ଜିଲାରେ କରୋନା ସମସ୍ୟା ସୃଷ୍ଟି କରିପାରନ୍ତି ଦାଦନ ଶ୍ରମିକ

ମାଲକାନଗିରି,୩୦ା୩ (ଡି.ଏନ୍‌.ଏ.): କରୋନା ଭାଇରସ୍‌ଜନିତ ରୋଗ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଦେଇଛି। ଏହି ରୋଗ ଅନ୍ୟ ଦେଶରୁ ଆସଥିବା ଲୋକଙ୍କ ଦ୍ୱାରା ଭାରତରେ ସଂକ୍ରମଣ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ମାଲକାନଗରି ଜିଲାରେ ଏହାର ପ୍ରଭାବ ନ ଥିଲେ ମଧ୍ୟ ଏହି ଜିଲାରୁ ରାଜ୍ୟ ବାହାରକୁ ଯାଇ ଏବେ ଗ୍ରାମକୁ ଫେରୁଥିବା ଶ୍ରମିକମାନଙ୍କ ଉପରେ ସମସ୍ତଙ୍କ ନଜର ଲାଗିଛି। ଏହି ଶ୍ରମିକମାନେ ଯେ ରୋଗ ସୃଷ୍ଟି ନ କରିବେ ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ଏହି ରୋଗ ଦକ୍ଷିଣ ଭାରତରେ ଦେଖାଦେଇଥିଲା ବେଳେ ବର୍ତ୍ତମାନ ଦକ୍ଷିଣ ଭାରତର ମହାରାଷ୍ଟ୍ର, ତାମିଲନାଡୁ କେରଳ,କର୍ନାଟକ ଆଦି ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ମାଲକାନଗିରି ଜିଲାରେ ପ୍ରତିବର୍ଷ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ବହୁ ସଂଖ୍ୟକ ଶ୍ରମିକ ଉପରୋକ୍ତ ରାଜ୍ୟକୁ ଯାଇଥାନ୍ତି। ଏବେ ସେସବୁ ରାଜ୍ୟରେ ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ କଳକାରଖାନା ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ସାମାଜିକ ଦୂରତା ପାଳନ କରିବା ସହ ଘରୁ ନ ବାହାରିବା ପାଇଁ କଡାକଡି ନିୟମ ପାଳନ ହେଉଛି। ବିଭିନ୍ନ କାରଖାନାରେ କାମ କରୁଥିବା ଶ୍ରମିକଙ୍କୁ ମାଲିକମାନେ ବାହାର କରି ଦେଉଛନ୍ତି। ଫଳରେ ଅନେକ ଶ୍ରମିକ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ରହି ସେମାନଙ୍କୁ ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି। ଅନେକ ଶ୍ରମିକ କୌଣସି ଉପାୟରେ ମାଲକାନଗିରି ଜିଲାକୁ ପଳାଇ ଆସିଛନ୍ତି। ଏପରି କି ଚାଲିଚାଲି ମଧ୍ୟ ଶ୍ରମିକମାନେ ଆସୁଥିବା ଦେଖିବାକୁ ମିଳୁଛି। ଏହି ଶ୍ରମିକମାନେ ନିଜ ଗ୍ରାମରେ ପହଞ୍ଚତ୍ଲା ପରେ ଅଧିକାଂଶ ଶ୍ରମିକ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁନାହାନ୍ତି। ଏହି ଶ୍ରମିକମାନଙ୍କ ଦ୍ୱାରା କରୋନା ଭାଇରସ୍‌ଜନିତ ରୋଗ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ୧୧୧ଟି ପଞ୍ଚାୟତ, ମାଲକାନଗିରି ପୌର ପରିଷଦ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଠାକୁ କୌଣସି ଗ୍ରାମ ଫେରନ୍ତା ଶ୍ରମିକ ଆସିନାହାନ୍ତି। ଅନ୍ୟପକ୍ଷରେ ଅଙ୍ଗନଓ୍ବାଡି କର୍ମୀଙ୍କ ଦ୍ୱାରା ଫେରୁଥିବା ଦାଦନ ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁୁ ପରିବାରଠାରୁ ଅଲଗା ରହିବା ପାଇଁ କୁହାଯାଉଥିଲେ ମଧ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ଶ୍ରମିକମାନେ ଏହାକୁ ହେୟଜ୍ଞାନ କରୁଛନ୍ତି। ଏ ଦିଗରେ ଜିଲା ପ୍ରଶାସନ, ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଜନ ପ୍ରତିନିଧିମାନେ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇ ଫେରନ୍ତା ଶ୍ରମିକମାନଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ। ଏହା ହୋଇପାରିଲେ ସୃଷ୍ଟି ହେଉଥିବା ଆଶଙ୍କା ଦୂର ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାରେଜ୍‌ରୁ ଚୋରି ଘଟଣା: ୩ ଅଭିଯୁକ୍ତ ଗିରଫ, ସାମଗ୍ରୀ ଜବତ

ଫୁଲନଖରା,୨୧।୯(ଡି.ଏନ୍‌.ଏ.): କଟକ ଜିଲା ଗୋପାଳପୁର ଜାଗୁଳାଇ ସାହିରେ ଥିବା ଏକ ଗ୍ୟାରେଜ୍‌ରୁ ଚୋରି ଘଟଣାରେ କଟକ ସଦର ପୋଲିସ ଶୁକ୍ରବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।...

ଫ୍ୟାଶନ ଶୋ’ରେ ଚମକିଲେ ଶିକ୍ଷକ, ଛାତ୍ରୀ

ଅନୁଗୋଳ ଅଫିସ,୫।୧୨ – ନଭେମ୍ବର ୨୬ ଓ ୨୭ ତାରିଖରେ ପୁରୀଠାରେ ଅନୁଷ୍ଠିତ ଗ୍ଲୋବାଲ ମଡେଲ ଇଣ୍ଡିଆ ଫ୍ୟାଶନ ଶୋ’ରେ ଚମକିଛନ୍ତି ଅନୁଗୋଳର ଶିକ୍ଷକ ସୌମ୍ୟ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର

ଧର୍ମଶାଳା,୫ା୧୨(ଡି.ଏନ୍‌.ଏ.): ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ନସିଡିପୁର ଗ୍ରାମରେ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିବାପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି।...

ବୌଦ୍ଧରେ ବନ୍ଦ ପାଳନ

ବୌଦ୍ଧ,୮।୧(ସ୍ବ.ପ୍ର.): ସାରା ଦେଶରେ ୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବୌଦ୍ଧରେ ମଧ୍ୟ ଏହି ବନ୍ଦ ଡାକରା...

ଜବରଦଖଲ ଉଚ୍ଛେଦ : ପାତରଅନ୍ତରକୁ ବିରୋଧ କଲେ ବ୍ୟବସାୟୀ

ଆନନ୍ଦପୁର,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଜନଗହଳିପୂର୍ଣ୍ଣ ବ୍ରିଜଛକରେ ପୌରପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଗୁରୁବାର ତ୍ୱରାନ୍ବିତ ହୋଇଛି। ପୂର୍ବରୁ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ...

ମକର ବୁଡ଼ ବେଳେ ଯୁବତୀଙ୍କୁ ଗଣବଳାତ୍କାର

ବାରିପଦା ଅଫିସ,୧୪।୧: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ବୁଧବାର ମକର ବୁଡ଼ ପକାଇବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ...

ରାସ୍ତା ପ୍ରଶସ୍ତୀକରଣରେ ଅନିୟମିତତା

ଚଣ୍ଡିଖୋଲ,୫ା୧୨(ଡି.ଏନ୍‌.ଏ.):ଚାରିବାଟିଆ ପୂର୍ତ୍ତ ଡିଭିଜନର ବଡ଼ଚଣା ଉପଖଣ୍ଡ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ମାତ୍ର ଏହି କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ...

ଜମିବାଡ଼ିକୁ କେନ୍ଦ୍ର କରି ସଂଘର୍ଷ: ୩ ଗୁରୁତର, ୨ଗିରଫ

ବିଞ୍ଝାରପୁର, ୮।୪(ଡି.ଏନ.ଏ.): ବିଞ୍ଝାରପୁର ଥାନା କଲ୍ୟାଣପୁର ପଞ୍ଚାୟତ କାହ୍ନୁପୁର ଗ୍ରାମରେ ମଙ୍ଗଳବାର ଜମିବାଡିକୁ କେନ୍ଦ୍ରକରି ସଂଘର୍ଷ ଘଟିଥିଲା। ଏଥିରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଥିବାବେଳେ...

Advertisement
Archives

Model This Week