Posted inଜାତୀୟ

‘ଜୀବନକୁ ନିୟନ୍ତ୍ରଣ ନ କରୁ ପ୍ରଯୁକ୍ତି’

ନୂଆଦିଲ୍ଲୀ,୨୧ା୧(ପି.ଟି.): ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କୁ କେତେକ ଉପାଦେୟ ପରାମର୍ଶ ଦେଇଛନ୍ତି। ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଥିବା ଭୟ ଦୂର କରିବାକୁ ଓ ଅଭିଭାବକମାନଙ୍କ ବୋଝ ହାଲୁକା କରିବାକୁ ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରିଛନ୍ତି। ଅସ୍ଥାୟୀ ଅସଫଳତାକୁ ନେଇ ଭାଙ୍ଗିପଡ଼ିବା ଉଚିତ ନୁହେଁ ବୋଲି ତଲକତୋରା ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୋଦି କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଆଧୁନିକ ପ୍ରଯୁକ୍ତି ବିଷୟରେ ସମସ୍ତେ ଜ୍ଞାନ ଆହରଣ କରିବା ଆବଶ୍ୟକ। ତେବେ ତାହା ଯେପରି ଆମ ଜୀବନକୁ ନିୟନ୍ତ୍ରଣ ନ କରେ ସେଥିପ୍ରତି ସଚେତନ ହେବା ଜରୁରୀ। ପ୍ରଯୁକ୍ତି ସମ୍ପର୍କରେ ଖାଲି ଜାଣିବା ଯଥେଷ୍ଟ ନୁହେଁ, ତାକୁ କାମରେ ଲଗାଇବା ଗୁରୁତ୍ୱପୂର୍ଣ୍ଣ। ତେବେ ପ୍ରଯୁକ୍ତିର ଦାସ ନ ହେବାକୁ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଯୁକ୍ତିକୁ ନିୟନ୍ତ୍ରଣରେ ରଖିବା ଏବଂ ଏହା ଯେପରି ସମୟ ବରବାଦ ନ କରେ ସେଥିପ୍ରତି ସତର୍କ ହେବାକୁ ପଡ଼ିବ। ଘରେ ଗୋଟିଏ ପ୍ରଯୁକ୍ତିମୁକ୍ତ କକ୍ଷ ରହିବା ଆବଶ୍ୟକ ବୋଲି ମୋଦି କହିଥିଲେ।
ଅସଫଳତା ଏକ ସାମୟିକ ଘଟଣା। ଏହାକୁ ନେଇ ବିବ୍ରତ ହେବା ଉଚିତ ନୁହେଁ। ଏହି ମର୍ମରେ ପ୍ରଧାନମନ୍ତ୍ରୀ ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ହୋଇଥିବା ଅସଫଳତାର ଉଦାହରଣ ଦେଇ କହିଥିଲେ, ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାରେ ବିଫଳ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରୋ ବୈଜ୍ଞାନିକମାନଙ୍କ ସହ ଅତିବାହିତ କରିଥିବା ସମୟ ସବୁଦିନ ପାଇଁ ମନେରହିବ। ସେହିପରି ଆମର କ୍ରିକେଟ ଟିମ୍‌ ବିଫଳତାକୁ ନେଇ ମନ ଖରାପ ହୁଏ। ଏହି ସମୟରେ ଆମେ କ୍ରିକେଟରମାନଙ୍କ ସଫଳତାକୁ ଭୁଲିଯାଇପାରିବା ନାହିଁ। ତାହା ହେଲେ ଆମକୁ ସକାରାତ୍ମକ ଚିନ୍ତାଧାରା ପାଇଁ ପ୍ରେରଣା ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପରୀକ୍ଷାରେ ଭଲ ନମ୍ବର ରଖିବା ସବୁକିଛି ନୁହେଁ ବୋଲି ମୋଦି କହିବା ସହ ପାଠ୍ୟକ୍ରମ ଅତିରିକ୍ତ କାର୍ଯ୍ୟ ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ମାଆବାପା ପିଲାମାନଙ୍କୁ ନିଜ ଇଚ୍ଛାରେ କୌଣସି କାର୍ଯ୍ୟ କରିବା ପାଇଁ ବାଧ୍ୟ ନ କରି ସେମାନଙ୍କ ରୁଚିକୁ ଅନୁଧ୍ୟାନ କରି ସେ ଦିଗରେ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ଅଭିଭାବକମାନେ ପିଲାଙ୍କ ଉପରେ ଚାପ ନ ପକାଇ ସେମାନଙ୍କ ଅନ୍ତର୍ନିହିତ ଶକ୍ତିକୁ ଖୋଜି ବାହାର କରିବା ଉଚିତ।
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ସମାଲୋଚନା କରିଛନ୍ତି। ପିଲାମାନେ ଆଗାମୀ ବୋର୍ଡ ପରୀକ୍ଷା ଲାଗି ଏବେ ପାଠପଢ଼ାରେ ସମୟ ବିତାଇବା ଆବଶ୍ୟକ। ତେଣୁ ପ୍ରଧାନମନ୍ତ୍ରୀ ପିଲାଙ୍କ ସମୟ ନଷ୍ଟ ନ କରି ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ନିମନ୍ତେ ଛାଡ଼ିଦେବାକୁ ଶିବଲ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସମିଟ୍‌: ଚାଇନା ରୋବୋକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୨(ରଏଟର୍ସ/ପିଟି):ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଚାଇନା ନିର୍ମିତ ଏକ ରୋବୋଟିକ୍‌ ଡଗ୍‌କୁ ବୁଧବାର ଘରୋଇ ବିଶ୍ୱବିଦ୍ୟାଳୟ ଗାଲ୍‌ଗୋଟିଆସ୍‌ ନିଜର ବୋଲି ଦର୍ଶାଇବା ନେଇ…

ଡାଇନିଂ ଟେବୁଲରେ ହେଲା ଝଗଡ଼ା, ଭାଉଜ-ଭାଇଙ୍କୁ ହତ୍ୟା କଲା ଭାଇ

ଲକ୍ଷ୍ନୌ,୧୯।୨ ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ…

ଆଜିଠୁ ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ

କଟକ,୧୯।୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ।…

ଗର୍ଭବତୀଙ୍କୁ ହତ୍ୟାକଲେ ସିଏ ସ୍ବାମୀ, ପୋଲିସରୁ କହିଲେ ମିଛ କାହାଣୀ

ଚଣ୍ଡିଗଡ଼,୧୯।୨: ସ୍ବାମୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଏବଂ ସ୍ତ୍ରୀ ହେଉଛନ୍ତି ଜଣେ ବ୍ୟାଙ୍କ ଅଧିକାରୀ। ସେମାନଙ୍କ ବିବାହକୁ ମାତ୍ର ୪ ମାସ ପୂରିଛି । ହେଲେ…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri