ଜାମିନ ନ ଦେବାରୁ ମହିଳା ଜଜ୍‌ଙ୍କୁ ଧମକ

ଥିରୁଭାନନ୍ଥପୁରମ୍‌: ଜଣେ ମାଜିଷ୍ଟ୍ରେଟ୍‌ ଏକ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିବାରୁ ଓକିଲ ତାଙ୍କୁ ମାଡ଼ ମାରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜଜ୍‌ଙ୍କୁ ଧମକ ଦେବା ଅପରାଧରେ ୧୨ ଓକିଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଥିରୁଭାନନ୍ଥପୁରମ୍‌ରେ ଜୁଡିସିଆଲ୍‌ ଫାଷ୍ଟକ୍ଲାସ୍‌ ମାଜିଷ୍ଟ୍ରେଟ୍‌ ଦୀପା ମୋହନ ନିଜ ଏଫ୍‌ଆଇଆରରେ ଉଲ୍ଲେଖ କରିଛନ୍ତି ଯେ, ଓକିଲମାନେ ତାଙ୍କୁ ଚ୍ୟାମ୍ବର ମଧ୍ୟରେ ବନ୍ଦ କରି ‘ତୁମେ ଜଣେ ମହିଳା ହୋଇ ନ ଥିଲେ ଚ୍ୟାମ୍ବରରୁ ଘୋଷାଡ଼ି ବାହାରି କରିଥାନ୍ତୁ ଏବଂ ମାଡ଼ ମାରିଥାନ୍ତୁ’ ବୋଲି ଧମକାଇଥିଲେ। ଏହାସହ ତୁମେ ବାହାରକୁ କେମିତି ବାହାରିବ ଆମେ ଦେଖିବୁ ବୋଲି ମଧ୍ୟ ଧମକ ଦେଇଥିଲେ। ଗତ ବୁଧବାର ରାଜ୍ୟ ସଡ଼କ ପରିବହନ ନିଗମର ଜଣେ ଗାଡ଼ିଚାଳକଙ୍କୁ ଜାମିନ ନ ଦେବାରୁ ଓକିଲମାନେ ଏପରି ଧମକ ଦେଇଥିବା ସେ ଉଲ୍ଲେଖ କରିଛନ୍ତି। କୌଣସି ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ କୋର୍ଟ ବନ୍ଦ ରହିବ ବୋଲି ଓକିଲମାନେ କୋର୍ଟ ପରିସରରେ ଉପସ୍ଥିତ ଲୋକମାନଙ୍କୁ ମଧ୍ୟ କୋର୍ଟ ଛାଡ଼ିବାକୁ କହି କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଜଜ୍‌ ଅଭିଯୋଗ କରିଛନ୍ତି। ଧମକ ଦେଇଥିବା ଓକିଲଙ୍କ ମଧ୍ୟରେ ବାର୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଏବଂ ସମ୍ପାଦକ ମଧ୍ୟ ସାମିଲ ଥିବା ସେ କହିଛନ୍ତି। ତେବେ ଏହି ମାମଲାରେ କେରଳ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଜଜ୍‌ ଓକିଲମାନଙ୍କ ବିରୋଧରେ ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ପରେ ମାଗଣା ରାଶନ ଯୋଗାଣକୁ ନେଇ ଶୀଘ୍ର ନିଆଯିବ ନିଷ୍ପତ୍ତି, ୮୦ କୋଟି ଗରିବ ପାଉଛନ୍ତି ଲାଭ

ନୂଆଦିଲ୍ଲୀ,୨୦ ।୯: ଗରିବଙ୍କୁ ମାଗଣା ରାଶନ ଯୋଗାଇବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ)କୁ ୩୦ ସେପ୍ଟେମ୍ବରରୁ ବଢାଇବା ପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି...

କମ୍‌ ମାର୍କ ପାଇଁ ମାଟ୍ରିକ ବେଷ୍ଟଟେନ୍‌ରୁ ବଞ୍ଚତ୍ତ ହୋଇଥିଲି

ଭେଡ଼େନ ବିଡିଓ ମୁରଲୀଧର ନାୟକ। ଜଣେ ଆଶୁକବି। ବିଭିନ୍ନ ସଭାସମିତିରେ ସୁନ୍ଦର କବିତା, ଗୀତ ମାଧ୍ୟମରେ ନିଜର ବକ୍ତବ୍ୟ ରଖୁଥିବା ମୁରଲୀଧରଙ୍କ ଜନ୍ମ ଅନୁଗୋଳ ଜିଲା...

ମଦ ପିଇ ମହିଳା କଲେ ଏମିତି କାମ, ହୋସ୍‌ ଆସିବା ପରେ…

ମଦ୍ୟପାନ କରୁଥିବା ବ୍ୟକ୍ତି ନିଜେ ଜାଣି ପାରନ୍ତି ନାହିଁ ସେ କ’ଣ କେତେବେଳେ କରୁଛନ୍ତି। ମନକୁ ଯାହା ଯେତେବେଳେ ଆସେ ତାହା ସଙ୍ଗେ ସଙ୍ଗେ କରିଦିଅନ୍ତି।...

ପୁଲଓ୍ବାମାରେ ୨ଜଣଙ୍କୁ ଅପହରଣ କଲେ ଆତଙ୍କବାଦୀ: ଜଣଙ୍କୁ ହତ୍ୟା

ଶ୍ରୀନଗର,୨୭।୮ : ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ତ୍ରାଲରେ ସୋମବାର ସନ୍ଧ୍ୟାରେ ୨ଜଣ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଅପହରଣ କରନେଇଛନ୍ତି। ଅପହରଣ କରିଥିବା ୨ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା...

ଶିକ୍ଷକ ନ ଥିବା ସ୍କୁଲ

ଲକ୍ଷ୍ନୌ: ଏମିତି ଏକ ସ୍କୁଲ ଯେଉଁଠି ନା ଅଛନ୍ତି ଶିକ୍ଷକ ନା ପ୍ରିନ୍ସିପାଲ। ଅଛନ୍ତି କେବଳ ଛାତ୍ରୀଛାତ୍ର। କଥାଟା ଶୁଣିଲେ ସମସ୍ତଙ୍କୁ ହୁଏତ ଅଡୁଆ ଲାଗିପାରେ।...

ସିବିଆଇ, ଇଡିର ଦୁରୁପଯୋଗ ପଛରେ ମୋଦିଙ୍କ ହାତ ଥିବା ବିଶ୍ୱାସ ହେଉନି: ମମତା

କୋଲକାତା,୨୦।୯: ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଦୁରୁପଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ ବୋଲି ସେ ବିଶ୍ୱାସ କରୁ ନ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

କଂଗ୍ରେସ ନେତା ମଲ୍ଲିକାର୍ଜୁନଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ,୧୧।୪: ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ସୋମବାର ପଚରାଉଚରା କରୁଛି। ପୂର୍ବରୁ ଇଡି ତାଙ୍କୁ ପଚରାଉଚରା...

ପଳାତକଙ୍କୁ ସୁରକ୍ଷା ଦେଉଛନ୍ତି କେନ୍ଦ୍ର ସରକାର, କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୧୧।୧୦: କେନ୍ଦ୍ରର ଭାଜପା ସରକାରଙ୍କୁ କଂଗ୍ରେସ ପକ୍ଷରୁ ଟାର୍ଗେଟ୍‌ କରାଯାଇଛି। କଂଗ୍ରେସ ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅର୍ଥନୈତିକ ଅପରାଧରେ ଜଡିତ...

Advertisement
Archives

Model This Week