ଜୀବନବିନ୍ଦୁରେ ୩୦ୟୁନିଟ୍‌ ରକ୍ତ ସଂଗ୍ରହ: ୨ ପରିବାରରୁ ୬ଜଣ କଲେ ରକ୍ତଦାନ

କେନ୍ଦୁଝର, ୨୬ା୪(ଡି.ଏନ.ଏ.)-ପବିତ୍ର ଅକ୍ଷୟତୃତୀୟା ଅବସରରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୩୦ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଦୁଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମୁଖ୍ୟଙ୍କ ପରିବାରରୁ ୩ଜଣ ଲେଖାଏ ୬ଜଣ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ଧରିତ୍ରୀ ମହାନ୍ତ, ତାଙ୍କ ସ୍ବାମୀ ମଧୁସୂଦନ ମହାନ୍ତ ଓ ଜ୍ୱାଇଁ ଅଜିତ ମହାନ୍ତ ରକ୍ତଦାନ କରିଥିବା ବେଳେ କବିତା ମହାକୁଡ, ତାଙ୍କ ଝିଅ ପଙ୍କଜିନୀ ମହାକୁଡ ଓ ଜ୍ୱାଇଁ କମଳଲୋଚନ ମହାକୁଡ ରକ୍ତଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାଳନ୍ଦି ଚରଣ ପୃଷ୍ଟି, ସୁଜିତ କୁମାର ନାୟକ, ଗୋଲକ ବିହାରୀ ହାଇବୁରୁ, ଦିଲ ବାହାଦୂର ସିଂହ, ସୁମନ କୁମାର ଉପାଧ୍ୟାୟ, ବିଶାଳ କୁମାର ମିଶ୍ର, ଲିଲି ନାୟକ, ଦିବ୍ୟଲୋଚନ ରଣା ପ୍ରମୁଖ ରକ୍ତଦାନ କରିଥିଲେ। ଏଥିରେ ଜିଲା ବିଜେଡି ସଭାପତିି ମାଧବ ସର୍ଦ୍ଦାର, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲା ବିଜେଡି ସମ୍ପାଦକ ଦେବାଶିଷ ପଟ୍ଟନାୟକ, ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜଗଦୀଶ ଆପଟ୍ଟ, ଚକ୍ରଧର ପରିଡା, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ସମ୍ପାଦକ ନାରାୟଣ ମଢେଇ, ଅଟଳ ଶତପଥି ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଅନୁଜା ତ୍ରିପାଠୀ, ଏମଆଇଏସ ସ୍ନିଗ୍ଧା ରାୟ, ଦୀପ୍ତିମୟୀ, ସହାୟକ ଶଙ୍କର୍ଷଣ ନାୟକ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ଦୁଇଟି ପରିବାରର ୬ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିବାରୁ ସମବାୟ ସଂଘ ବିଦାୟୀ ସଭାପତି ଧୀରେନ୍ଦ୍ର ରାଉତ ଅଭିନନ୍ଦନ ଜଣାଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଭା ବଳରେ ପରିଚୟ ସୃଷ୍ଟି କର: ରାଜ୍ୟପାଳ

ଜଗତ୍‌ସିଂହପୁର ଅଫିସ/ନାଉଗଁା,୨୫ା୧୨(ସ୍ବ.ପ୍ର.): ଓଡ଼ିଶା ମାଟି ହେଉଛି ସ୍ବତନ୍ତ୍ର। ଏହି ମାଟିରେ ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁଙ୍କ ଭଳି ଅନେକ ମହାତ୍ମାଙ୍କ ଜନ୍ମ ହୋଇଛି। ଗୋପବନ୍ଧୁ, ବକ୍ସି...

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ରାୟଗଡା ଅଫିସ,୧୨।୨: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ହାଲୁଆ ପଞ୍ଚାୟତର କାତିଙ୍ଗିଗୁଡ଼ା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ...

ଡଅଁର ପଞ୍ଚାୟତରେ ସଚେତନତା

ହାଟଡିହୀ, ୨୭।୪(ଡ଼ି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତ ଅଧୀନରେ ଥିବା ଡଅଁର, ଚଷାଖଣ୍ଡ, ସରଳା, ଜୋରାଗଡିଆ ପ୍ରଭୃତି ଗ୍ରାମରେ ସରପଞ୍ଚ ହିସି ହେମ୍ବ୍ରମ ଲୋକଙ୍କୁ...

ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ, ଶିକ୍ଷକ ସମ୍ମିଳନୀ ସହ ବିଇଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ଲେଫ୍ରିପଡା,୧।୩(ଡି.ଏନ.ଏ)-ସୁନ୍ଦରଗଡ ଜିଲା ଲେଫ୍ରିପଡା ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ ଶିକ୍ଷକ ସମ୍ମିଳନୀ ଏବଂ ବ୍ଲକଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି।...

୧୧୪ ଆଟେଣ୍ଡାଣ୍ଟ, ୩୬ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି

କଟକ ଅଫିସ,୧୬ା୧୨: କଟକ ଜିଲାର ମୋଟ ୨୧୧ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। ହେଲେ ପ୍ରାଣୀଧନ ନିରୀକ୍ଷକ, ଡାକ୍ତର, ଆଟେଣ୍ଡାଣ୍ଟ ପଦବୀ ଖାଲି ପଡିଥିବାରୁ ପ୍ରାଣୀ...

ନିଯୁକ୍ତି ପରିବର୍ତ୍ତେ ଛଟେଇ, ଧାରଣାରେ କୋଭିଡ ଯୋଦ୍ଧା ନର୍ସ

ବଲାଙ୍ଗୀର ଅଫିସ, ୧୪ା୧:  କରୋନା ମହାମାରୀ ରାଜ୍ୟବାସୀଙ୍କୁ ଅତିଷ୍ଠ କରିଥିବାବେଳେ ରାଜ୍ୟ ସରକାର ଚିନ୍ତାରେ ପଡିଥିଲେ। ଏଭଳି ସଙ୍ଗୀନ ସମୟରେ ଲୋକଙ୍କ ସେବା କରିବା ପାଇଁ...

ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ଦୁର୍ଘଟଣା: ବିଦ୍ୟୁତ୍‌ ଆଘାତରେ ୨ ଘର ମାଲିକଙ୍କ ସମେତ ମିସ୍ତ୍ରି ମୃତ

ବ୍ରହ୍ମପୁର ଅଫିସ/କୁକୁଡ଼ାଖଣ୍ଡି,୨୨ା୭(ଡି.ଏନ.ଏ.)-ବ୍ରହ୍ମପୁର ଅଳକାପୁରୀ ୬ଷ୍ଠ ଲେନ୍‌ରେ ଏକ ନିର୍ମାଣାଧୀନ ଘର ଛାତ ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ୧୧ କେଭି...

ତହସିଲ କାର୍ଯ୍ୟାଳୟ ନିକଟରେ ଅଟକି ରହିଛି ଶତାଧିକ ଗାଡ଼ି, ଚାଳକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି କି ନାହିଁ ସନ୍ଦେହ

ଗଞ୍ଜାମ,୨ା୪(ଡି.ଏନ୍‌.ଏ.): କରୋନା ଭୂତାଣୁକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି। ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଭଳି...

Advertisement


Archives

Model This Week