Posted inଖେଳ

ଜାତୀୟ ଜୁନିୟର ବାଳିକା ଫୁଟବଲ: ସଙ୍ଗୀତା ଓଡ଼ିଶା ଦଳର ନେତୃତ୍ୱ ନେବେ

ଭୁବନେଶ୍ୱର, ୧୭।୪(କ୍ରୀଡ଼ା ପ୍ରତିନିଧି)- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ୍‌ ଚଳିତମାସ ୨୦ରୁ ମେ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ମଙ୍ଗଳବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲର ସଙ୍ଗୀତା ଦାସ ଓଡ଼ିଶା ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ଲିଗ୍‌ ପର୍ଯ୍ୟାୟ ପାଇଁ ଓଡ଼ିଶା ଦଳ ପଣ୍ଡିଚେରୀ ଓ ଛତିଶଗଡ଼ ସହିତ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛି। ଓଡ଼ିଶା ଏହାର ପ୍ରଥମ ମ୍ୟାଚ ଛତିଶଗଡ଼ ସହିତ ଏପ୍ରିଲ ୨୧ ଓ ପଣ୍ଡିଚେରୀ ସହିତ ୨୩ ତାରିଖରେ ଖେଳିବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର କୋହ୍ଲାପୁର ଯାତ୍ରା କରିଛି। ନାଲ୍‌କୋର ଏଏଫସି ‘ସି’ ଫୁଟବଲ କୋଚ୍‌ ସୁରଜ ଥାପ୍ପା ଓଡ଼ିଶା ଦଳର କୋଚ୍‌ ଏବଂ ସୁଲତାନା ପରବିନ ମ୍ୟାନେଜରଭାବେ ଦଳସହ ଯାତ୍ରା କରିଛନ୍ତି।

ଓଡ଼ିଶା ଦଳ: ମଞ୍ଜୁ ଗାନ୍‌ଝୁ, ମିଲି ମାଝି, ସଙ୍ଗୀତା ଦାସ(ଅଧିନାୟିକା), ପୂର୍ଣ୍ଣିମା ମଲିକ, ସୁନୀତା ସୋରେନ, ମୋମିତା ସୋରୋନିଆ, ସସ୍ମିତା ଅମଙ୍ଗା, ସଲ୍‌ମା ମୁର୍ମୁ, ସାଲ୍‌ଗେ ମାଝି, ଜ୍ୟୋତ୍ସ୍ନା ଲାକ୍ରା, ସୁମିତ୍ରା ହେମ୍ବ୍ରମ, ସରିତା ସୋରେଙ୍ଗ, କ୍ରଷ୍ଣା ବାରିକ, ଜାହ୍ନବୀ କିଶାନ, ମାଳତୀ ମୁଣ୍ଡା, ଶୁଭସ୍ମିତା ଶୁଭଦର୍ଶୀ ଦାସ, ଜ୍ୟୋତି କୁମାରୀ, ମନୀଷା ନାଏକ, ବର୍ଷା ମହାକୁଡ଼, ଲକ୍ଷ୍ମୀପ୍ରୀୟା ଲେଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ-କୋହଲିଙ୍କୁ ଚେତାବନୀ ଦେଲା BCCI: ରଖିଲା ଏମିତି ସର୍ତ୍ତ

ନୂଆଦିଲ୍ଲୀ,୧୨।୧୨: ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବାର ଅନେକ ଦିନ ବିତିଗଲାଣି, କିନ୍ତୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ଏବେ ବି...

ଆଇପିଏଲ ୨୦୨୬ରେ ହେବ ବଡ଼ ଅଦଳବଦଳ: ଜାଡେଜାଙ୍କୁ ମିଳିବ ଅଧିନାୟକ ପଦ!

ମୁମ୍ବାଇ, ୧୨।୧୧: ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସକୁ ଟେକି ଦିଆଯିବାର ରିପୋର୍ଟ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ...

ଧୋନୀଙ୍କ କାରଣରୁ CSK ଛାଡୁଛନ୍ତି ଜାଡେଜା! ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ,୧୨।୧୧: ଚେନ୍ନାଇ ସୁପର କିଙ୍ଗ୍ସ ସହିତ ରବିନ୍ଦ୍ର ଜାଡେଜାଙ୍କ ୧୨ ବର୍ଷର ସମ୍ପର୍କ ଖୁବ ଶୀଘ୍ର ଶେଷ ହୋଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ରାଜସ୍ଥାନ...

ରଶିଦ ଖାନ କ’ଣ ଦ୍ୱିତୀୟ ବିବାହ କରିଛନ୍ତି? ହଇଚଇ ସୃଷ୍ଟି କଲା ଏହି ସୁନ୍ଦରୀ ମହିଳାଙ୍କ ସହିତ ଫଟୋ

ମୁମ୍ବାଇ,୧୧।୧୧: ଆଫଗାନିସ୍ତାନର ଷ୍ଟାର କ୍ରିକେଟର ରଶିଦ ଖାନ୍‌ଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋଟି ତାଙ୍କର ଏକ ଚ୍ୟାରିଟି...

ବିରାଟ କୋହଲିଙ୍କ ସହ ଆଉ ଏକ ଅନାବଶ୍ୟକ ରେକର୍ଡର ସମକକ୍ଷ ହେଲେ ବାବର ଆଜମ

ନୂଆଦିଲ୍ଲୀ,୧୧।୧୧: ପାକିସ୍ତାନର ଷ୍ଟାର୍ ବ୍ୟାଟର୍ ବାବର ଆଜମ୍‍ଙ୍କ ଖରାପ ଫର୍ମ ଜାରି ରହିଛି। ମଙ୍ଗଳବାର ରାୱଲପିଣ୍ଡିରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ସମୟରେ, ସେ...

କାହିଁକି ନାଚିଲେ ହିଟମ୍ୟାନ? ଭିଡିଓ ଆସିଲା ସାମ୍ନାକୁ, ଜାଣନ୍ତୁ କାହା ପାଇଁ ଏମିତି କଲେ ରୋହିତ

ନୂଆଦିଲ୍ଲୀ,୧୧।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା କେବଳ ପଡ଼ିଆରେ ତାଙ୍କର ଚମତ୍କାର ବ୍ୟାଟିଂ ପାଇଁ ନୁହେଁ ବରଂ ତାଙ୍କର ଖୁସମିଜାଜ ଏବଂ ବିନଦାସ୍‌...

CSK ଛାଡି ଏହି ଟିମ୍‌କୁ ଯିବେ ରବିନ୍ଦ୍ର ଜାଡେଜା! ହୋଇଗଲା ବଡ଼ ଡିଲ୍‌, IPL ନିଲାମ ପୂର୍ବରୁ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୧୧: ସଞ୍ଜୁ ସାମସନଙ୍କ ବଦଳରେ ରବିନ୍ଦ୍ର ଜାଡେଜା ଏବଂ ସାମ କୁରାନ ଚେନ୍ନାଇ ସୁପର କିଙ୍ଗସ ଛାଡି ରାଜସ୍ଥାନ ରୟାଲ୍ସକୁ ଯାଇପାରନ୍ତି। କ୍ରିକବଜ ଅନୁଯାୟୀ, ଏହି...

VIDEO: କ୍ରିକେଟରଙ୍କ ଘର ଉପରକୁ ଗୁଳିମାଡ଼, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୧୦।୧୧: ପାକିସ୍ତାନୀ ଦ୍ରୁତ ବୋଲର ନସୀମ ଶାହାଙ୍କ ଘରେ ଗୁଳିମାଡ଼ ହୋଇଥିବା ଘଟଣା ଘଟିଛି। ଏହି ଘଟଣାରେ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri