ଜିଲା ଚିକିତ୍ସାଳୟରେ ଆରମ୍ଭ ହେଲା ‘ସଖୀ’: ଗୋଟିଏ ଛାତ ତଳେ ମହିଳାଙ୍କୁ ସମସ୍ତ ସହାୟତା

ଢେଙ୍କାନାଳ ଅଫିସ, ୨୩।୮-ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଷଷ୍ଠ ମହଲାରେ ୱାନ୍‌ ଷ୍ଟପ୍‌ ସେଣ୍ଟର ‘ସଖୀ’ ସହାୟତା କେନ୍ଦ୍ର ଗୁରୁବାର ଲୋକାର୍ପିତ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଜିଲା ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଶୋଭା’ର ମିଳିତ ସହଯୋଗରେ ଏହି କେନ୍ଦ୍ର ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଗୋଟିଏ ଛାତ ତଳେ ମହିଳାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଏଡିଏମ୍‌ଓ (ପରିବାର କଲ୍ୟାଣ) ଡ. ବିଦ୍ୟୁତ୍‌ କୁମାର ନନ୍ଦ ସୂଚନା ଦେଇ କହିଲେ, ଏହି ସହାୟତା କେନ୍ଦ୍ରରେ ଶାରୀରିକ ଏବଂ ମାନସିକ ରୋଗରେ ପୀଡ଼ିତ ମହିଳାଙ୍କୁ ଆବଶ୍ୟକ ସେବା ଯୋଗାଇ ଦିଆଯିବ। ସ୍ବାସ୍ଥ୍ୟ ସମେତ ୨୪ଘଣ୍ଟିଆ ଆଇନଗତ ସହାୟତା ଉପଲବ୍ଧ ହେବ। ନାବାଳିକାମାନେ ମଧ୍ୟ ଏହି କେନ୍ଦ୍ରରୁ ଅନୁରୂପ ସହାୟତା ପାଇପାରିବେ। ଜିଲା ସମାଜ ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ କହିଲେ, ‘ସଖୀ’ ସହାୟତା କେନ୍ଦ୍ର ମାଧ୍ୟମରେ ବଳାତ୍କାର, ପାରିପାରିକ ହିଂସା, ଏସିଡ୍‌ ଆକ୍ରମଣ, ଅପହରଣ, ନିଖୋଜ, ଯୌନ ଉତ୍ପୀଡ଼ନ, ଶୋଷଣ, ମହିଳା ଚାଲାଣ ମାମଲାର ପୀଡ଼ିତାଙ୍କୁ ସହାୟତା ଯୋଗାଇ ଦିଆଯିବ। ମହିଳାମାନେ ନିର୍ଭୟରେ ଏଠାରେ ଅଭିଯୋଗ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି। ଜାତୀୟ ଜୀବିକା ମିଶନ ପ୍ରକଳ୍ପ ପରିଚାଳକ ସଞ୍ଜୀବ କୁମାର ମହାନ୍ତି ଆଲୋଚନାରେ ଭାଗନେଇ କହିଲେ, ହିଂସାର ଶିକାର ହୋଇଥିବା ମହିଳା, ନାବାଳିକା, ଯୁବତୀଙ୍କୁ ‘ସଖୀ’ କେନ୍ଦ୍ର ଜରିଆରେ ପୋଲିସ ସହାୟତା, ଚିକିତ୍ସା ସୁବିଧା, ଆଇନଗତ ସହାୟତା, ମନସ୍ତାତ୍ତ୍ୱିକ ଏବଂ ସାମାଜିକ ପରାମର୍ଶ ମିଳିପାରିବ। ଆବଶ୍ୟକସ୍ଥଳେ ସେମାନେ ୫ଦିନ ସେଠାରେ ରହିପାରିବେ। ଏ ନେଇ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିଛି। ପରିସ୍ଥିତିକୁ ସମୀକ୍ଷା କରାଯିବା ପରେ ପୀଡ଼ିତାଙ୍କୁ ଅନ୍ୟାନ୍ୟ ସହାୟତା ମଧ୍ୟ ମିଳିବ ବୋଲି ସେ କହିଥିଲେ।
ପ୍ରାରମ୍ଭରେ ‘ଶୋଭା’ର ନିର୍ଦ୍ଦେଶକ ଉଦୟେନ୍ଦୁ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ନିବେଦିତା ରଥ, ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ଜିଲା ରେଡ୍‌କ୍ରସ୍‌ ଉପସଭାପତି ବିରଞ୍ଚତ୍ ନାରାୟଣ ପାଣିଙ୍କ ସମେତ ସମସ୍ତ ସିଡିପିଓ, ଆଇସିଡିଏସ୍‌ ସୁପରଭାଇଜର, ପ୍ରୋଗ୍ରାମ ଅଫିସର, ସ୍ବାସ୍ଥ୍ୟ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri