ଜିଆଇଏସ୍‌ ମ୍ୟାପିଂରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ତଥ୍ୟ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ କୋଭିଡ୍‌ ହସ୍ପିଟାଲ ବାବଦରେ ଜିଆଇଏସ୍‌ (ଜିଓଗ୍ରାଫିକ୍‌ ଇନଫରମେଶନ ସିଷ୍ଟମ) ମ୍ୟାପିଂ କରାଯାଇଛି। ଅକ୍ଷାଂଶ ଓ ଦ୍ରାଘିମାକୁ ଆଧାର କରି ରାଜ୍ୟ ସରକାର ଏହି ନୂଆ ବ୍ୟବସ୍ଥାକୁ ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ସ୍ପେସ ଆପ୍ଲିକେଶନ ସେଣ୍ଟର ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ଏହି ପ୍ରଣାଳୀ ଦ୍ୱାରା ପ୍ରଥମେ ଅସ୍ଥାୟୀ ମେଡିକାଲ ସେଣ୍ଟରକୁ ମ୍ୟାପିଂ କରାଯାଇଛି। ଗୁରୁବାରଠାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନଲାଇନ ମାଧ୍ୟମରେ ଏହି ମ୍ୟାପିଂ ବ୍ୟବସ୍ଥାକୁ ସମସ୍ତେ ଦେଖିପାରିବେ ବୋଲି ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର କହିଛନ୍ତି। ସମଗ୍ର ରାଜ୍ୟରେ କରୋନା ମୁକାବିଲା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଣ୍ଟା ଭିଡ଼ିଛି। କୋଭିଡ୍‌ ପଞ୍ଜୀକରଣ ହେଉ ବା କ୍ୱାରାଣ୍ଟାଇନ୍‌ ସେଣ୍ଟର ବାବଦରେ ତଥ୍ୟ ଜାଣିବା ଏହି ବିଭାଗ କିଭଳି କାର୍ଯ୍ୟ କରୁଛି ସେ ବାବଦରେ ସଚିବ ମିଶ୍ର ବୁଧବାର ବିସ୍ତୃତ ତଥ୍ୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଦିନ କୋଭିଡ୍‌କୁ ନେଇ ଜନସାଧାରଣଙ୍କୁ ତଥ୍ୟ ଦିଆଯାଉଥିବା ବେଳେ ଉକ୍ତ ଖବରଦାତା ସମ୍ମିଳନୀରେ ସଚିବ ମିଶ୍ର ଉପସ୍ଥିତ ରହି କହିଛନ୍ତି, ରାଜ୍ୟ ଫେରନ୍ତାଙ୍କ ଅଞ୍ଚଳରେ କ୍ୱାରାଣ୍ଟାଇନ ସେଣ୍ଟରର ଅବସ୍ଥା କେମିତି ଅଛି, ସେଗୁଡ଼ିକୁ ଲୋକେ ଏବେ ଦେଖିପାରିବେ। ଏ ନେଇ ସରକାରଙ୍କ ଦ୍ୱାରା ଏବେ ଜିଆଇଏସ୍‌ ମ୍ୟାପିଂ ଆରମ୍ଭ କରାଯାଇଛି। ଏହି ମ୍ୟାପିଂ ବ୍ୟବସ୍ଥା ଅନୁଯାୟୀ ପ୍ରତି ଜିଲାରେ କେତୋଟି ଟିଏମସି (ଅସ୍ଥାୟୀ ମେଡିକାଲ ସେଣ୍ଟର) ରହିଛି ତାହା ପ୍ରଦର୍ଶିତ ହେବ। ପ୍ରତି ଟିଏମ୍‌ସି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଜଣେ ପାଇପାରିବ। ଟିଏମ୍‌ସିରେ କେତେ ସଂଖ୍ୟାରେ ବେଡ୍‌ ଅଛି, ନୋଡାଲ ଅଧିକାରୀଙ୍କ ନାମ ସହ ତାଙ୍କ ମୋବାଇଲ ନମ୍ବର ମଧ୍ୟ ଉପଲବ୍ଧ ରହିଛି। ଏହାସହ ସେହି ସେଣ୍ଟରରେ କିଭଳି ବ୍ୟବସ୍ଥା ଅଛି ତାହାର ଫଟୋ ମଧ୍ୟ ଦେଖିପାରିବେ। ଯିଏ ବି ଓଡ଼ିଶା ବାହାରୁ ଆସୁଛନ୍ତି ସେମାନେ ଚାହିଁଲେ ନିଜ ଗାଁ ପାଖରେ କେଉଁଠାରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ବାବଦରେ ଜାଣିପାରିବେ। ସେହିପରି କେବଳ ଅସ୍ଥାୟୀ ମେଡିକାଲ ସେଣ୍ଟର ନୁହେଁ, ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ ବାବଦରେ ମଧ୍ୟ ଆପଣ ସମସ୍ତ ତଥ୍ୟ ଜାଣିପାରିବେ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri