ଜାତୀୟ କ୍ରୀଡ଼ା ଦିବସ: ଝିଲ୍ଲୀ ଓ ଦୀପାଳି ଜିଲାର ଗୌରବ

ନୟାଗଡ଼ ଅଫିସ,୨୯।୮(ରଞ୍ଜନ କୁମାର ପ୍ରଧାନ): ଗୁରୁବାର ଜାତୀୟ କ୍ରୀଡ଼ା ଦିବସ। କ୍ରୀଡ଼ା କ୍ଷେତ୍ରକୁ ନୟାଗଡ଼ ଜିଲାର ଅବଦାନ କିଛି କମ୍‌ ନୁହେଁ। ଜିଲାର କ୍ରୀଡ଼ାବିତ୍‌ମାନେ ନିଜର ନିଷ୍ଠା ଓ ପରିଶ୍ରମ ବଳରେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବା ସହ ଜିଲାର ଗୌରବ ବୃଦ୍ଧି କରିଛନ୍ତି। ସେମାନଙ୍କ ମଧ୍ୟରେ ଭାରୋତ୍ତୋଳନକାରୀ ଝିଲ୍ଲୀ ଦଳବେହେରା ଓ ଧାବିକା ଦୀପାଳି ମହାପାତ୍ର ଅନ୍ୟତମ। ଅନ୍ୟପକ୍ଷେ କନ୍ୟାଭ୍ରୂଣ ହତ୍ୟା, ନାବାଳିକା ବିବାହ ବୃଦ୍ଧି ପାଇଁ ଜିଲା ନିନ୍ଦିତ ହୋଇ ଆସୁଥିବାବେଳେ ଏପରି ସମୟରେ ଜିଲାର ଦୁଇ ଝିଅ ଝିଲ୍ଲୀ ଓ ଦୀପାଳି ଜିଲାର ଗର୍ବ ଓ ଗୌରବ ବଢ଼ାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଦୁଇ ଝିଅ ନିଜର ଦକ୍ଷତା, ପରିଶ୍ରମ ବଳରେ କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରି ଆଗକୁ ଯାଇପାରିଛନ୍ତି। ଆଗାମୀ ଦିନରେ ଆହୁରି ସଫଳତାର ଶୀର୍ଷକୁ ଯିବା ପାଇଁ ଆଶା ରଖିଛନ୍ତି।
କ୍ରୀଡ଼ା ଦିବସ ଅବସରରେ ଏହି ଦୁଇ ଖେଳାଳିଙ୍କୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା-
ଅନ୍ଧାରି ଗାଁର ଆଲୁଅ ଝିଲ୍ଲୀ ଦଳବେହେରା-ନୟାଗଡ଼ ଜିଲାର ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକର ଅନ୍ଧାରି ଗଁା ମକରପ୍ରସାଦରେ ଝିଲ୍ଲୀ ଦଳବେହେରାଙ୍କ ଜନ୍ମ। ସେହି ଗଁାର ଝିଅ ଆଜି ଭାରୋତ୍ତୋଳନରେ ରାଜ୍ୟ ତଥା ଦେଶ ପାଇଁ ଆଲୋକବର୍ତ୍ତିକା ପାଲଟିଛନ୍ତି। ଗାଁ ସ୍କୁଲରୁ ପାଠପଢ଼ା ଆରମ୍ଭ କରିବାର କିଛି ବର୍ଷ ପରେ ବୁଗୁଡ଼ା କନ୍ୟାଶ୍ରମରେ ରହି ପାଠ ପଢୁଥିଲେ। ୨୦୧୨ ମସିହାରେ ଝିଲ୍ଲୀ କନ୍ୟାଶ୍ରମରେ ରହି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ବିଦ୍ୟାଳୟକୁ ଯାଇଥିବା ଖେଳାଳି ଚୟନ ଟିମ୍‌ ତାଙ୍କୁ ଚୟନ କରିଥିଲେ। ଏହା ପରେ ସେ ଭୁବନେଶ୍ୱରରେ ରହି ପାଠପଢ଼ିବା ସହ ଭାରୋତ୍ତୋଳନ (ୱେଟଲିଫ୍ଟିଙ୍ଗ) ଶିକ୍ଷା ଲାଭ କରିଥିଲେ। ସେ ଜାତୀୟସ୍ତରରେ ୨ ଥର ସ୍ବର୍ଣ୍ଣ, ୩ ଥର ବ୍ରୋଞ୍ଜପଦକ ହାସଲ କରିଛନ୍ତି। ଚାଇନାରେ ହୋଇଥିବା ଏସିଆନ୍‌ ୱେଟଲିଫ୍ଟିଙ୍ଗ ଚାମ୍ପିୟନଶିପ୍‌ରେ ଭାଗ ନେଇ ରୌପ୍ୟପଦକ ହାସଲ କରିଥିଲେ। ସେହିଭଳି ନ୍ୟୁଜିଲାଣ୍ଡ ସାମୋଓରେ ଅନୁଷ୍ଠିତ ସିନିୟର କମନଓ୍ବେଲ୍‌ଥ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ଆସନ୍ତା ସେପ୍ଟେମ୍ବରରେ ଥାଇଲାଣ୍ଡରେ ହେବାକୁ ଥିବା ସିନିୟର ୱାଲର୍‌ଡ ଚାମ୍ପିୟନଶିପ୍‌ରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଝିଲ୍ଲୀଙ୍କ କହିବା କଥା ଝିଅମାନେ କୌଣସି ଗୁଣରେ କମ୍‌ ନୁହନ୍ତି। ମନୋବଳକୁ ଦୃଢ଼ କରିବା ସହିତ କଠିନ ପରିଶ୍ରମ କଲେ ସବୁ ଝିଅ ସଫଳତା ପାଇବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ବାପା ବିଶ୍ୱନାଥ ଦଳବେହେରା ଚାଷ କାର୍ଯ୍ୟ କରୁଥିବା ବେଳେ ମାଆ ସୁଭଦ୍ରା ଦଳବେହେରା ଜଣେ ଗୃହିଣୀ । ଝିଲ୍ଲୀଙ୍କ ସମେତ ବିଶ୍ୱନାଥଙ୍କ ୪ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଝିଲ୍ଲୀ ନୟାପଲ୍ଲୀ ଭୁବନେଶ୍ୱରସ୍ଥିତ ଦେବରାୟ କଲେଜରେ ଯୁକ୍ତ ୩ ଛାତ୍ରୀ। ସେ ତାଙ୍କର ସଫଳତା ପାଇଁ ପୂର୍ବତନ କୋଚ୍‌ ପି. ଧରମା ରାଓ ଓ ବର୍ତ୍ତମାନ କୋଚ୍‌ ବିଜୟ ଶର୍ମାଙ୍କୁ ଶ୍ରେୟ ଜଣାଇଛନ୍ତି।
ଉଜ୍ଜ୍ୱଳମୟ ଦୀପ ଦୀପାଳି ମହାପାତ୍ର – ନୟାଗଡ଼ ସହର ଶାସ୍ତ୍ରୀ କଲୋନୀରେ ରହୁଛନ୍ତି ଧାବିକା ଦୀପାଳି ମହାପାତ୍ର । କ୍ରୀଡ଼ାକ୍ଷେତ୍ରରେ ଉଜ୍ଜ୍ୱଳମୟ ଦୀପଟିଏ ହୋଇ ଜଳିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଦୌଡ଼ ପ୍ରତିଯୋଗିତାରେ ସେ ସଫଳତା ପରେ ସଫଳତା ସାଉଁଟିବାରେ ଲାଗିଛନ୍ତି। ଛୋଟ ବେଳେ ଖେଳ ପ୍ରତି ତାଙ୍କର ଆଗ୍ରହ ଦେଖି ପରିବାର ଲୋକ ବିଦ୍ୟାଳୟରେ ହେଉଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ତାଙ୍କୁ ସାମିଲ କରାଇଥିଲେ। ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଦୌଡ଼ରେ ପ୍ରଥମ ହେବା ପରେ ଦୀପାଳି ଆଉ ପଛକୁ ଫେରିନାହାନ୍ତି। ସକାଳେ ଓ ସନ୍ଧ୍ୟାରେ ନୟାଗଡ଼ କଲେଜ ପଡ଼ିଆଠାରେ ଦୌଡ଼ ଅଭ୍ୟାସ ଜାରି ରଖିଛନ୍ତି । ନଭେମ୍ବର ୨୦୧୮ରେ ବିଶ୍ୱବିଦ୍ୟାଳୟସ୍ତରୀୟ ଓ ରାଜ୍ୟସ୍ତରୀୟ ଆଥ୍‌ଲେଟିକ୍‌ ମିଟ୍‌ରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଥିଲେ। ସମୟ ପୂର୍ବରୁ ପହଞ୍ଚତ୍ ରେକର୍ଡ଼ ବ୍ରେକ ମଧ୍ୟ କରିଥିଲେ। ହାଇଦ୍ରାବାଦଠାରେ ଅନୁଷ୍ଠିତ ୧୪ତମ ୟୁଥ୍‌ ନ୍ୟାଶନାଲ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଡିସେମ୍ବର ୨୦୧୮ରେ ହୋଇଥିବା ୬୪ତମ ରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ନୟାଗଡ଼ ଜିଲା ତରଫରୁ ୧୦୦ ଓ ୨୦୦ ମିଟର ଦୌଡ଼ରେ ସେ ଭାଗ ନେଇଥିଲେ। ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଓ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଆସନ୍ତା ସେପ୍ଟେମ୍ବରରେ ରାଞ୍ଚତ୍ଠାରେ ହେବାକୁ ଥିବା ର୍ପୂବାଞ୍ଚଳ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ସେ ଅଭ୍ୟାସ କରୁଛନ୍ତି। ଭଲ ପ୍ରଦର୍ଶନ କରିବା ପାଇଁ ସେ ଆଶା ରଖିଛନ୍ତି। ଦୀପାଳି ବର୍ତ୍ତମାନ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷ କଳା ଛାତ୍ରୀ। ବାପା ସୁବାସ ମହାପାତ୍ର ଜଣେ ଅବସରପ୍ରାପ୍ତ ସୈନିକ ହୋଇଥିବା ବେଳେ ମାଆ ବାସନ୍ତୀ ଦେଈ ଶିକ୍ଷୟିତ୍ରୀ। ସେ ସେମାନଙ୍କର ଏକମାତ୍ର ଝିଅ। ଘର ନୟାଗଡ଼ ବ୍ଲକ ନୋତର ପଞ୍ଚାୟତ ବଉଳସାହିରେ ହୋଇଥିବା ବେଳେ ବର୍ତ୍ତମାନ ଶାସ୍ତ୍ରୀ କଲୋନୀରେ ରହୁଛନ୍ତି। ତାଙ୍କ ମତରେ ପରିବାର ଲୋକମାନେ ଝିଅ ଓ ପୁଅଙ୍କୁ ସମାନ ଦୃଷ୍ଟିରେ ଦେଖିବା ଦରକାର। ସମସ୍ତଙ୍କୁ ସମାନ ସୁଯୋଗ ଦେଲେ ଝିଅ ମଧ୍ୟ ସବୁଥିରେ ସଫଳତା ହାସଲ କରିପାରିବ।
ନୟାଗଡ଼ ଜିଲା ତୁଳସୀପୁର ଗ୍ରାମର କିକ୍ରେଟର ରାଜେଶ ମହାନ୍ତି ଅଣ୍ଡର ୧୯(କନିଷ୍ଠ) ଏସିଆ କପ୍‌ରେ ଭାଗ ନେଇ ସଫଳତା ଆଣିଛନ୍ତି। ନୟାଗଡ଼ ସ୍ପୋର୍ଟସ ହଷ୍ଟେଲରେ ରହୁଥିବା ସମୀର କେରକେଟା ଆନ୍ତର୍ଜାତିକ ସ୍ତରରେ ଫୁଟବଲ ଖେଳି ଜିଲା ପାଇଁ ସଫଳତା ଆଣିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri