ଜିଲାପାଳଙ୍କ ଭଡ଼ା କାର ନମ୍ବର ପ୍ଲେଟ ରଙ୍ଗ ବଦଳିଲା

ଜଗତ୍‌ସିଂହପୁର ଅଫିସ,୬ା୬: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରକାରୀ ଭାବେ ବ୍ୟବହାର କରୁଥିବା ଇନୋଭା କାରକୁ ନେଇ ନାନା କଥା ଆଲୋଚନା ଚାଲିଛି। ଏପରି କି ଗତ ମାର୍ଚ୍ଚ ମାସରୁ ଭଡ଼ାରେ ଲାଗିଥିବା ଏହି କାର ଜିଲାପାଳ ସରକାରୀ ଭାବେ ବ୍ୟବହାର କରୁଥିବା ଦେଖି ଲୋକେ ବିସ୍ମିତ ହୋଇଥିଲେ। କାରଣ ଏହି କାରର ନମ୍ବର ପ୍ଲେଟ୍‌ ଧଳା ରଙ୍ଗର ଥିଲା। ଧଳା ରହିଲେ ଏହା ଘରୋଇ ଅଥବା ପ୍ରାଇଭେଟ୍‌ ଗାଡି ବୋଲି ଧରାଯିବ। ଏହାକୁ କାର ମାଲିକ ବ୍ୟକ୍ତିଗତ ବ୍ୟବହାରରେ ଲଗାଇବେ। ଭଡ଼ାରେ ଲାଗିବା ଏପରି କି ଜିଲାପାଳ ବ୍ୟବହାର କରିବା କଥାକୁ ଲୋକେ ସହଜେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପକ୍ଷରେ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ପ୍ରତାପ କୁମାର ପଣ୍ଡାଙ୍କୁ କାର ପରମିଟ୍‌ ବାବଦରେ ପଚାରିବାରୁ ସେ କହିଥିଲେ, ନିୟମ ରହିଛି କୌଣସି ପ୍ରାଇଭେଟ୍‌ କାର ଭଡାରେ ଲାଗିଲେ ଅର୍ଥାତ୍‌ ଟ୍ୟାକ୍ସି ଭାବେ ବ୍ୟବହାର ହେଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଏ। ଯେତେଥର ଧରାପଡିବ ସେତେ ଥର ୧୦ ହଜାର ଟଙ୍କା ହିସାବରେ ଜରିମନା ଆଦାୟ ହୁଏ। ଏହି କାର ପାଇଁ ଏକାଧିକ ବାର ପରମିଟ୍‌ର ଆବଶ୍ୟକତା ନାହିଁ। କିନ୍ତୁ ଟ୍ୟାକ୍ସି ପରମିଟ୍‌ ପାଇଲେ ନମ୍ବର ପ୍ଲେଟ୍‌ ହଳଦିଆ ରଙ୍ଗ କରିବାକୁ ବାଧ୍ୟ। ଟ୍ୟାକ୍ସି ପରମିଟ୍‌ ୫ ବର୍ଷ ପାଇଁ ଦିଆଯାଏ। ଏଥିସହ ପ୍ରତିବର୍ଷ ଫିଟନେସ୍‌ ସାର୍ଟିଫିକେଟ୍‌ ହାସଲ କରିବାକୁ ପଡେ ବୋଲି ଆର୍‌ଟିଓ କହିଛନ୍ତି। ଏତେସବୁ ଥିଲେ ସୁଦ୍ଧା ନିଜେ ଜିଲାପାଳ କିପରି ଟ୍ୟାକ୍ସି ପରମିଟ୍‌ ନ ଥିବା ଭଡା କାର ବ୍ୟବହାର କରୁଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଯଦି ଏହା ଟ୍ୟାକ୍ସି ପରମିଟ୍‌ ପାଇଥାଏ ତେବେ ନମ୍ବର ପ୍ଲେଟ୍‌ ରଙ୍ଗ କାହିଁକି ଧଳା ଥିଲା ତାହା ଅନେକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲାପାଳଙ୍କୁ ତାଙ୍କ ମୋବାଇଲ ଫୋନ୍‌ ଓ ହ୍ବାଟ୍ସଆପ୍‌ ନମ୍ବର ଯୋଗେ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା କ’ଣ ପଡିବ ତାଲା

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗୁରୁବାର ଗାଇଡଲାଇନ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ ଯାଏ ଲକଡାଉନ ବଳବତ୍ତର ରହିବ। ପୂର୍ବଭଳି ରାଜ୍ୟରେ...

ଗଡ଼ିଶାଗୋଦା-ଜଙ୍କିଆ ଦୟାନଦୀ ବନ୍ଧ କାମ ନିମ୍ନମାନର

କଣାସ,୧୬।୧୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ରାସ୍ତାଘାଟର ନିର୍ମାଣ ଦିଗରେ ଅଧିକ ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ...

ଜବରଦଖଲରେ ମୁଖ୍ୟ ରାସ୍ତା, ବଢୁଛି ଟ୍ରାଫିକ୍‌ ସମସ୍ୟା

ଚିକିଟି,୨୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ଗୁରୁତର ହେବାରେ ଲାଗିଛି ।ବଜାରର ଅଣଓସାରିଆ ରାସ୍ତା ଏହାର ମୁଖ୍ୟ କାରଣ ।...

କରୋନା ମୁକାବିଲା ପାଇଁ ଆହ୍ବାନ: ଗଠନ ହେଲା ପଞ୍ଚାୟତସ୍ତରୀୟ, ଗ୍ରାମ୍ୟସ୍ତରୀୟ କମିଟି

ଆରଡି,୨୮ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର କରୋନା ମୁକାବିଲା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ସରପଞ୍ଚ ଅରବିନ୍ଦ ପାଢ଼ୀ...

ସାର କଳାବଜାର ନେଇ ଚଢାଉ: ଜଣଙ୍କୁ ନୋଟିସ

କେନ୍ଦୁଝର, ୨୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କୃଷି ବିଭାଗ ଫର୍ଟିଲାଇଜର ସ୍କ୍ବାର୍ଡ ପକ୍ଷରୁ ସୋମବାର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ବଜାରରେ ଥିବା ସାର...

ନୂଆ ଶ୍ରମ ଆଇନକୁ ବିରୋଧ

ଭୁବନେଶ୍ୱର(ବ୍ୟୁରୋ)/ ନୂଆଦିଲ୍ଲୀ, ୨୫।୬: ଦେଶରେ ଆସନ୍ତା ୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି ନୂଆ ଶ୍ରମ ଆଇନ ଲାଗୁ ହୁଏ, ତା’ହେଲେ ଶ୍ରମିକମାନେ ବ୍ୟାପକ...

ଛାତ୍ରୀଛାତ୍ର ପିଉଛନ୍ତି ନଳକୂପର ଗୋଳିଆ ପାଣି

ଲାଠୋର, ୨୩ା୬(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି। ଏଠାରେ ୧୩୮ଜଣ ଛାତ୍ରୀଛାତ୍ର...

ନବନିର୍ବାଚିତ ସରପଞ୍ଚଙ୍କ ସମେତ ୪ ଗିରଫ

ଦେବଗଡ଼,୨୮।୩(ଡି.ଏନ୍‌.ଏ.)-ନିଜକୁ ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ସଦସ୍ୟ ବୋଲି କହି ପିସ୍ତଲ ଦେଖାଇ ଭୟଭୀତ କରି ଦେବଗଡ଼ ଜିଲା ବାରକୋଟ ଥାନା ଅଞ୍ଚଳର...

Advertisement
Archives

Model This Week