ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲର ୭ମାସ ପରେ କଟିଯାଇଥିଲା ନା: ୩ ବର୍ଷ ପରେ ମିଳିବ ଚାଉଳ

ଜଗତ୍‌ସିଂହପୁର ଅଫିସ, ୫ା୯: କୌଣସି ବ୍ୟକ୍ତି ଯେପରି ଖାଦ୍ୟ ବିନା ମୃତ୍ୟୁ ମୁଖରେ ନ ପଡନ୍ତି ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏହି ଅନୁଯାୟୀ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଉଛି। ତେବେ କେତେକ କ୍ଷେତ୍ରରେ ଆଇନକୁ ବାଟବଣା କରାଯାଉଥିବ ଅଭିଯୋଗ ହେଉଛି। ଯେଉଁଥିପାଇଁ ଅନେକ ଗରିବ ହିତାଧିକରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆର ପ୍ରମୋଦ ସ୍ବାଇଁଙ୍କ ସ୍ତ୍ରୀ ମମତାଙ୍କ କ୍ଷେତ୍ରରେ। ମମତାଙ୍କ ନାମରେ ରାଶନ କାର୍ଡ ଥିବା ବେଳେ ତାଙ୍କ ସ୍ବାମୀ ପ୍ରମୋଦ ୧୫ା୭ା୧୬ ପର୍ଯ୍ୟନ୍ତ ଢିଙ୍କିଆ ଡିଲର ପଏଣ୍ଟରୁ ଚାଉଳ ଉଠାଉଥିଲେ। ପରେ ନାଁ କଟି ଯାଇଥିବା ଦର୍ଶାଯାଇ ଡିଲର ଆଉ ତାଙ୍କୁ ଚାଉଳ ଦେଇ ନ ଥିଲେ। କାହିଁକି ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିବାରୁ ଡିଲର ତାଙ୍କୁ ଦୁର୍ବ୍ୟବହାର କରିଥିଲେ। କିଛି ଦିନ ପୂର୍ବରୁ ଏରସମା ବିଡିଓଙ୍କ ନିକଟରେ ପ୍ରମୋଦ ଏଭଳି ଅଭିଯୋଗ କଲାପରେ ତଦନ୍ତ ହୋଇଥିଲା ଏବଂ ସତ ପଦାକୁ ଆସିଛି। ତଦନ୍ତ କରିଥିବା ଏରସମା ବ୍ଲକ ଆକାଉଣ୍ଟସ୍‌ ଅଧିକାରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ମମତାଙ୍କୁ ଅନ୍ୟାୟ ଭାବେ ୩ ବର୍ଷ କାଳ ରାଶନ ଚାଉଳ ଦିଆଯାଇ ନାହିଁ। ଭୁଲ ଆଧାର ସଂଖ୍ୟା ସଂଯୋଗ ଯୋଗୁ ଏଭଳି ହୋଇଛି। ତେଣୁ ଯିଏ ତ୍ରୁଟି କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯଦ୍ୱାରା ଆଗକୁ ଏଭଳି ତ୍ରୁଟି ହେବନାହିଁ। ଏହି ରିପୋର୍ଟ ପାଇଲା ପରେ ମମତାଙ୍କୁ ତୁରନ୍ତ ୩ ବର୍ଷର ଚାଉଳ ଦେବା ପାଇଁ ବିଡିଓ ବ୍ଲକ ଏମ୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ତ୍ରୁଟି କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ବେହେରା କହିଛନ୍ତି, ଭୁଲ ସଂଶୋଧନ ହୋଇଯାଇଛି। ଏଣିକି ମମତାଙ୍କୁ ଗତ ୩ ବର୍ଷର ଚାଉଳ ଏକକାଳୀନ ଦିଆଯିବ। ଏଥିସହ ନିୟମିତ ଭାବେ ସେ ରାଶନ ଚାଉଳ ଉଠାଇ ପାରିବେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୁହଁ ଖୋଲି ନ ଥିଲେ। କହିଥିଲେ, ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରି ଦିଆଯାଇଛି। ଜିଲା ଯୋଗାଣ ଅଧିକାରୀ ଏହା ଉପରେ ଯାହା କିଛି ନିଷ୍ପତ୍ତି ନେଇପାରିବେ। ଏଥିରେ କିନ୍ତୁ ପ୍ରମୋଦ ସନ୍ତୁଷ୍ଟ ନୁହନ୍ତି । ସେ କହିଛନ୍ତି, ଡିଲର ତାଙ୍କୁ ଦୁର୍ବ୍ୟବହାର କରିଥିଲେ। କିିଛି ଦିନ ପୂର୍ବରୁ ତାଙ୍କ ନାଁରେ ଚାଉଳ ଉଠୁଥିବା ଜାଣିପାରିଥିଲେ। ଏହାପରେ ଅଭିଯୋଗ କଲାପରେ ଏବେ ଚାଉଳ ମିଳିବ ବୋଲି କୁହାଯାଉଛି। କିନ୍ତୁ ଯିଏ ଜାଣିଶୁଣି ତାଙ୍କ ଦାନାପାଣି ଉପରେ କୁଠାରାଘାତ କରିଛନ୍ତି ସେ ଦଣ୍ଡିତ ହେବା ଦରକାର ବୋଲି କ୍ଷୋଭର ସହ କହିଛନ୍ତି।
ମମତାଙ୍କ ପରିବାରର ୩ ଜଣ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେମାନଙ୍କୁ ମାସିକ ୧୫ କେଜି (କିଲୋଗ୍ରାମ) ହିସାବରେ ୭ ମାସ ପର୍ଯ୍ୟନ୍ତ ଚାଉଳ ଦିଆଯାଉଥିଲା। ପରେ ହଠାତ୍‌ ଦିଆଗଲାନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ନାଁକୁ ଅନ୍ତଦ୍ୱୟ ଯୋଜନାରେ ସାମିଲ କରାଯାଇ ମାସିକ ୩୫ କେଜି ହିସାବରେ ଚାଉଳ ଉଠାଯାଉଥିଲା। କମ୍ପ୍ୟୁଟର ସହାୟତାରେ ମମତାଙ୍କ ସ୍ବାମୀ ପ୍ରମୋଦ ଏହା ଜାଣିବା ପରେ ବିସ୍ମିତ ହେବା ସହ ତାଙ୍କ ପ୍ରତି କାହିଁକି ଏଭଳି ଅନ୍ୟାୟ କରାଗଲା ବୋଲି ଡିଲରଙ୍କୁ ପଚାରିିଥିଲେ। କିନ୍ତୁ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନ ଥିଲା। ଏହାପରେ ସେ ଢିଙ୍କିଆ ସମିତିସଭ୍ୟ ଦେବେନ୍ଦ୍ର ସ୍ବାଇଁଙ୍କୁ ଲିଖିତ ଭାବେ ଜଣାଇବା ସହ ଏରସମା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଡିଓଙ୍କ ନିର୍ଦ୍ଦେଶରେ ବ୍ଲକ ଆକାଉଣ୍ଟସ୍‌ ଅଧିକାରୀ ବିଭୂଦତ୍ତ ମିଶ୍ର ତଦନ୍ତ କରିଥିଲେ। ତଦନ୍ତରୁ ଜଣାପଡିଥିଲା ଯେ, ୨୦ା୭ା୧୯ରେ ସମିତିସଭ୍ୟ ସ୍ବାଇଁଙ୍କ ଅଭିଯୋଗ ଉପରେ ତଦନ୍ତ କରିଥିଲେ। ୨୪ା୭ା୧୯ରେ ସ୍ବାଇଁଙ୍କ ସହ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ଜଣାଯାଇଥିଲା ଢିଙ୍କିଆ ପଞ୍ଚାୟତରେ ୨ ଜଣ ମମତା ସ୍ବାଇଁ ଅଛନ୍ତି। ଜଣେ ଢିଙ୍କିଆର ହୋଇଥିବା ବେଳେ ଅନ୍ୟଜଣକ ତ୍ରିଲୋଚନପୁରର ମୃତ ମାଥୁରୀଙ୍କ ସ୍ତ୍ରୀ। ଢିଙ୍କିଆ ମମତା ଓ ତାଙ୍କ ସ୍ବାମୀ ପ୍ରମୋଦଙ୍କ ଆଧାର ସଂଖ୍ୟା ହେଉଛି ୬୭୯୮୩୨୩୬୬୬୯୧ ଓ ୬୫୭୬୬୪୬୫୧୦୫୩। ତ୍ରିଲୋଚନପୁର ମମତାଙ୍କ ଆଧାର ସଂଖ୍ୟା ୮୭୯୪୬୯୭୪୮୧୬୫। ପୂର୍ବରୁ ତାଙ୍କ କାର୍ଡ ସଂଖ୍ୟା ୧୨୦୩୦୭୧୨୯୫୧ ଥିଲା। କିନ୍ତୁ କାର୍ଡରେ ଭୁଲ ଆଧାର ସଂଖ୍ୟା ସଂଯୋଗ କରାଯାଇଥିବାରୁ ଏହା ବାତିଲ କରି ଦିଆଯାଇଥିଲା। ଏହି ସମୟରେ ଢିଙ୍କିଆର ମମତା ରାଶନ ପାଉଥିଲେ। ହେଲେ ପରବର୍ତ୍ତୀ ସମୟରେ ତ୍ରିଲୋଚନପୁର ମମତାଙ୍କ ଆଧାର ସଂଖ୍ୟା ଢିଙ୍କିଆର ମମତାଙ୍କ ଆଧାର ସଂଖ୍ୟାରେ ସଂଯୋଗ କରି ଦିଆଯାଇଥିଲା। ଯେଉଁ କାରଣରୁ ଢିଙ୍କିଆର ମମତା ରାଶନ କାର୍ଡ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ୧୫ା୭ା୧୬ ପର୍ଯ୍ୟନ୍ତ ସେ ଚାଉଳ ଗ୍ରହଣ କରିଥିଲେ। ପରେ ତାଙ୍କୁ ଦିଆଯାଇ ନ ଥିଲା । ଭୁଲ ଆଧାର ଲିଙ୍କେଜ ଯୋଗୁ ଢିଙ୍କିଆର ମମତାଙ୍କୁ ୩ ବର୍ଷ କାଳ ତାଙ୍କର କିଛି ତ୍ରୁଟି ନ ଥାଇ ରାଶନ ଦିଆଯାଇ ନ ଥିଲା ବୋଲି ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri