ଜାତୀୟ କ୍ୟାମେରା ଦିବସରେ ସ୍ବତନ୍ତ୍ର ପ୍ରଦର୍ଶନୀ: ବହୁ ବିରଳ କ୍ୟାମେରା ପ୍ରଦର୍ଶିତ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ପୋଲାରଏଡ୍‌ କ୍ୟାମେରାରୁ ଆରମ୍ଭକରି ଷ୍ଟୁଡିଓ ପ୍ଲେଟ୍‌ କ୍ୟାମେରା, ୟାଶିକାରୁ ହାଇମାକ୍ସ ପର୍ଯ୍ୟନ୍ତ। କ୍ୟାମେରା ଉଦ୍ଭାବନ ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ଶତାଧିକ ଡିଜାଇନ୍‌ର ପୁରାତନ କ୍ୟାମେରା ଦେଖିବାକୁ ମିଳିଥିଲା ଗୋଟିଏ ସ୍ଥାନରେ। ଜୁନ୍‌ ୨୯ ଜାତୀୟ କ୍ୟାମେରା ଦିବସ ଉପଲକ୍ଷେ ଶନିବାର ସୂଚନା ଭବନଠାରେ ଆୟୋଜିତ ସ୍ବତନ୍ତ୍ର ପ୍ରଦର୍ଶନୀରେ ଦେଖିବାକୁ ମିଳିଥିଲା ଏଭଳି ନିଆରା ତଥା ଅଦେଖା ପୁରାତନ କ୍ୟାମେରା।

ଅପରାହ୍ନ ୩ଟା ୩୦ରୁ ରାତି ୮ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଥିଲା। ଏଥିରେ ପ୍ରାୟ ୩୦ଟି କମ୍ପାନୀର ଦୁଇଶହରୁ ଊର୍ଦ୍ଧ୍ୱ କ୍ୟାମେରା ସ୍ଥାନ ପାଇଥିଲା। ୧୮୯୨ର ସର୍ବପୁରାତନ କ୍ୟାମେରା ଏଠାରେ ଦେଖିବାକୁ ମିଳିଥିଲା। ଏହାସହ କ୍ୟାମେରାର କ୍ରମବିର୍ତ୍ତନ ସମ୍ପର୍କରେ ଦୃଶ୍ୟଶ୍ରାବ୍ୟ ବ୍ୟବସ୍ଥା ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ପୋଲାରଏଡ୍‌ କ୍ୟାମେରା, ରୋଲିକଡ୍‌, ମାମ୍ମିୟା C୨୨୦, ମାମ୍ମିୟା C୩୩୦, ରୋଲିଫ୍ଲେକ୍ସ, ଷ୍ଟୁଡିଓ ପ୍ଲେଟ୍‌ କ୍ୟାମେରା, କୋରୋମେଟ୍‌, ଜେନା ବକ୍ସ, କୋଡାକ୍‌ ବ୍ରାଉନି, ବିଲୋରା ବକ୍ସ, ୟାଶିକା, ଲୁବିଟେଲ୍‌ ଭଳି ବହୁ ପୁରାତନ ବ୍ରାଣ୍ଡ୍‌ର କ୍ୟାମେରା ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା। ସେହିଭଳି ୧୯୫୦ରୁ ୨୦୦୦ ମସିହା ମଧ୍ୟରେ କ୍ୟାମେରାର ବ୍ୟବହାର ସର୍ବାଧିକ ବଢିଥିବାବେଳେ ଏହି ସମୟ ମଧ୍ୟରେ ବହୁ ଅତ୍ୟାଧୁନିକ କ୍ୟାମେରା ବଜାରକୁ ଆସିଥିଲା। ଏହି ସମୟ ମଧ୍ୟରେ ୟାଶିକା ଭିଭି ସନ୍‌, ୟାଶିକା ଟାଇଗର୍‌, ୟାଶିକା ଏକ୍ସଏଲ୍‌-୨, ୟାଶିକା ଆବୋକ୍ୟାମ୍‌, କ୍ୟାନନ୍‌ ଡିଏକ୍ସ୍‌, କ୍ୟାନନ୍‌ ଜେନ୍‌, ମକାଇ ଏସ୍‌ଏଲ୍‌, ହାଇମ୍ୟାକ୍ସ, କୋଡାକ୍‌ ରେଟିନା, ଅଲିମ୍ପସ୍‌ ସୁପର୍‌ ଡିଏକ୍ସ, ପ୍ରିମିୟର୍‌, ଆଶିକନ୍‌, ମିନୋଲ୍ଟା ଭଳି କ୍ୟାମେରା ବଜାରକୁ ଆସିଥିବାବେଳେ ଏହାର ବିରଳ କଲେକ୍ସନଗୁଡ଼ିକୁ ଏଠାରେ ଦେଖିବାକୁ ପାଇଥିଲେ ଦେଖଣାହାରୀ। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ପ୍ରଦର୍ଶନୀକୁ ଓଡ଼ିଆ ଫିଲ୍ମ ଜଗତର ଜଣାଶୁଣା ଚେହେରା ତଥା ଫିଲ୍ମ ନିର୍ଦ୍ଦେଶକ ରାଜୁ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଡ. ସନ୍ତୋଷ କୁମାର ମିଶ୍ର ଓ ସହ ଆୟୋଜକ ଡ. ଭବାନୀ ଶଙ୍କର ଆଚାର୍ଯ୍ୟ ଉପସ୍ଥିତ ରହି ବିଭିନ୍ନ କ୍ୟାମେରା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଅବସରରେ କ୍ୟାମେରା ସମ୍ବନ୍ଧୀୟ ଏକ ସନ୍ଦର୍ଭ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…

ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri