ଜାତିଭିତ୍ତିକ ଜନଗଣନାକୁ ଅଠାଓ୍ବଲେଙ୍କ ସମର୍ଥନ: ଏସ୍‌ସି/ଏସ୍‌ଟିଙ୍କ ବିରୋଧରେ ହେଉଥିବା ନିର୍ଯାତନାକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୯ା୨(ବ୍ୟୁରୋ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ନିର୍ଯାତନା ନିବାରଣ ଆଇନ ୧୯୮୯କୁ କଡ଼ାକଡ଼ି ଲାଗୁ କରାଗଲେ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର କମିବ। ଓଡ଼ିଶାରେ ୨୦୧୮ରେ ୨୩୨୦ ଓ ୨୦୧୯ ବର୍ଷରେ ୨୪୬୯ଟି ଦଳିତ ନିର୍ଯାତନା ମାମଲା ରୁଜୁ ହୋଇଛି। ବ୍ୟାପକ ସାମାଜିକ ସଚେତନତା ସତ୍ତ୍ୱେ ଏପରି ମାମଲା ବୃଦ୍ଧି ପାଇବାକୁ ନେଇ ସେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଶନିବାର ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ସାମାଜିକ ସମତା ଆଣିବା ପାଇଁ ସବର୍ଣ୍ଣ-ଅସବର୍ଣ୍ଣ ବିବାହକୁ ପ୍ରୋତ୍ସାହନ ଦେବା ଆବଶ୍ୟକ ା ଆନ୍ତଃ ଜାତି ବିବାହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଥିବା ସ୍ଥଳେ ବିଧିବଦ୍ଧ ଆବେଦନ କରାଗଲେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ସାରା ଦେଶରେ ବାର୍ଷିକ ୧ ଲକ୍ଷରୁ ଅଧିକ ଆନ୍ତଃ ଜାତି ବିବାହ ହେଉଛି ବୋଲି ସେ କହିଛନ୍ତି । ତେବେ କେତେକ କ୍ଷେତ୍ରରେ କେବଳ ଅର୍ଥ ହାସଲ କରିବା ଲାଗି ଆନ୍ତଃ ଜାତି ବିବାହ କରାଯାଉଥିବା ଦେଖିବାକୁ ମିଳିଛି। ଏପରି ମାମଲା ପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ। ଆସନ୍ତା ଜନଗଣନା ବେଳେ ଜାତିଭିତ୍ତିକ ଜନଗଣନା ହେବା ଦରକାର । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ମୋର ସମର୍ଥନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ୧ଲକ୍ଷ ୩୯ ହଜାରରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କୁ ପ୍ରାକ୍‌ ମାଟ୍ରିକ ଛାତ୍ରବୃତ୍ତି ଦିଆଯାଉଥିବା ବେଳେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଗାଇ ଦିଆଯାଉଛି। ଅନୁସୂଚିତଜାତି ଓ ଜନଜାତିଙ୍କ କଲ୍ୟାଣ ପାଇଁ ଗତ ଦୁଇଟି ଆର୍ଥିକ ବର୍ଷରେ ୮୩କୋଟି ଟଙ୍କା ଲେଖାଏ ଅନୁଦାନ ଯୋଗାଇ ଦିଆଯାଇଛି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କ ପାଇଁ ୬ ହଜାର ଛାତ୍ରାବାସ ନିର୍ମାଣ କରାଯାଇଛି ା କେନ୍ଦ୍ର ସରକାର ଦିବ୍ୟାଙ୍ଗ ସଶକ୍ତୀକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଅଠାୱଲେ କହିଛନ୍ତି। ସରକାର ଦିବ୍ୟାଙ୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ୩ରୁ ୪% ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣକୁ ୪ରୁ ୫%କୁ ବୃଦ୍ଧି କରିଛନ୍ତି। ଦିବ୍ୟାଙ୍ଗଙ୍କ କଲ୍ୟାଣ ଉଦ୍ଦେଶ୍ୟରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ସୁଗମ୍ୟ ଭାରତ ଯୋଜନା ଆରମ୍ଭ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ା
ନାଗରିକତା ସଂଶୋଧନ ଆଇନ (ସିଏଏ) ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବରଂ ପ୍ରଦାନ ପାଇଁ ଉଦ୍ଦିଷ୍ଟ । ଏହା ନାଗରିକମାନଙ୍କ ସ୍ବାର୍ଥ ପାଇଁ ହୋଇଥିଲେ ମଧ୍ୟ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବା ଯୋଗୁ ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି। ଏନଆରସି କିମ୍ବା ଜାତୀୟ ନାଗରିକ ପଞ୍ଜିକା କେବଳ ଆସାମ ପାଇଁ ଉଦ୍ଦିଷ୍ଟ, ଏଥିନେଇ କୌଣସି ଦ୍ୱିମତ ନାହିଁ ବୋଲି ସେ କହିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସବ୍‌କା ସାଥ, ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସ ଭାବନା ନେଇ କାମ କରୁଛନ୍ତି। ମୁସଲମାନମାନେ କେନ୍ଦ୍ର ସରକାରଙ୍କ ପ୍ରତି ବିଶ୍ୱାସ ରଖିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

୨୦୨୨ରେ ଦେଶ ସ୍ବାଧୀନତାର ୧୫୦ ବର୍ଷ ପୂର୍ତ୍ତି ହେଉଥିବାରୁ ସମସ୍ତଙ୍କୁ ପକ୍କାଘର ଯୋଗାଇବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଅଧିକ ସଂଖ୍ୟକ ପଛୁଆବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସବର୍ଣ୍ଣଙ୍କ କଲ୍ୟାଣ ପାଇଁ ମଧ୍ୟ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଆର୍ଥିକ ଦୁର୍ବଳ ଶ୍ରେଣୀର ସାଧାରଣବର୍ଗଙ୍କ ପାଇଁ ମଧ୍ୟ ୧୦% ସଂରକ୍ଷଣ ଘୋଷଣା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri