଦୀନେଶ ଦାସ, ଓଡ଼ାପଡ଼ା

ସାଇକେଲ ଦୋକାନରେ ପଡ଼ିଛି ତାଲା

କଣ୍ଟାବଣିଆ ବଜାରରେ ସାଇକେଲ ମରାମତି ଦୋକାନ କରି ଚଳୁଥିଲି। କରୋନା କଟକଣା ପାଇଁ ପ୍ରାୟ ୨ମାସ ହେଲା ଦୋକାନ ବନ୍ଦ। ଘରେ ବାପା, ମାଆ, ସ୍ତ୍ରୀ ଓ ୨ ପୁଅଙ୍କୁ ନେଇ ୬ ପ୍ରାଣୀ କୁଟୁମ୍ବ। ହାତ ବାନ୍ଧି ବସି ରହିଲେ ସମସ୍ତେ ଓପାସ ରହିବେ। ତେଣୁ ପେଟ ପାଇଁ ଜୀବିକା ବଦଳେଇବାକୁ ପଡ଼ିଲା। କିଛିଦିନ ହେବ କଣ୍ଟାବଣିଆ ବଜାରରେ ବସି ପରିବା ବିକ୍ରି କରୁଛି। ସାଇକେଲ ମରାମତି କାମରୁ ଦିନକୁ ୫ଶହ ଟଙ୍କା ଯାଏ ରୋଜଗାର ହେଉଥିଲା। ଏବେ ପରିବା ବ୍ୟବସାୟରୁ କେବେ ୨ଶହ ତ ଆଉ କେବେ ୩ଶହ ଟଙ୍କା ହେଉଛି। ଦିନେ ଦିନେ ପରିବା ନଷ୍ଟ ହୋଇଯିବାରୁ ମୂଳ ବି ହାତରୁ ଯାଉଛି। ବଡ଼ କଷ୍ଟରେ ଚଳିବାକୁ ପଡୁଛି।
-ପ୍ରଦୀପ ସାହୁ, କଣ୍ଟାବଣିଆ

 

ଫାଷ୍ଟଫୁଡ୍‌ ବନ୍ଦ, ଶାଗ ସାହା

ରୋଜଗାର ଆଶାରେ କିଛି ବର୍ଷ ହେଲା ବାଲେଶ୍ୱରରୁ କଣ୍ଟାବଣିଆ ଆସିଥିଲି। କଣ୍ଟାବଣିଆ ବଜାରରେ ଫାଷ୍ଟଫୁଡ୍‌ ଦୋକାନଟିଏ ଦେଇ ରୋଜଗାର କରିବା ସହ ଅନୁଗୋଳ ଜିଲା ଗିରାଙ୍ଗରେ ସ୍ତ୍ରୀପୁଅକୁ ନେଇ ଭଡ଼ାରେ ରହୁଥିଲି। ଆଗରୁ ସବୁ ଠିକ୍‌ ଥିଲା। ହେଲେ କରୋନା ଆସିବା ଦିନରୁ ସବୁ ଏପଟ ସେପଟ ହେଇଯାଇଛି। ଫାଷ୍ଟଫୁଡ୍‌ ଦୋକାନ ବନ୍ଦ। ୨ମାସ ହେଲା ଘରଭଡ଼ା ବି ଦେଇନି। ତା’ ସାଙ୍ଗକୁ ପେଟ ଚିନ୍ତା। ତେଣୁ ବାଧ୍ୟ ହୋଇ ଶାଗ, ପରିବା ବିକୁଛି। ଏଥିରେ ପରିବାର ଚଳୁଛି। ଫାଷ୍ଟଫୁଡ୍‌ ଦୋକାନରୁ ଦିନକୁ ୫୦୦ରୁ ୬୦୦ଟଙ୍କା ବାହାରେ। ଏବେ ଶାଗ, ପରିବାରୁ ୩୦୦ଟଙ୍କା ହେବା ବି ମୁସ୍କିଲ। ଉଠା ଦୋକାନୀଙ୍କ ପାଇଁ ସରକାର ସହଯୋଗ କଲେ ଅନେକ ପରିବାର ବଞ୍ଚତ୍ୟାଆନ୍ତେ।
-ପଞ୍ଚାନନ ପାତ୍ର, ବାଲେଶ୍ୱର

 

ପାନ ବଦଳରେ ପରିବା ବେପାର

ବାପା ନାହାନ୍ତି। ପରିବାର କହିଲେ ମୁଁ, ମା’ ଆଉ ସାନ ଭାଇ। ପୂରା ଘରର ବୋଝ ମୋ’ ମୁଣ୍ଡରେ। ଆଗରୁ କଣ୍ଟାବଣିଆ ବଜାରରେ ପାନ ଦୋକାନଟିଏ ଦେଇଥିଲି। ସେଇଥିରୁ ଯାହା ମିଳେ ପରିବାର ଚଳେ। କରୋନା ଯୋଗୁ ସରକାର ଦୋକାନ ବନ୍ଦ କରିବାକୁ କହିଛନ୍ତି। ତେଣୁ ୨ମାସ ହେଲା ଦୋକାନ ବନ୍ଦ। କେମିତି ପେଟ ପୋଷିବୁ ଭାବି ବଜାରରେ ବସି ପରିବା ବିକୁଛି। ସେଇଥିରୁ ଯାହା ୨୦୦-୩୦୦ଟଙ୍କା ମିଳୁଛି, ସେଥିରେ କଷ୍ଟେ ମଷ୍ଟେ ପରିବାର ଚଳାଉଛି। ଆଗକୁ କ’ଣ ହବ କିଛି ଜଣାନାହିଁ। ଲକ୍‌ଡାଉନ୍‌ ଖୋଲିଲେ ପାନ ଦୋକାନ ସହ ପରିବା ବ୍ୟବସାୟ କରିବି ବୋଲି ଭାବିଛି।

-ସଞ୍ଜିତ ସାହୁ, କଣ୍ଟାବଣିଆ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri