ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ: ୩୦୫୪.୬୯ କୋଟି ଋଣ ଯୋଗାଣ ଲକ୍ଷ୍ୟ

ବାରିପଦା ଅଫିସ,୨୦ା୬- ମୟୂରଭଞ୍ଜ ଜିଲା ଅଗ୍ରଣୀ ବ୍ୟାଙ୍କ୍‌ ତରଫରୁ ୧୭୬ତମ ଜିଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ସ୍ବଧା ଦେବୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ଋଣ ଯୋଜନାରେ କୃଷି, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ, ଗୃହ, ଶିକ୍ଷା, ଆଦି ବିଭିନ୍ନ କ୍ଷେତ୍ରରେ ଜିଲା ପାଇଁ ମୋଟ ୩୦୫୪.୬୯ କୋଟି ଋଣ ଯୋଗାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା। ବତ୍ତର୍ମାନ ମହାମାରୀ କରୋନା ପାଇଁ ଜିଲାର ବହୁ ପ୍ରବାସୀ ଗ୍ରାମକୁ ଫେରିଛନ୍ତି, ସେମାନେ ଯଦି ଚାହିଁବେ କୌଣସି ଚାଷ କାର୍ଯ୍ୟ ଓ ବ୍ୟବସାୟ ନିମନ୍ତେ ବ୍ୟାଙ୍କ୍‌ ଋଣ ଯୋଗାଇଦେବା ପାଇଁ ଅତରିକ୍ତ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜିଲାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କରିବା ନିମନ୍ତେ ଅଗ୍ରଣୀ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଦିଲ୍ଲୀପ କୁମାର ସାହୁ ଗୁରୁତ୍ୱ ଦେଇଥିଲେ। ଓମଫେଡ଼ ଏବଂ ମତ୍ସ୍ୟ ବିଭାଗର ସହାୟତାରେ ଦୁଗ୍ଧ ଚାଷୀ ଓ ଏବଂ ମାଛ ଚାଷୀମାନଙ୍କୁ କିଶାନ କ୍ରେଡିଟକାର୍ଡରେ ଅନ୍ତର୍ଭୁକ୍ତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲାପାଳ ଦେବୀ ସିଂହ ୨୦୨୦-୨୧ ଆର୍ଥିକ ବର୍ଷର ଋଣ ଯୋଜନା ପୁସ୍ତକକୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ନାବାର୍ଡ଼ର ଅଧିକାରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ୍‌କୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ଶୁଭାରମ୍ଭ: ଭିସିରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଧର୍ମଶାଳା,୯।୧୦ (ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ହରିଦାସପୁରଠାରେ ନିର୍ମିତ ରାମ୍‌କୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ ଗୁରୁବାର ଅପରାହ୍ନରେ ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ...

ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ

ପୁରୀ ଅଫିସ, ୧୮।୩: ଆଜି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ...

କାମାକ୍ଷାନଗର ଏନ୍‌ଏସି ହଟାଇଲା ଜବରଦଖଲ

କାମାକ୍ଷାନଗର, ୧୮।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିରେ ରାସ୍ତା ପାର୍ଶ୍ୱ ଡ୍ରେନ୍‌ ଉପରେ ଥିବା ଅସ୍ଥାୟୀ ଘରଗୁଡ଼ିକୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି।  ଏନ୍‌ଏସିର ସୌନ୍ଦର୍ଯ୍ୟକରଣ ବଢ଼ାଇବା ଏବଂ...

ଖୋଲିଲା ବନ୍ଧୁକ କାରବାର ଗୁମର

କଟକ ଅଫିସ୍‌, ୧୨।୧୨: ବ୍ୟବସାୟୀ ଓ ଠିକାଦାରଙ୍କଠାରୁ ବଟି ଆଦାୟ, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ହୋଇ...

ଖୋଲିଲା ସ୍କୁଲ: ଆସିଲେନି ପିଲା

କୋକସରା,୮।୧: ଶୁକ୍ରବାର କଳାହାଣ୍ଡି ଜିଲା କୋକସରା ବ୍ଲକରେ ଥିବା ୨୫ଟି ହାଇସ୍କୁଲ ଖୋଲିଛି। ସେଥିମଧ୍ୟରୁ ୨୩ ହାଇସ୍କୁଲରେ ଉପସ୍ଥାନ କମ୍‌ ବେଶି ରହିଥିବା ବେଳେ ବ୍ଲକର...

ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୨ା୨: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାସଙ୍କ ଦାମ୍ପତ୍ୟ ବିବାଦର ଅନ୍ତ ଏ ଯାଏ ହୋଇନାହିଁ। ୨୦୨୧ ନଭେମ୍ବରରୁ...

ପଞ୍ଚାୟତ ଅଫିସ୍‌ ଆଗରେ ବର୍ଜ୍ୟବସ୍ତୁ ପୁନରୁଦ୍ଧାର କେନ୍ଦ୍ରକୁ ବିରୋଧ

ବାଲିଆ, ୨୧।୨: ବିରିଡି ବ୍ଲକ ହାଜିପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପୁନରୁଦ୍ଧାର ପାଇଁ ସ୍ଥାୟୀ କେନ୍ଦ୍ର ନିର୍ମାଣକୁ ଗୋପାଳ ସାହିର ଜନସାଧାରଣ ବିରୋଧ...

ଡିସେମ୍ବର ୨୦ରୁ ଖରିଫ ଧାନ ସଂଗ୍ରହ

ଯାଜପୁର ଅଫିସ,୨୦।୧୧: ଡିସେମ୍ବର ୨୦ରୁ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ହେବ। ନିୟମ ଅନୁଯାୟୀ ଅନୁପାଳନ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ। ଗୁରବାର...

Advertisement
Archives

Model This Week