ଜିଲାରେ ୭୫ ଆଦର୍ଶ ମତଦାନ କେନ୍ଦ୍ର

ଭଦ୍ରକ ଅଫିସ, ୨୯ା୪- ଜିଲାରେ ମୋଟ ୧୨୯୨ଟି ପୋଲିଂ ଷ୍ଟେଶନ ମଧ୍ୟରୁ ୭୫ଟି ମତଦାନ କେନ୍ଦ୍ରକୁ ଆଦର୍ଶ ମତଦାନ କେନ୍ଦ୍ର (ମଡେଲ୍‌ ପୋଲିଂ ବୁଥ୍‌) ଭାବେ ଘୋଷଣା କରାଯାଇଛି। ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସବୁ ବୁଥ୍‌ ମାନଙ୍କରେ ଅନୂ୍ୟନ ପକ୍ଷେ ୧୦ଟି ସୁବିଧା ସୁଯୋଗ ଉପଲବ୍ଧ ରହିଛି। ପ୍ରତି ବୁଥ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ  ରାମ୍ପ ଏବଂ ସେଲ୍‌ଫି ଉଠାଇବା ପାଇଁ (ସେଲ୍‌ଫି ଜୋନ) କରାଯାଇଛି। ଦିବ୍ୟାଙ୍ଗଙ୍କୁ ବୁଥ୍‌ ପର୍ଯ୍ୟନ୍ତ ଆଣିବା ପାଇଁ ହୁଇଲ୍‌ ଚେୟାର ବ୍ୟବସ୍ଥା, ସେହିଭଳି ଦିବ୍ୟାଙ୍ଗ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ  ସ୍ବେଚ୍ଛାସେବୀ  ନିୟୋଜିତ, ଭୋଟର ମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯିବ, ଭୋଟରଙ୍କ ପାଇଁ  ଅପେକ୍ଷା ଗୃହ, ପର୍ଯ୍ୟାପ୍ତ ପାଣି ଓ ଥଣ୍ଡା ହାୱା ପାଇଁ ପଙ୍ଖା ବ୍ୟବସ୍ଥା, ସେହିଭଳି ପ୍ରାଥମିକ ଚିକିତ୍ସା ପାଇଁ ଆଶାକର୍ମୀ ନିୟୋଜିତ, ଦହି ଓ ସରବତ ବ୍ୟବସ୍ଥା, ଭୋଟରଙ୍କ ସାଙ୍ଗରେ ଆସିଥିବା ଶିଶୁମାନଙ୍କୁ ଚକୋଲେଟ୍‌ ପ୍ରଦାନ,  ଦିବ୍ୟାଙ୍ଗ ଓବୟସ୍କ ଭୋଟରମାନଙ୍କୁ ତତ୍‌କ୍ଷଣାତ୍‌ ମତଦାନ ସୁଯୋଗ, ସମସ୍ତ ୧୨୯୨ ବୁଥ୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ଘରୁ ନେବାଆଣିବା ପାଇଁ ସକ୍ଷମ ଗାଡି ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଏହି ସବୁ ମଡେଲ୍‌ ବୁଥ୍‌ ତାଲିକାରେ ଭଦ୍ରକ ବ୍ଲକର ବାପୁଜୀ ହାଇସ୍କୁଲ ଏବଂ ବାପୁଜୀ ନୋଡାଲ ୟୁପି ସ୍କୁଲ, ଓକରା ହାଇସ୍କୁଲ, ଗଞ୍ଜାମାଳ ପ୍ରାଇମେରୀ ସ୍କୁଲ, ତିଶଳପୁର ପ୍ରାଇମେରୀ ସ୍କୁଲ, ବାଉଦପୁର ପ୍ରାଇମେରୀ ସ୍କୁଲ ରହିଥିବା ବେଳେ  ଭଦ୍ରକ ପୌରପାଳିକା ଅଧୀନରେ ଥିବା ୭ଟି ମଡେଲ୍‌ ବୁଥ୍‌ ହେଲା  ଭଦ୍ରକ ଜିଲା ସ୍କୁଲ, ଭଦ୍ରକ ବାଳିକା ଉଚ୍ଚ ବିଦ୍ୟାଳୟ, ବିଏମ୍‌ ବାଗୁରାଇ ଉଚ୍ଚ ବିଦ୍ୟାଳୟ, କୁଆଁସ ପ୍ରକଳ୍ପ ଉନ୍ନୀତ ବିଦ୍ୟାଳୟ, ଭଦ୍ରକ ମହାବିଦ୍ୟାଳୟ, ଗୋପବନ୍ଧୁ ନୋଡାଲ ୟୁପି ସ୍କୁଲ, ଆର୍‌ସିବିଏଲ୍‌ ହାଇସ୍କୁଲ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri