ଜିଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ଉପନିର୍ବାଚନ: ୪ ଜିଲା ପରିଷଦ ଅକ୍ତିଆର କଲା ବିଜେଡି

ଭୁବନେଶ୍ୱର,୨୯-୧୧(ବ୍ୟୁରୋ):ରାଜ୍ୟର ବିଭିନ୍ନ ଜିଲାରେ ଖାଲିପଡ଼ିଥିବା ୪ ଜିଲାପରିଷଦ ଆସନ, ୨୧ ସମିତି ସଭ୍ୟ, ୧୭ ସରପଞ୍ଚ ଓ ୩୦୩ ଓ୍ବାର୍ଡମେମ୍ବର ପଦ ପାଇଁ ବୁଧବାର ହୋଇଥିବା ଉପନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ସମସ୍ତ ୪ ଜିଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଯାଜପୁର ଜିଲାର ୮ନଂ ଦାନଗଦୀ ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାନ୍ତି ଭାଜପା ପ୍ରାର୍ଥୀ ପ୍ରତାପ ଧୀରଙ୍କୁ ପରାସ୍ତ କରିଥିବାବେଳେ ଗଞ୍ଜାମ ଜିଲା ୧୯ନଂ ଛତ୍ରପୁର ଜୋନ୍‌ରେ ବିଜେଡିର ପ୍ରମୋଦ କୁମାର ପ୍ରଧାନ ସିପିଆଇ ପ୍ରାର୍ଥୀ ଭାଗୀରଥି ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ସେହିପରି କୋରାପୁଟ ଜିଲାର ୧୫ନମ୍ବର ପଟାଙ୍ଗି ଜୋନରେ ବିଜେଡିର ଲଇଛନ ଖେରା ଏବଂ ୧୦ନମ୍ବର ଦଶମନ୍ତପୁର ଜୋନ୍‌ରେ ବିଜେଡିର କହ୍ନେଇ ଜାନି ବିଜୟୀ ହୋଇଛନ୍ତି। ଜିଲାପରିଷଦ ସମସ୍ତ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଓ୍ବାର୍ଡମେମ୍ବର ବିଜୟୀ ହୋଇଛନ୍ତି। ଏହି ଉପନିର୍ବାଚନ ପାଇଁ ଗତ ଅକ୍ଟୋବର ୨୨ରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝଗଡ଼ା ପରେ ବିଷ ପିଇଲେ ନବବିବାହିତା

ବ୍ରହ୍ମପୁର ଅଫିସ,୨୭ା୮: ବିଷପିଇ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ନବବିବାହିତା ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଅଲାରିଗଡ ଗ୍ରାମର...

ଅବହେଳାରୁ ପୁଣି ହିଂସା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ମତଦାନବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଚରଣବିଧିର ଖୋଲାଖୋଲି ଉଲ୍ଲଂଘନ ସହ ବୁଥ୍‌ ଜବରଦଖଲ, ଭୋଟ ବାକ୍ସ ଲୁଟ୍‌, ପ୍ରିଜାଇଡିଂ ଅଫିସର, ଖବରଦାତାଙ୍କୁ...

ଓଡିଶାକୁ ରେଳ ଅନୁଦାନ

ଭୁବନେଶ୍ୱର,୨।୨(ବ୍ୟୁରୋ): ବଜେଟ୍‌ରେ ଓଡିଶାକୁ ରେଳ ଅନୁଦାନ ନେଇ ସୂଚନା। ଖୋର୍ଦ୍ଧା- ବଲାଙ୍ଗୀର ରେଳ ପାଇଁ ୮୯୧ କୋଟି ମଞ୍ଜୁର ହୋଇଛି। ସେହିପରି ଅନୁଗୋଳ- ସୁକିନ୍ଦା ରେଳ...

ଜିସିଇ ହେବ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ

ଭୁବନେଶ୍ୱର,୨ା୭:କେନ୍ଦୁଝରସ୍ଥିତ ଗଭର୍ନମେଣ୍ଟ କଲେଜ ଅଫ୍‌ ଇଞ୍ଜିନିୟରିଂ(ଜିସିଇ)କୁ ରାଜ୍ୟ ସରକାର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ବା ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ି ତୋଳିବେ। ମାଇନିଂ, ମେଟାଲର୍ଜି ଆଣ୍ଡ୍‌...

ଆଇନରେ ପରିଣତ ହେଲା ସିଏବି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭଦ୍ରକର ମୁସଲମାନ ପ୍ରତିନିଧି ଦଳ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ନାଗରିକତ୍ୱ(ସଂଶୋଧନ) ବିଲ୍‌(ସିଏବି) ଆଇନରେ ପରିଣତ ହୋଇଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଦ୍ରକ ଜିଲା ଚଉଦ ମହଲା ମୁସଲମାନ ପ୍ରତିନିଧି ଦଳ ଭେଟିଛନ୍ତି।...

ଜୁନ୍‌ ଶେଷ ସସ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ,୪।୬: ଚଳିତ ମାସ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।...

ରାଜଧାନୀରେ ଡବଲ ହେଲ୍‌ମେଟ୍‌ ଚେକିଂ: ୫୦ରୁ ଊର୍ଦ୍ଧ୍ୱ ଅମାନିଆ ଜରିମାନା ଗଣିଲେ

ଭୁବନେଶ୍ୱର,୨।୧(ବ୍ୟୁରୋ): କିଛିଦିନର ନିସ୍ତାର ଓ ସଚେତନତା ପରେ ଜାନୁୟାରୀ ୧ରୁ ଡବଲ ହେଲମେଟ୍‌ ଚେକିଂ ଆରମ୍ଭ ହୋଇଛି। ବାଇକ ଚଲାଇବା ସମୟରେ ଚାଳକ ଓ ପଛରେ...

କେନ୍ଦ୍ରାପଡ଼ାରେ ୬ କରୋନା ପଜିଟିଭ ଚିହ୍ନଟ : ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୬୧, ସୁସ୍ଥ ହେଲେଣି ୨୬ଜଣ

କେନ୍ଦ୍ରାପଡା ଅଫିସ, ୨୬ା୫: କେନ୍ଦ୍ରାପଡା ଜିଲା ଡେରାବିଶ, ମହାକାଳପଡା ବ୍ଲକ ଅଞ୍ଚଳରୁ ମଙ୍ଗଳବାର ନୂତନ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ...

Advertisement
Archives

Model This Week