ଜିଏସ୍‌ଟି ପୈଠ ନ କଲେ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭-୧୨: ଧାର୍ଯ୍ୟ ସମୟରେ ଜିଏସ୍‌ଟି ପୈଠ କରୁ ନ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସରକାର ଏବେ ଆଭିମୁଖ୍ୟ ବଦଳାଇଛନ୍ତି। ଏହି ଲୋକମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ହେବ ବୋଲି କୁହାଯାଉଛି। ଜିଏସ୍‌ଟିଆର୍‌-୩ବି ଟିକସଦାତାଙ୍କ ପାଖକୁ ୫ ଦିନ ପରେ ନୋଟିସ ଜାରି କରାଯିବ ବୋଲି ସୂଚନା ରହିଛି। ଟିକସ ପୈଠ କ୍ଷେତ୍ରରେ ଟାଇମ୍‌ ଲାଇନ ରହୁ ନ ଥିବାରୁ ବିଭିନ୍ନ ରାଜ୍ୟରେ ଟିକସ ସଂଗ୍ରହ ନେଇ ତାରତମ୍ୟ ଦେଖାଯାଉଛି। ଏହାକୁ ନଜରରେ ରଖି କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରାଯାଇଛି। ଟିକସଦାତାଙ୍କୁ ନୋଟିସ ଗଲା ପରେ ଯଦି ଫାଇଲିଂ ନ ହୁଏ ତେବେ ୧୫ ଦିନ ପରେ ଆସେସ୍‌ମେଣ୍ଟ ନୋଟିସ ପୁଣି ଦିଆଯିବ। ଏହା ପରେ ରେସ୍‌ପନ୍ସ ନ ମିଳିଲେ ଟିକସ ଅଧିକାରୀ ଆସେସିଙ୍କ ଉପଲବ୍ଧ ରେକର୍ଡ ଏବଂ ଡାଟା ଆଧାରରେ ଆସେସ୍‌ମେଣ୍ଟ ଦ୍ୱାରା ଟିକସ ଡିମାଣ୍ଡ ଅସୁଲ କରିପାରିବେ।
ଲଗାତର ୨ ମାସ ଲାଗି ରିଟର୍ନ ଭରୁ ନ ଥିବା ଲୋକଙ୍କ ଇ-ଓ୍ବେବିଲ ରଦ୍ଦ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୬ ମାସ ଧରି ରିଟର୍ନ ଭରୁ ନ ଥିବା ଲୋକଙ୍କ ଲାଗି ପଞ୍ଜୀକରଣ ମଧ୍ୟ ରଦ୍ଦ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ବ୍ୟବସାୟୀଙ୍କ ଇ-ଓ୍ବେବିଲ ବ୍ଲକ୍‌ କରାଯାଇଛି। ସେହିଭଳି ୧୨.୫ ଲକ୍ଷ ବ୍ୟବସାୟୀଙ୍କ ପଞ୍ଜୀକରଣ ରଦ୍ଦ କରିବା ଲାଗି ନିଷ୍ପତ୍ତି ହୋଇଛି। ଜିଏସ୍‌ଟି ରିଟର୍ନ ଫାଇଲ କରୁ ନ ଥିଲେ ସାରା ଦେଶ ଲାଗି ଏକକ ସମୟ ଏବଂ ଗୋଟିଏ ପ୍ରକାରର ଫର୍ମ, ନୋଟିସ ବା ଡିମାଣ୍ଡ ନୋଟିସ ଜାରି ହେବ ବୋଲି ଜିଏସ୍‌ଟିର ପ୍ରିନ୍ସପାଲ କମିଶନର ଯୋଗେନ୍ଦ୍ର ଗର୍ଗ କହିଛନ୍ତି। ସେହିଭଳି ଜିଏସ୍‌ଟି ଫାଇଲ କରୁ ନ ଥିଲେ ସେକ୍ସନ ୩୯,୪୪ ବା ୪୫ ମୁତାବକ ଡିଫଲ୍ଟର ଘୋଷଣା କରାଯିବ। ଟିକସ ପ୍ରଦାନ ଶେଷ ତାରିଖର ୫ ଦିନ ଗଲା ପରେ ଜିଏସ୍‌ଟିଆର୍‌-୩ଏ ନୋଟିସ ଜାରି କରାଯିବ। ସେହିଭଳି ୧୫ ଦିନରେ ଟିକସ ପ୍ରଦାନ କରିବା ଲାଗି କୁହାଯିବ। ପୈଠ ନ କ୍ଷେତ୍ରରେ ଏଏସ୍‌ଏମ୍‌ଟି-୧୩ ଦ୍ୱାରା ୩୦ ଦିନର ଡେଡ ଲାଇନ ସହ ଆସେସମେଣ୍ଟ ନୋଟିସ ପଠାଯିବ। ଏହା ପରେ ଅଧିକାରୀ ଇ-ଓ୍ବେ ବିଲ୍‌ ରେକର୍ଡ, ଜିଏସ୍‌ଟିଆର୍‌ ୨-ଏ ଡାଟା ଏବଂ ବ୍ୟାଙ୍କ ନେଣଦେଣ ଆଧାରରେ ଟିକସ ଡିମାଣ୍ଡ ଅସୁଲ କରିପାରିବେ।
ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି ଜବତ ହୋଇପାରେ
ଜିଏସ୍‌ଟି ରିଟର୍ନ ଫାଇଲ କରୁ ନ ଥିଲେ ଟିକସ ଅଧିକାରୀଙ୍କ ଦ୍ୱାରା ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇପାରେ। ଜାରି ହୋଇଥିବା ଏସ୍‌ଓପି ମୁତାବକ କେନ୍ଦ୍ରୀୟ ଜିଏସ୍‌ଟି ଧାରା ୮୩ ମୁତାବକ ଜିଏସ୍‌ଟି କମିଶନର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏକ ଆକଳନ ମୁତାବକ ୨୦ ଲକ୍ଷରୁ ଅଧିକ ଟିକସଦାତା ନିୟମିତ ଭିତ୍ତିରେ ଜିଏସ୍‌ଟି ପ୍ରଦାନ କରୁ ନାହାନ୍ତି। ଏହାବାଦ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ୬ ମାସରୁ ଅଧିକ ସମୟ ହେବ ରିଟର୍ନ ଫାଇଲ କରିନାହାନ୍ତି। ଟିକସ ଫାଇଲ ନ କରିବା ଯୋଗୁ ଅଧିକ ପରିମାଣର ଟିକସ ଚୋରି ହେଉଥିବା ସରକାର ଆକଳନ କରିଛନ୍ତି। ଏହା ଉପରେ ଲଗାମ ଲାଗିଲେ ସପ୍ଲାଇ ଚେନ୍‌ର ଅନ୍ୟ ବ୍ୟବସାୟୀମାନେ ମଧ୍ୟ ନିୟମିତ ଭାବେ ଟିକସ ପ୍ରଦାନ କରିବାକୁ ବାଧ୍ୟ ହେବେ। ସରକାର ମିଥ୍ୟା ଆଇଟିସି କ୍ଲେମ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ହେଲେ ବୃହତ୍‌ ପରିମାଣର ଲୋକ ଟିକସ ଫାଇଲ ନ କରିବା ଯୋଗୁ ରାଜସ୍ବ ହ୍ରାସ ହେଉଥିବା ସହ ଟିକସ ଫସି ରହୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri