ଜାତୀୟ ରାଜପଥ ପାଇଁ ଅର୍ଥନୈତିକ ଅବରୋଧ: ଚେତାବନୀମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୩୫୩

ନୂଆପଡା ଅଫିସ,୨୦ା୫: ନୂଆପଡା ଜିଲାର ଲାଇଫ ଲାଇନ କୁହାଯାଉଥିବା ନୂଆପଡା-ଖଡିଆଳ ୩୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ଆଜକୁ ୫/୬ବର୍ଷ ଆରମ୍ଭ ହୋଇଥିଲେ ହେଁ ଶେଷ ହେବାର ନାଁ ଧରୁନାହିଁ । ମାତ୍ର ୬୫ କି.ମି. ଦୂର ରାସ୍ତାରେ ସବୁ ଜାଗାରେ ଖାଲଖମା ହୋଇଥିବାବେଳେ ଠିକାଦାର ବିଭିନ୍ନ ଜାଗାରେ ମାଟି ଖୋଳି ଦେଇ ଜିଲାବାସୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି । ଜିଲା ପ୍ରଶାସନ ତରଫରୁ ସବୁବେଳେ ଏଥିପ୍ରତି ପଦକ୍ଷେପ ନିଆଯାଉଛି । ଖୁବଶୀଘ୍ର ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଉଥିଲେ ହେଁ ତାହା ପୂରଣ ହେଉ ନାହିଁ । ଆଗାମୀ ୮ ଦିନ ମଧ୍ୟରେ ଏହି କାମ ଶେଷ ନ ହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ। ଅର୍ଥନୈତିକ ଅବରୋଧ କରାଯିବ ବୋଲି କୋମନା ବ୍ଲକ ନାଗରିକ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି । ସୋମବାର ନାଗରିକମାନେ ନୂଆପଡା ଆସି ଜିଲାପାଳ ଏବଂ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ନାଗରିକ ସମାଜ ପକ୍ଷରୁ କୋମନା ବ୍ଲକର ଅର୍ଜୁନ ଜଗତ, ତରୁଣ ରଥ ଏବଂ ପରଦେଶୀ ମହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ପୂର୍ବାହ୍ନରେ ନୂଆପଡା ଆସିଥିଲେ । ଜିଲାପାଳ ଡା.ପୋମା ଟୁଡୁ ଏବଂ ଏସପି ସ୍ମିତ ପରମାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଜଣାଇଛନ୍ତି ଯେ, ନିର୍ମାଣାଧୀନ ରାସ୍ତାରେ ବିଶେଷ କରି କୋମନା ବ୍ଲକ ଦଲଦଲି, ବଞ୍ଜାରୀ, ଉଦ୍ୟାନବନ୍ଧ, କୋମନା, ପେଣ୍ଡ୍ରାବନ୍ଧ ଆଦି ଅଞ୍ଚଳରେ ରାସ୍ତା ଭାଙ୍ଗି ଉଜୁଡିଯାଇଛି । ଦୁଇଚକିଆ କି ଚାରିଚକିଆ ଯାନ ଯିବାଆସିବା କଷ୍ଟକର ହୋଇପଡୁଛି । ଏଥିମଧ୍ୟରୁ ଆଜକୁ ୩ ବର୍ଷ ହେବ ଦଲଦଲି, ବଞ୍ଜାରୀ ନିକଟସ୍ଥ ଫୁଡେନ ନାଲାପୋଲ କାମ ଆରମ୍ଭ କରାଯାଇଛି । ହେଲେ ଆଜିଯାଏଁ କାମ ଶେଷ ହୋଇପାରୁନାହିଁ । କାମ ଆରମ୍ଭ କରି ଠିକାଦାର ଜଣଙ୍କ କୁଆଡେ ଚାଲିଯାଇଛନ୍ତି । ସବୁଦିନ ଏହି ରାସ୍ତା ଦେଇ ଯାଆସ କରୁଛନ୍ତି ହେଲେ କାହାରି ଦୃଷ୍ଟି ପଡୁନାହିଁ । ଏହା ଉପରେ ଅଞ୍ଚଳବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଆଗକୁ ଦୁଇ ସପ୍ତାହ ପରେ ବର୍ଷାଦିନ ମାଡିଆସୁଛି । ଠିକ ସମୟରେ କାମ କରା ନ ଯାଏ ତେବେ ଏହା ଗମନାଗମନରେ ବାଧା ସୃଷ୍ଟି କରିବ । ଆସନ୍ତା ୨୭ ତାରିଖ ଯାଏଁ କାମ ଯଦି ଆରମ୍ଭ କରା ନ ଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ନିଷ୍ପତ୍ତି ନେଇଛନ୍ତି। ୨୭ ତାରିଖଠାରୁ ବାଞ୍ଜିବାହାଲ ନିକଟରେ ଜାତୀୟ ରାଜପକୁ ଅବରୋଧ କରି ଧାରଣା ଦେବେ । ଏଥିରେ ବାଞ୍ଜିବାହାଲ, ତରବୋଡ, ପଲସିପାଣୀ, ଗନିଆରୀ, ତରବୋଡବାସୀ ସାମିଲ ରହିବେ ବୋଲି କୁହାଯାଇଛି। ଟ୍ରକ, ପିକଅପ୍‌ ଭ୍ୟାନ ସହ ସମସ୍ତ ମାଲବୁହୀ ଗାଡିକୁ ବନ୍ଦ କରାଯିବ ା ଏଥିପାଇଁ ଟ୍ରକ ମାଲିକ ସଂଘ ସହ ଅନ୍ୟାନ୍ୟ ବ୍ୟବସାୟୀମାନେ ସହଯୋଗ କରି ସାମିଲ ରହିବାକୁ ମଞ୍ଚ ପକ୍ଷରୁ ଆହ୍ବାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri