ଜିଲା ପ୍ରଶାସନର ଉପେକ୍ଷା ପ୍ରତିବାଦରେ କଂଗ୍ରେସର ଧାରଣା

ବାରିପଦା ଅଫିସ,୧୧ା୬- ରାଜ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ମାସ୍କ, ଟେଷ୍ଟିଙ୍ଗ କିଟ୍‌, ପିପିଇ ଓ ର଼୍ୟାପିଡ୍‌ କୋଭିଡ୍‌ ଟେଷ୍ଟିଂ ମେଶିନ କିଣାରେ ଅନିୟମିତତା ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏନେଇ ସରକାରଙ୍କ ବିରୋଧରେ ଗୁରୁବାର ଦାବିପତ୍ର ଦେବାକୁ ଯାଇଥିତ୍ବା କଂଗ୍ରେସ କମିଟି କର୍ମକର୍ତ୍ତାଙ୍କୁ ଜିଲାପାଳଙ୍କ ସହ ଭେଟ କରାଇ ନ ଦେଇ ଉପେକ୍ଷା କରାଯିବା ପ୍ରତିବାଦରେ କଂଗ୍ରେସ କର୍ମକର୍ତ୍ତା ଧାରଣା ଦେବା ଚର୍ଚ୍ଚାର ବିଷୟ ହୋଇଛି।
ପୂର୍ବାହ୍ନ ୧୧ଟାରେ ଜିଲା କଂଗ୍ରେସ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାକୁ ଯାଇଥିଲେ। ସେଠାରେ ମୁତୟନ ହୋଇଥିବା ପୋଲିସ କର୍ମଚାରୀମାନେ ଜିଲାପାଳଙ୍କୁ ଭେଟିବାକୁ ଦେଇ ନ ଥିଲେ। ୨ ଦିନ ତଳେ ଭାଜପାର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ କାହିଁକି କଂଗ୍ରେସ କର୍ମୀଙ୍କୁ ଭେଟିବାକୁ ଦିଆଯାଉ ନାହିଁ ବୋଲି କଂଗ୍ରେସ ଜବାବ ମାଗିଥିଲା। ଏହାର ପ୍ରତିବାଦରେ ଜିଲାପାଳଙ୍କ ମୁଖ୍ୟ ଫାଟକଠାରେ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଧାରଣାରେ ବସିଥିଲେ। ମଧ୍ୟାହ୍ନ ୧୨ଟାରେ ଜିଲାପାଳ ନ ଆସି ତାଙ୍କ ପ୍ରତିନିଧି ଭାବେ ଜିଲା ଜରୁରିକାଳୀନ ଅଧିକାରୀ ସୁଜୟ କୁମାର ପତି ପହଞ୍ଚି କଂଗ୍ରେସଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଜିଲା କଂଗ୍ରେସ କମିଟି ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ପୂର୍ବତନ ଏମ୍‌ପି ସୁଶୀଳା ତିରିଆ, ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ, ଯୋଗେଶ କୁମାର ଅଗ୍ରୱାଲ, ପ୍ରଦୀପ କୁମାର ରଥ, ଜ୍ୟୋତି ପ୍ରକାଶ ରଥ, ଶାନ୍ତନୁ ପାଲଙ୍କ ସମେତ ଏକାଧିକ ନେତା ଓ କର୍ମୀ ଯୋଗ ଦେଇଥିଲେ। ଜିଲା ପ୍ରଶାସନର କଂଗ୍ରେସକୁ ଏହିଭଳି ଭାବେ ଉପେକ୍ଷା କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

ରାଷ୍ଟ୍ରପତିଙ୍କ ଗାଁକୁ ଯିବେ ପ୍ରଧାନମନ୍ତ୍ରୀ, ଦିନିକିଆ ଗସ୍ତରେ ମୋଟ୍‌ ୩ ଘଣ୍ଟା ରହିବେ

ଭୁବନେଶ୍ୱର,୧୬।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରକୁ ଯିବେ। ପରେ…

ବାୟୁସେନା ବିମାନ ବି-୫୨ ଦୁର୍ଘଟଣାଗ୍ରସ୍ତ, ୮ ସେନା କର୍ମଚାରୀ ମୃତ

ଓ୍ବାଶିଂଟନ,୧୬।୬: ଆମେରିକାର କାଲିଫର୍ନିଆରେ ଏକ ବଡ଼ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଆମେରିକୀୟ ବାୟୁସେନା B-52 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନରେ ରହିଥିବା…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri