ଜିଏସ୍‌ଟିକୁ ୨ ବର୍ଷ;ଉପଲବ୍ଧି ଅନେକ, ବଦଳିନି ଆହ୍ବାନ

ନୂଆଦିଲ୍ଲୀ,୨-୭: ଦୁଇବର୍ଷ ପୂର୍ବେ ଆଜିର ଦିନରେ ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହୋଇଥିଲା। ପରୋକ୍ଷ ଟିକସ କ୍ଷେତ୍ରରେ ଏକାଧିକ ନିୟମକୁ ପ୍ରତ୍ୟାହାର କରାଯାଇ ଦେଶରେ ଏକକ ଟିକସ ବ୍ୟବସ୍ଥା ଲାଗୁ କରାଗଲା। ଜିଏସ୍‌ଟି ଲାଗୁ ହେବା ପ୍ରାରମ୍ଭିକ ପର୍ଯ୍ୟାୟ ଉଭୟ ସରକାର ଓ ବ୍ୟବସାୟୀଙ୍କ ପାଇଁ ଆହ୍ବାନ ଥିଲା। ସମ୍ରକ୍ରମେ ଏଥିରେ ସ୍ଥିରତା ଆସିବାରେ ଲାଗିଛି। ତଥାପି ଏଭଳି ବହୁ ପ୍ରସଙ୍ଗ ରହିଛି, ଯାହାର ସମାଧାନ ହେବା ଅପେକ୍ଷାରେ ରହିଛି ଉଦ୍ୟୋଗ ଜଗତ। ଜିଏସ୍‌ଟି ଆଇନ, ନିୟମରେ ସଂଶୋଧନ ପାଇଁ ଆଜି ସୁଦ୍ଧା ଜିଏସ୍‌ଟି କାଉନସିଲ୍‌ର ୩୫ ଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ୨ ବର୍ଷ ଭିତରେ ଦେଶରେ ଜିଏସ୍‌ଟି ଆଇନ ଲାଗୁ କରିବା କ୍ଷେତ୍ରରେ ଅନେକ ଉପଲବ୍ଧି ହାସଲ କରିଛି ସତ, ତଥାପି ସରକାରଙ୍କ ସମ୍ମୁଖରେ ବହୁ ଆହ୍ବାନ ରହିଛି, ଯାହାର ସମାଧାନ ନିହାତି ଜରୁରୀ।
ରିଟର୍ନ ଦାଖଲ
ପ୍ରାରମ୍ଭରେ ମାସିକ ରିଟର୍ନ ଦାଖଲ କରିବାରେ ଅସୁବିଧା ହେଉଥିଲା। ତେବେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇପାରିଛି ଏବଂ ଏବେ ଏହା ସ୍ଥିର ହୋଇଛି। ତେବେ ନୂଆ ଦାଖଲ ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି। ତେବେ ବ୍ୟବସାୟୀ, ଉଦ୍ୟୋଗ ଜଗତ ଏହି ବ୍ୟବସ୍ଥା ପ୍ରତି ସମ୍ପୂର୍ଣ୍ଣ ସଚେତନ ନ ହେବା ପର୍ଯ୍ୟନ୍ତ ଏହାକୁ ତରବରିଆ ଭାବେ ଲାଗୁ କରାଯିବା ଅନୁଚିତ୍‌ ହେବ। ଆର୍ଥିକ ବର୍ଷର ମଧ୍ୟଭାଗରେ ବ୍ୟବସ୍ଥାରେ ପରିବର୍ତ୍ତନ ଅସୁବିଧାର କାରଣ ହୋଇପାରେ। କାରଣ ଆକାଉଣ୍ଟିଂ ବ୍ୟବସ୍ଥାରେ ସଂଶୋଧନର ଆବଶ୍ୟକତା ରହିଛି। ଏକ ଆକଳନରୁ ଜଣାପଡିଛି ଯେ, ଜିଏସ୍‌ଟି ଲାଗୁ ହେବାର ୨ ବର୍ଷ ପରେ ମଧ୍ୟ ରିଟର୍ନ ଦାଖଲ ଏହାର ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିନାହିଁ। ହାରାହାରି ୬୦ ପ୍ରତିଶତ ହାରରେ ନିର୍ଦ୍ଧାରିତ ସମୟ ପରେ ଜିଏସ୍‌ଟିଆର-୩ବି ଦାଖଲ କରାଯାଉଛି।
ଇ-ଇନ୍‌ଭଏସ୍‌ ବ୍ୟବସ୍ଥା
ଇ-ଇନ୍‌ଭଏସ୍‌ ବ୍ୟବସ୍ଥା ଲାଗୁ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ବର୍ତ୍ତମାନ ପରିସ୍ଥିତିରେ ଏହାକୁ ଲାଗୁ କରିବା ଦ୍ୱାରା ଅସୁବିଧା ଦ୍ୱିଗୁଣିତ ହେବ। ତେବେ ଜିଏସ୍‌ଟିଏନ୍‌ ନେଟ୍‌ଓ୍ବର୍କ ବ୍ରେକ୍‌ ଡାଉନ ଅର୍ଥାତ ଖରାପ ହେବା ସ୍ଥିତିରେ ଇନ୍‌ଭଏସ୍‌ କିପରି ଜାରି କରାଯିବ ସେ ନେଇ ସରକାରଙ୍କ ପକ୍ଷରୁ ସ୍ଥିତି ସ୍ପଷ୍ଟ ହେବା ଉଚିତ୍‌। ଜିଏସ୍‌ଟିଏନ୍‌ ଖରାପ ହେବା ସ୍ଥିତିରେ ବ୍ୟବସାୟୀମାନେ ଇନ୍‌ଭଏସ୍‌ ଜାରି କରିବା ବନ୍ଦ କରିଦେବେ କି?
ରିଫଣ୍ଡ୍‌
ରିଫଣ୍ଡ ପ୍ରକ୍ରିୟା ଅନେକାଂଶରେ ସରଳ ହେଲାଣି ଓ ଧାରାରେ ପଡିଲାଣି। ରପ୍ତାନିକାରୀମାନେ ସୀମାଶୁଳ୍କ ବିଭାଗରୁ ସିଧାସଳଖ ସେମାନଙ୍କ ରିଫଣ୍ଡ ପାଇବା ଆରମ୍ଭ କଲେଣି। ସେମାନଙ୍କୁ ୯୦% ପର୍ଯ୍ୟନ୍ତ ରିଫଣ୍ଡ ତୁରନ୍ତ ମିଳିଯାଉଛି। ଜିଏସ୍‌ଟି ରିଫଣ୍ଡରେ ବିଳମ୍ବ କାରଣରୁ କାର୍ଯ୍ୟକାରୀ ଅର୍ଥକୁ ନେଇ ଥିବା ବିବାଦ ଅନେକାଂଶରେ ସମାଧାନ ହୋଇଗଲାଣି। ତେବେ ସମସ୍ତ ରିଫଣ୍ଡର ଯାଞ୍ଚ କରାଯିବ ବୋଲି ନିକଟରେ ସରକାରଙ୍କ ପକ୍ଷରୁ ଏକ ବିବୃତି ଜାରି କରାଯିବା ପରେ ରପ୍ତାନିକାରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି।
ସେସ୍‌ ଲାଗୁ କରିବା
ଜିଏସ୍‌ଟି କାଉନସିଲ୍‌ ପ୍ରଥମଥର କେରଳ ପ୍ରାକୃତିକ ବିପର୍ଯ୍ୟୟ ସେସ୍‌ ଲାଗୁ କରିଛି। ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। କାରଣ ଜନକଲ୍ୟାଣ ଲାଗି ଅନ୍ୟ ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଏଭଳି ସେସ୍‌ ଲାଗୁ କରିବାକୁ ପଛାଇବେ ନାହିଁ।
ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ଯାଞ୍ଚ
ବ୍ୟବସାୟୀମାନେ ଦାବି କରିଥିବା ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟକୁ ପର୍ଯ୍ୟାୟକ୍ରମେ ଜିଏସ୍‌ଟିଏନ୍‌ ସହ ଯାଞ୍ଚ କରିବା ଲାଗି ସରକାରଙ୍କ ନିଷ୍ପତ୍ତି ଯୋଗୁ ବ୍ୟବସାୟୀ ଓ ଉଦ୍ୟୋଗ ଜଗତରେ ଅସନ୍ତୋଷ ଭରି ରହିଛି। ତେବେ ଜିଏସ୍‌ଟିଏନ୍‌ରେ ଦର୍ଶାଯାଇଥିବା ଜିଏସ୍‌ଟି ରିଟର୍ନ, ଜିଏସ୍‌ଟିଆର୍‌୨ଏର ତଥ୍ୟ ଦିଆଯାଉଥିବା ନୋଟିସ ସହ ମେଳ ଖାଉ ନଥିବାରୁ ଉଦ୍ୟୋଗ ଜଗତ ସର୍ବଦା ଦ୍ୱନ୍ଦ୍ୱରେ ରହୁଛି। କେଉଁ ତଥ୍ୟ ଆଧାରରେ ନୋଟିସ ଦିଆଯାଉଛି, ତାହା ମଧ୍ୟ ଆୟକର ଅଧିକାରୀ ସ୍ପଷ୍ଟ କରୁନାହାନ୍ତି।
ବାରମ୍ବାର ପରିବର୍ତ୍ତନ
ଜିଏସ୍‌ଟି ଆଦାୟ ବୃଦ୍ଧି ସହ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସହଜ ତଥା ସରଳ କରିବା ଲାଗି ଜିଏସ୍‌ଟି କାଉନସିଲ୍‌ ପକ୍ଷରୁ ବାରମ୍ବାର ନିଷ୍ପତ୍ତି ନିଆଯାଉଛି। ଫଳରେ ନିୟମରେ ଏକାଧିକ ଥର ପରିବର୍ତ୍ତନ ହେଉଛି। ତେବେ ସ୍ପଷ୍ଟତା ପାଇଁ ନିୟମରେ ସଂଶୋଧନ ହେବା ଜରୁରୀ। କିନ୍ତୁ ଏହାଦ୍ୱାରା ନିଷ୍ପତ୍ତି ନେବା ପ୍ରଭାବିତ ହେଉଛି। ରିଏଲ ଇଷ୍ଟେଟ ସେକ୍ଟରରେ ନୂଆ ସ୍କିମ୍‌ ଲାଗୁ କରାଯାଇଥିବା ବେଳେ ଏଥିରେ କେତେକ ସର୍ତ୍ତାରୋପ କରାଯାଇଛି। ବିଲ୍‌ଡର ଓ ରିଏଲ ଇଷ୍ଟେଟ୍‌ ଡେଭଲପ୍‌ର କେଉଁ ନିୟମକୁ ଆପଣାଇବେ, ସେନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି।
ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ
ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ ଜିଏସ୍‌ଟି ଯୁଗ ଆରମ୍ଭ ପୂର୍ବରୁ ବ୍ୟବସାୟୀ ଓ ଟିକସ ଅଧିକାରୀଙ୍କ ମଧ୍ୟରେ ବିବାଦର କେନ୍ଦ୍ରବିନ୍ଦୁ ହୋଇଛି। ସାମାନ୍ୟ ତ୍ରୁଟି, ନିୟମର ଦ୍ୱାହି ଦେଇ ଟିକସ ଅଧିକାରୀମାନେ ବ୍ୟବସାୟୀଙ୍କଠାରୁ ଟିକସ ଆଦାୟ କରୁଛନ୍ତି, ଯାହାକୁ ସେମାନେ ବିରୋଧ କରିଆସୁଛନ୍ତି। ଏହାକୁ ନେଇ ବିଭିନ୍ନ ଅଦାଲତ ପକ୍ଷରୁ ମଧ୍ୟ ପ୍ରକାଶିତ ରାୟରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଛୋଟ ଭୁଲ୍‌ ପାଇଁ ବ୍ୟବସାୟୀଙ୍କଠାରୁ ଜବରଦସ୍ତ ଟିକସ ଆଦାୟ ନ କରିବା ଲାଗି ଅଦାଲତଗୁଡ଼ିକ ରାୟ ଦେଇଥିଲେ ମଧ୍ୟ ଏଭଳି ପ୍ରକ୍ରିୟା ଜାରି ରହିଛି।
ସରକାରଙ୍କ ସମ୍ମୁଖରେ ଆହ୍ବାନ
ଜିଏସ୍‌ଟି ବିବାଦ ବିଶେଷଜ୍ଞ ଅଶୋକ ବତ୍ରାଙ୍କ କହିବାନୁଯାୟୀ, ବିଗତ ୨ ବର୍ଷ ମଧ୍ୟରେ ଟିକସଦାତା ଏବଂ ରାଜସ୍ବ ଆଦାୟ ମଧ୍ୟରେ ସନ୍ତୁଳନ କାଏମ ରଖିବାରେ ସରକାର ଅନେକାଂଶରେ ସଫଳ ହୋଇଛନ୍ତି। ସମସ୍ୟା ସୃଷ୍ଟି ହେବା ମାତ୍ରେ ଏହା ଉପରେ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ମଧ୍ୟ ଟିକସ ଆଦାୟ ଏବେ ସୁଦ୍ଧା ଏକ ବଡ଼ ଆହ୍ବାନ ହୋଇଛି। ଏଥିଲାଗି ଜାଲ୍‌ ବିଲ୍‌ ପ୍ରଦାନକୁ କାବୁ କରିବାକୁ ହେବ। ବ୍ୟବସାୟୀ ଓ ଅଧିକାରୀଙ୍କ ମଧ୍ୟରେ ମାନସିକତାରେ ପରିବର୍ତ୍ତନ କରିବା ଲାଗି ଟ୍ରେନିଂର ଆବଶ୍ୟକତା ରହିଛି। ଜିଏସ୍‌ଟି କନସଲଟାଣ୍ଟ ସୁଧିର ହାଲାଖଣ୍ଡି କହିଛନ୍ତି ଯେ, ଅଦ୍ୟାବଧି ଅଧିକାଂଶ ବିବାଦ କ୍ଷେତ୍ରରେ ସରକାର ଟାଳିବା ମନୋବୃତ୍ତି ଆପଣାଉଛନ୍ତି। ମାସିକ ରିଟର୍ନରୁ ଆରମ୍ଭ କରି ବାର୍ଷିକ ରିଟର୍ନ ଦାଖଲ ସମୟସୀମା ବୃଦ୍ଧି କରିବା ଏହାର ପ୍ରମାଣ ଦିଏ। ଆର୍‌ସିଏମ୍‌ ମଧ୍ୟ ଏଭଳି ଏକ ସମସ୍ୟା, ଯାହାର ସମାଧାନ ସରକାରଙ୍କୁ ଶୀଘ୍ର କରିବାକୁ ହେବ। ଏବେ ସରକାରଙ୍କୁ ଟାଳିବା ଛାଡ଼ି ସମାଧାନ ପନ୍ଥା ଆପଣାଇବାକୁ ହେବ।
ଭାରତ ଭଳି ବିଶାଳ ଦେଶରେ ଜିଏସ୍‌ଟିକୁ ଲାଗୁ କରିବା ଏକ ବଡ଼ ଉପଲବ୍ଧି କୁହାଯାଇପାରେ। ପ୍ରତ୍ୟେକ ବ୍ୟବସ୍ଥାରେ ଆହ୍ବାନ ଆସିଥାଏ। ଟିକସ ଫାଙ୍କି ବଦଳରେ କେବଳ ସାମାନ୍ୟ ତ୍ରୁଟି ପାଇଁ ଟିକସଦାତାଙ୍କୁ ଦଣ୍ଡିତ କରାଯିବା ବନ୍ଦ ହେବା ଦରକାର। ପରୋକ୍ଷ ବ୍ୟବସ୍ଥା ଅଧିକ ଶକ୍ତିଶାଳୀ କରାଯିବା ସହ ଆଇନରେ ସ୍ବଳ୍ପ ପରିବର୍ତ୍ତନ ଓ ଜିଏସ୍‌ଟିଏନ୍‌କୁ ଅଧିକ କାର୍ଯ୍ୟକାରୀ କରାଗଲେ ଏହା ସଫଳତାର ଯାତ୍ରା ଆଗକୁ ବଢ଼ିବ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri