ଜାତୀୟ କ୍ରୀଡ଼ା ଦିବସ: ଝିଲ୍ଲୀ ଓ ଦୀପାଳି ଜିଲାର ଗୌରବ

ନୟାଗଡ଼ ଅଫିସ,୨୯।୮(ରଞ୍ଜନ କୁମାର ପ୍ରଧାନ): ଗୁରୁବାର ଜାତୀୟ କ୍ରୀଡ଼ା ଦିବସ। କ୍ରୀଡ଼ା କ୍ଷେତ୍ରକୁ ନୟାଗଡ଼ ଜିଲାର ଅବଦାନ କିଛି କମ୍‌ ନୁହେଁ। ଜିଲାର କ୍ରୀଡ଼ାବିତ୍‌ମାନେ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବା ସହ ଜିଲାର ଗୌରବ ବୃଦ୍ଧି କରିଛନ୍ତି। ସେମାନଙ୍କ ମଧ୍ୟରେ ଭାରୋତ୍ତୋଳନକାରୀ ଝିଲ୍ଲୀ ଦଳବେହେରା ଓ ଧାବିକା ଦୀପାଳି ମହାପାତ୍ର ଅନ୍ୟତମ। ଅନ୍ୟପକ୍ଷେ କନ୍ୟାଭ୍ରୂଣ ହତ୍ୟା, ନାବାଳିକା ବିବାହ ବୃଦ୍ଧି ପାଇଁ ଜିଲା ନିନ୍ଦିତ ହୋଇ ଆସୁଥିବାବେଳେ ଏପରି ସମୟରେ ଜିଲାର ଦୁଇ ଝିଅ ଝିଲ୍ଲୀ ଓ ଦୀପାଳି ଜିଲାର ଗର୍ବ ଓ ଗୌରବ ବଢ଼ାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଦୁଇ ଝିଅ ନିଜର ଦକ୍ଷତା, ପରିଶ୍ରମ ବଳରେ କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରି ଆଗକୁ ଯାଇପାରିଛନ୍ତି। ଆଗାମୀ ଦିନରେ ଆହୁରି ସଫଳତାର ଶୀର୍ଷକୁ ଯିବା ପାଇଁ ଆଶା ରଖିଛନ୍ତି।
କ୍ରୀଡ଼ା ଦିବସ ଅବସରରେ ଏହି ଦୁଇ ଖେଳାଳିଙ୍କୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା-
ଅନ୍ଧାରି ଗାଁର ଆଲୁଅ ଝିଲ୍ଲୀ ଦଳବେହେରା-ନୟାଗଡ଼ ଜିଲାର ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକର ଅନ୍ଧାରି ଗଁା ମକରପ୍ରସାଦରେ ଝିଲ୍ଲୀ ଦଳବେହେରାଙ୍କ ଜନ୍ମ। ସେହି ଗଁାର ଝିଅ ଆଜି ଭାରୋତ୍ତୋଳନରେ ରାଜ୍ୟ ତଥା ଦେଶ ପାଇଁ ଆଲୋକବର୍ତ୍ତିକା ପାଲଟିଛନ୍ତି। ଗାଁ ସ୍କୁଲରୁ ପାଠପଢ଼ା ଆରମ୍ଭ କରିବାର କିଛି ବର୍ଷ ପରେ ବୁଗୁଡ଼ା କନ୍ୟାଶ୍ରମରେ ରହି ପାଠ ପଢୁଥିଲେ। ୨୦୧୨ ମସିହାରେ ଝିଲ୍ଲୀ କନ୍ୟାଶ୍ରମରେ ରହି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ବିଦ୍ୟାଳୟକୁ ଯାଇଥିବା ଖେଳାଳି ଚୟନ ଟିମ୍‌ ତାଙ୍କୁ ଚୟନ କରିଥିଲେ। ଏହା ପରେ ସେ ଭୁବନେଶ୍ୱରରେ ରହି ପାଠପଢ଼ିବା ସହ ଭାରୋତ୍ତୋଳନ (ୱେଟଲିଫ୍ଟିଙ୍ଗ) ଶିକ୍ଷା ଲାଭ କରିଥିଲେ। ସେ ଜାତୀୟସ୍ତରରେ ୨ ଥର ସ୍ବର୍ଣ୍ଣ, ୩ ଥର ବ୍ରୋଞ୍ଜପଦକ ହାସଲ କରିଛନ୍ତି। ଚାଇନାରେ ହୋଇଥିବା ଏସିଆନ୍‌ ୱେଟଲିଫ୍ଟିଙ୍ଗ ଚାମ୍ପିୟନଶିପ୍‌ରେ ଭାଗ ନେଇ ରୌପ୍ୟପଦକ ହାସଲ କରିଥିଲେ। ସେହିଭଳି ନ୍ୟୁଜିଲାଣ୍ଡ ସାମୋଓରେ ଅନୁଷ୍ଠିତ ସିନିୟର କମନଓ୍ବେଲ୍‌ଥ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ଆସନ୍ତା ସେପ୍ଟେମ୍ବରରେ ଥାଇଲାଣ୍ଡରେ ହେବାକୁ ଥିବା ସିନିୟର ୱାଲର୍‌ଡ ଚାମ୍ପିୟନଶିପ୍‌ରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଝିଲ୍ଲୀଙ୍କ କହିବା କଥା ଝିଅମାନେ କୌଣସି ଗୁଣରେ କମ୍‌ ନୁହନ୍ତି। ମନୋବଳକୁ ଦୃଢ଼ କରିବା ସହିତ କଠିନ ପରିଶ୍ରମ କଲେ ସବୁ ଝିଅ ସଫଳତା ପାଇବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ବାପା ବିଶ୍ୱନାଥ ଦଳବେହେରା ଚାଷ କାର୍ଯ୍ୟ କରୁଥିବା ବେଳେ ମାଆ ସୁଭଦ୍ରା ଦଳବେହେରା ଜଣେ ଗୃହିଣୀ । ଝିଲ୍ଲୀଙ୍କ ସମେତ ବିଶ୍ୱନାଥଙ୍କ ୪ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଝିଲ୍ଲୀ ନୟାପଲ୍ଲୀ ଭୁବନେଶ୍ୱରସ୍ଥିତ ଦେବରାୟ କଲେଜରେ ଯୁକ୍ତ ୩ ଛାତ୍ରୀ। ସେ ତାଙ୍କର ସଫଳତା ପାଇଁ ପୂର୍ବତନ କୋଚ୍‌ ପି. ଧରମା ରାଓ ଓ ବର୍ତ୍ତମାନ କୋଚ୍‌ ବିଜୟ ଶର୍ମାଙ୍କୁ ଶ୍ରେୟ ଜଣାଇଛନ୍ତି।
ଉଜ୍ଜ୍ୱଳମୟ ଦୀପ ଦୀପାଳି ମହାପାତ୍ର – ନୟାଗଡ଼ ସହର ଶାସ୍ତ୍ରୀ କଲୋନୀରେ ରହୁଛନ୍ତି ଧାବିକା ଦୀପାଳି ମହାପାତ୍ର । କ୍ରୀଡ଼ାକ୍ଷେତ୍ରରେ ଉଜ୍ଜ୍ୱଳମୟ ଦୀପଟିଏ ହୋଇ ଜଳିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଦୌଡ଼ ପ୍ରତିଯୋଗିତାରେ ସେ ସଫଳତା ପରେ ସଫଳତା ସାଉଁଟିବାରେ ଲାଗିଛନ୍ତି। ଛୋଟ ବେଳେ ଖେଳ ପ୍ରତି ତାଙ୍କର ଆଗ୍ରହ ଦେଖି ପରିବାର ଲୋକ ବିଦ୍ୟାଳୟରେ ହେଉଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ତାଙ୍କୁ ସାମିଲ କରାଇଥିଲେ। ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଦୌଡ଼ରେ ପ୍ରଥମ ହେବା ପରେ ଦୀପାଳି ଆଉ ପଛକୁ ଫେରିନାହାନ୍ତି। ସକାଳେ ଓ ସନ୍ଧ୍ୟାରେ ନୟାଗଡ଼ କଲେଜ ପଡ଼ିଆଠାରେ ଦୌଡ଼ ଅଭ୍ୟାସ ଜାରି ରଖିଛନ୍ତି । ନଭେମ୍ବର ୨୦୧୮ରେ ବିଶ୍ୱବିଦ୍ୟାଳୟସ୍ତରୀୟ ଓ ରାଜ୍ୟସ୍ତରୀୟ ଆଥ୍‌ଲେଟିକ୍‌ ମିଟ୍‌ରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଥିଲେ। ସମୟ ପୂର୍ବରୁ ପହଞ୍ଚତ୍ ରେକର୍ଡ଼ ବ୍ରେକ ମଧ୍ୟ କରିଥିଲେ। ହାଇଦ୍ରାବାଦଠାରେ ଅନୁଷ୍ଠିତ ୧୪ତମ ୟୁଥ୍‌ ନ୍ୟାଶନାଲ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଡିସେମ୍ବର ୨୦୧୮ରେ ହୋଇଥିବା ୬୪ତମ ରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ନୟାଗଡ଼ ଜିଲା ତରଫରୁ ୧୦୦ ଓ ୨୦୦ ମିଟର ଦୌଡ଼ରେ ସେ ଭାଗ ନେଇଥିଲେ। ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଓ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଆସନ୍ତା ସେପ୍ଟେମ୍ବରରେ ରାଞ୍ଚତ୍ଠାରେ ହେବାକୁ ଥିବା ର୍ପୂବାଞ୍ଚଳ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ସେ ଅଭ୍ୟାସ କରୁଛନ୍ତି। ଭଲ ପ୍ରଦର୍ଶନ କରିବା ପାଇଁ ସେ ଆଶା ରଖିଛନ୍ତି। ଦୀପାଳି ବର୍ତ୍ତମାନ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ କଳା ଛାତ୍ରୀ। ବାପା ସୁବାସ ମହାପାତ୍ର ଜଣେ ଅବସରପ୍ରାପ୍ତ ସୈନିକ ହୋଇଥିବା ବେଳେ ମାଆ ବାସନ୍ତୀ ଦେଈ ଶିକ୍ଷୟିତ୍ରୀ। ସେ ସେମାନଙ୍କର ଏକମାତ୍ର ଝିଅ। ଘର ନୟାଗଡ଼ ବ୍ଲକ ନୋତର ପଞ୍ଚାୟତ ବଉଳସାହିରେ ହୋଇଥିବା ବେଳେ ବର୍ତ୍ତମାନ ଶାସ୍ତ୍ରୀ କଲୋନୀରେ ରହୁଛନ୍ତି। ତାଙ୍କ ମତରେ ପରିବାର ଲୋକମାନେ ଝିଅ ଓ ପୁଅଙ୍କୁ ସମାନ ଦୃଷ୍ଟିରେ ଦେଖିବା ଦରକାର। ସମସ୍ତଙ୍କୁ ସମାନ ସୁଯୋଗ ଦେଲେ ଝିଅ ମଧ୍ୟ ସବୁଥିରେ ସଫଳତା ହାସଲ କରିପାରିବ।
ନୟାଗଡ଼ ଜିଲା ତୁଳସୀପୁର ଗ୍ରାମର କିକ୍ରେଟର ରାଜେଶ ମହାନ୍ତି ଅଣ୍ଡର ୧୯(କନିଷ୍ଠ) ଏସିଆ କପ୍‌ରେ ଭାଗ ନେଇ ସଫଳତା ଆଣିଛନ୍ତି। ନୟାଗଡ଼ ସ୍ପୋର୍ଟସ ହଷ୍ଟେଲରେ ରହୁଥିବା ସମୀର କେରକେଟା ଆନ୍ତର୍ଜାତିକ ସ୍ତରରେ ଫୁଟବଲ ଖେଳି ଜିଲା ପାଇଁ ସଫଳତା ଆଣିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri